or_tn/jud/front/intro.md

3.6 KiB
Raw Permalink Blame History

ଯିହୂଦା ପୁସ୍ତକର ପରିଚୟ

ଭାଗ ୧: ସାଧାରଣ ପରିଚୟ

ଯିହୂଦା ପୁସ୍ତକର ରୂପରେଖା

  1. ପରିଚୟ (୧:୧-) ୧. ଭଣ୍ଡ ଶିକ୍ଷକଙ୍କ ବିରୁଦ୍ଧରେ ସତର୍କବାଣୀ (୧:୩-୪) ୧. ପୁରାତନ ନିୟମର ଦୃଷ୍ଟାନ୍ତସମୁହ (୧:୫-୧୬) ୧. ଉପଯୁକ୍ତ ପ୍ରତିକ୍ରିୟା (୧:୧୭-୨୩) ୧. ଈଶ୍ବରଙ୍କୁ ପ୍ରଶଂସା (୧:୨୪-୨୫)

ଯିହୂଦା ପୁସ୍ତକ କିଏ ଲେଖିଥିଲେ ?

ଲେଖକ ଆପଣାକୁ ଯାକୁବଙ୍କ ଭ୍ରାତା ଭାବେ ପରିଚୟ ଦିଅନ୍ତି I ଉଭୟ ଯିହୂଦା ଓ ଯାକୁବ ଯୀଶୁଙ୍କ ଭ୍ରାତା ଥିଲେ I ଏହା ଅଜ୍ଞାତ ଯେ କୌଣସି ନିର୍ଦ୍ଦିଷ୍ଟ ମଣ୍ଡଳୀ ନିମନ୍ତେ ଏକ ଉଦ୍ଧିଷ୍ଟ ପତ୍ର ଥିଲା I

ଯିହୂଦା ପୁସ୍ତକ କେଉଁ ବିଷୟରେ ଲେଖା ଯାଇଅଛି ?

ଯିହୂଦା ଭଣ୍ଡ ଶିକ୍ଷକଙ୍କ ବିରୁଦ୍ଧରେ ବିଶ୍ବାସୀମାନଙ୍କୁ ସତର୍କ କରାଇବା ନିମନ୍ତେ ଏହି ପତ୍ର ଲେଖିଥିଲେ I ଯିହୂଦା ସର୍ବଦା ପୁରାତନ ନିୟମକୁ ଉଦ୍ଧୃତ କରିଛନ୍ତି I ଏହା ହୁଏତ ସୁଚନା ଦିଏ ଯେ ଯିହୂଦା ଯିହୂଦୀ ଖ୍ରୀଷ୍ଟିୟାନ ଶ୍ରୋତାମାନଙ୍କ ନିକଟକୁ ଲେଖିଥିଲେ I ଏହି ପତ୍ର ଓ ୨ୟ ପିତର ସମାନ ବିଷୟବସ୍ତୁ ଧାରଣ କରନ୍ତି I ଏମାନେ ଉଭୟ ଦୂତ, ସଦୋମ ଓ ଗମୋରା, ଏବଂ ଭଣ୍ଡ ଶିକ୍ଷକଙ୍କ ବିଷୟରେ କହନ୍ତି I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ଦ୍ବାରା “ ଯିହୂଦା”କୁ ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ଏକ ସ୍ପଷ୍ଟ ଶୀର୍ଷକ “ଯିହୂଦାଙ୍କଠାରୁ ପତ୍ର” କିମ୍ବା “ଯିହୂଦା ଲେଖିଥିବା ପତ୍ର” ମନୋନୀତ କରିଥାଇ ପାରନ୍ତି I (ଦେଖ: rc://*/ta/man/translate/translate-names)

ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

ଯିହୂଦା କେଉଁ ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ?

ଏହା ସମ୍ଭବ ଯେ ସେହି ଲୋକମାନଙ୍କ ବିରୁଦ୍ଧରେ ଯିହୂଦା କହିଲେ ଯେଉଁମାନେ ଜ୍ଞାନବାଦୀ ଭାବେ ପରିଚିତ ଥିଲେ I ଏହି ଶିକ୍ଷକମାନେ ଆପଣାର କୁତ୍ସିତ ଲାଭ ନିମନ୍ତେ ଶାସ୍ତ୍ରର ଶିକ୍ଷା ବିକୃତ କରୁଥିଲେ I ସେମାନେ କାମୁକତାର ଜୀବନଯାପନ କରୁଥିଲେ ଓ ସେହି ପ୍ରକାର ଜୀବନଯାପନ କରିବାକୁ ଅନ୍ୟମାନଙ୍କୁ ଶିକ୍ଷା ଦେଉଥିଲେ I