or_tn/jhn/front/intro.md

14 KiB
Raw Permalink Blame History

ଯୋହନ ଲିଖିତ ସୁସମାଚାରର ପରିଚୟ

ଭାଗ ୧: ସାଧାରଣ ପରିଚୟ

ଯୋହନ ଲିଖିତ ସୁସମାଚାରର ରୂପରେଖା

୧. ଯୀଶୁଙ୍କ ବିଷୟରେ ପରିଚୟ (୧:୧-୧୮) ୧. ଯୀଶୁ ବାପ୍ତିସ୍ମ ହୁଅନ୍ତି, ଓ ବାରଜଣ ଶିଷ୍ୟଙ୍କୁ ମନୋନୀତ କରନ୍ତି (୧:୧୯-୫୧) ୧. ଯୀଶୁ ପ୍ରଚାର କରନ୍ତି, ଶିକ୍ଷା ଦିଅନ୍ତି ଓ ଲୋକମାନଙ୍କୁ ସୁସ୍ଥ କରନ୍ତି (-୧୧) ୧. ଯୀଶୁଙ୍କ ମୃତ୍ୟୁ ପୂର୍ବର ସାତ ଦିନ (୧୨-୧୯)

  • ମରିୟମ ଯୀଶୁଙ୍କ ପାଦ ଅଭିଷେକ କରନ୍ତି (୧୨:୧-୧୧)
  • ଯୀଶୁ ଗର୍ଦ୍ଦଭୀ ଉପରେ ଯିରୂଶାଲମକୁ ଯାତ୍ରା କରନ୍ତି (୧୨:୧୨-୧୯)
  • କେତେକ ଗ୍ରୀକ୍ ଲୋକମାନେ ଯୀଶୁଙ୍କୁ ଦେଖିବାକୁ ଚାହାଁନ୍ତି (୧୨:-୩୬)
  • ଯିହୂଦୀ ନେତାମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରନ୍ତି (୧୨:୩୭-୫୦)
  • ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି (୧୩-୧୭)
  • ଯୀଶୁ ବନ୍ଦୀ ହେଲେ ଓ ବିଚାରିତ ହେଲେ (୧୮:୧-୧୯:୧୫)
  • ଯୀଶୁ କ୍ରୁଶାର୍ପିତ ହେଲେ ଓ କବର ପ୍ରାପ୍ତ ହେଲେ (୧୯:୧୬-୪୨)
  • ଯୀଶୁ ମୃତମାନଙ୍କ ମଧ୍ୟରୁ ପୁନ୍ନରୁଥିତ ହେଲେ (:୧-୨୯)
  • ଯୋହନ କହୁଛନ୍ତି ଯେ ସେ କାହିଁକି ତାହାଙ୍କ ସୁସମାଚାର ଲେଖିଲେ (:୩୦-୩୧)
  • ଯୀଶୁ ଶିଷ୍ୟମାନଙ୍କ ସହିତ ସାକ୍ଷାତ କରନ୍ତି (୨୧)

ଯୋହନ ଲିଖିତ ସୁସମାଚାର କେଉଁ ବିଷୟରେ ଲେଖାଅଛି ?

ଯୋହନ ଲିଖିତ ସୁସମାଚାର ନୂତନ ନିୟମର ଚାରୋଟି ସୁସମାଚାର ପୁସ୍ତକମାନଙ୍କ ମଧ୍ୟରୁ ଗୋଟିଏ ଅଟେ, ଯାହା ଯୀଶୁ ଖ୍ରୀଷ୍ଟଙ୍କ ଜୀବନର କେତେକ ଅଂଶକୁ ବର୍ଣ୍ଣନା କରେ I ସୁସମାଚାରର ଲେଖକମାନେ ଯୀଶୁ କିଏ ଥିଲେ ଓ ସେ କଅଣ କଲେ, ସେଥିର ବିଭିନ୍ନ ଦିଗ ବିଷୟରେ ଲେଖିଥିଲେ I ଯୋହନ କହିଲେ ଯେ ସେ ତାହାଙ୍କ ସୁସମାଚାର ଲେଖିଥିଲେ “ଯେପରି ଲୋକମାନେ ବିଶ୍ବାସ କରିବେ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ଓ ଜୀବିତ ଈଶ୍ବରଙ୍କ ପୁତ୍ର,ଅଟନ୍ତି” (:୩୧) I

ଯୋହନ ଲିଖିତ ସୁସମାଚାର ଅନ୍ୟ ତିନୋଟି ସୁସମାଚାରଠାରୁ ସମ୍ପୁର୍ଣରୂପେ ଭିନ୍ନ ଅଟେ I ଯୋହନ ଯୀଶୁଙ୍କ କେତେକ ଶିକ୍ଷା ଓ ଘଟଣାଗୁଡିକୁ ଅନ୍ତର୍ଭୁକ୍ତ କରନ୍ତି ନାହି, ଯାହା ଅନ୍ୟ ଲେଖକମାନେ ସେମାନଙ୍କ ସୁସମାଚାରରେ ଅନ୍ତର୍ଭୁକ୍ତ କରିଛନ୍ତି I ମଧ୍ୟ, ଯୋହନ କେତେକ ଶିକ୍ଷା ଓ ଘଟଣାଗୁଡିକ ଲେଖିଛନ୍ତି, ଯାହା ଅନ୍ୟ ସୁସମାଚାରରେ ନାହିଁ I

