or_tn/luk/02/07.md

2.3 KiB

wrapped him in long strips of cloth

କେତେକ ସଂସ୍କୃତିରେ ମାଆମାନେ ସେମାନଙ୍କ ଶିଶୁମାନଙ୍କୁ ଲୁଗାରେ ବା ଏକ କମ୍ବଳରେ ଦୃଢ଼ ଭାବରେ ଗୁଡାଇବା ଦ୍ୱାରା ସାନ୍ତ୍ଵନା ଦେଉଥିଲେ I ବିକଳ୍ପ ଅନୁବାଦ: “ତାଙ୍କ ଚାରିପଟେ ଦୃଢ଼ ଭାବରେ ଲୁଗା ଗୁଡାଇଲେ” କିମ୍ବା : “ତାଙ୍କୁ ଏକ କମ୍ବଳରେ ଦୃଢ଼ କରି ଗୁଡାଇଲେ” (ଦେଖ: rc://*/ta/man/translate/figs-explicit )

laid him in a manger

ଏହା ଏକ ପ୍ରକାର ବାକ୍ସ ବା ଛାଞ୍ଚ ଥିଲା ଯହିଁରେ ପଶୁମାନଙ୍କ ନିମନ୍ତେ ଲୋକମାନେ ପାଳ କିମ୍ବା ଅନ୍ୟ ଖାଦ୍ୟ ରଖୁଥିଲେ I ଏହା ସମ୍ଭବତଃ, ପରିଷ୍କାର ଥିଲା ଏବଂ ହୁଏତ ଏଥିରେ ପାଳ ଭଳି କିଛି କୋମଳ ଓ ଶୁଷ୍କ ବସ୍ତୁ ଥିଲା ଯାହା ଶିଶୁ ପାଇଁ ଏକ ଗଦି ଭଳି କାର୍ଯ୍ୟ କରିଥିଲା I ଅନେକ ସମୟରେ ପଶୁମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ଓ ସହଜରେ ସେମାନଙ୍କୁ ଖାଦ୍ୟ ଖୁଆଇବା ପାଇଁ ଘର ପାଖରେ ରଖାଯାଉଥିଲା I ପଶୁମାନଙ୍କ ନିମନ୍ତେ ବ୍ୟବହୃତ ହେଉଥିବା ଏକ ବଖରାରେ ମରିୟମ ଓ ଯୋଷେଫ ରହିଲେ I

there was no room for them in the inn

ସେଠାରେ ସେମାନଙ୍କ ନିମନ୍ତେ ଅତିଥିଗୃହରେ ରହିବା ପାଇଁ ସ୍ଥାନ ନ ଥିଲା I ଅନେକ ଲୋକମାନେ ବେଥଲିହିମକୁ ନାମ ପଞ୍ଜିକୃତ କରିବା ନିମନ୍ତେ ଯିବା ହେତୁ ହୁଏତ ଏଭଳି ଘଟିଥିଲା I ଲୂକ ଏହାକୁ ପୃଷ୍ଠଭୂମିଜନିତ ତଥ୍ୟ ଭାବରେ ଯୋଗ କରନ୍ତି I (ଦେଖ: rc://*/ta/man/translate/writing-background )