ଯୋହନ ପ୍ରମାଣିତ କରିବା ନିମନ୍ତେ ଯୀଶୁ କରିଥିବା ଆଶ୍ଚର୍ଯ୍ୟକର୍ମର ଅଧିକାଂଶ ଚିହ୍ନ ଉଲ୍ଲେଖ କରିଛନ୍ତି ଯାହା ଆପଣା ସମ୍ବନ୍ଧରେ ବିଷୟରେ କହିଲେ ତାହା ସତ୍ୟ ଅଟେ I (ଦେଖ: rc://*/tw/dict/bible/kt/sign)

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ “ଯୋହନଙ୍କ ସୁସମାଚାର” କିମ୍ବା “ଯୋହନ ଲିଖିତ ସୁସମାଚାର” ଭାବେ ନାମିତ କରିବାକୁ ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ହୁଏତ ଏକ ଶୀର୍ଷକ ମନୋନୀତ କରିଥାଇ ପାରନ୍ତି, ଯାହା ହୁଏତ ସ୍ପଷ୍ଟ ହୋଇପାରେ, ଯେପରିକି, ଯୀଶୁଙ୍କ ବିଷୟକ ସୁସମାଚାର ଯାହା ଯୋହନ ଲେଖିଥିଲେ I” (ଦେଖ: rc://*/ta/man/translate/translate-names)

ଯୋହନ ଲିଖିତ ସୁସମାଚାର କିଏ ଲେଖିଥିଲେ ?

ଏହି ପୁସ୍ତକ ଲେଖକଙ୍କ ନାମ ଘୋଷଣା କରେ ନାହିଁ I ଯାହାହେଉ, ଆଦ୍ୟ ଖ୍ରୀଷ୍ଟିୟ ସମୟଠାରୁ, ଅଧିକାଂଶ ଖ୍ରୀଷ୍ଟିୟାନ ଭାବି ଥିଲେ ଯେ ପ୍ରେରିତ ଯୋହନ ଲେଖକ ଅଟନ୍ତି I

ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସାଂସ୍କୃତିକ ଧାରଣା

ଯୋହନ କାହିଁକି ଯୀଶୁଙ୍କ ଜୀବନର ଶେଷ ସପ୍ତାହ ବିଷୟରେ ଏତେ ଅଧିକ ଲେଖୁଛନ୍ତି ?

ଯୋହନ ଯୀଶୁଙ୍କ ଶେଷ ସପ୍ତାହ ବିଷୟରେ ଅଧିକାଂଶ ଲେଖିଥିଲେ ଯାହା ସେ ଚାହୁଁଥିଲେ ଯେ ତାହାଙ୍କ ପାଠକମାନେ ଯୀଶୁଙ୍କ ଶେଷ ସପ୍ତାହ ଓ କ୍ରୁଶ ଉପରେ ତାହାଙ୍କ ମୃତ୍ୟୁ ବିଷୟରେ ଗଭୀର ଭାବରେ ଜ୍ଞାତ ହୁଅନ୍ତୁ I ସେ ଚାହୁଁଥିଲେ ଯେ ଯୀଶୁ ସ୍ବଇଚ୍ଛାରେ ମୃତ୍ୟୁଭୋଗ କରିଥିବା ଲୋକମାନେ ଜ୍ଞାତ ହୁଅନ୍ତୁ, ଯେପରି ସେମାନେ ଈଶ୍ବରଙ୍କ ବିରୁଦ୍ଧରେ କରିଥିବା ପାପରୁ ସେମାନଙ୍କୁ କ୍ଷମା କରିବେ I (ଦେଖ: rc://*/tw/dict/bible/kt/sin)

ଭାଗ ୩: ଅନୁବାଦ ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ସମସ୍ୟା

ଯୋହନ ଲିଖିତ ସୁସମାଚାରରେ “ରହିବା,” “ବାସ କରିବା”, “ଲାଗି ରହିବା”ର ଅର୍ଥ କ”ଣ ? ଯୋହନ ସର୍ବଦା “ରହିବା,” “ବାସ କରିବା” ଏବଂ “ଲାଗି ରହିବା” ଶବ୍ଦସମୁହ ରୁପକ ଭାବେ ବ୍ୟବହାର କରୁଛନ୍ତି I ଯୋହନ ଜଣେ ବିଶ୍ବାସୀ, ଯୀଶୁଙ୍କ ପ୍ରତି ଅଧିକ ବିଶ୍ବସ୍ତ ହେବା ଓ ଯୀଶୁଙ୍କୁ ଅଧିକ ଭଲରୂପେ ଜାଣିବା ବିଷୟରେ କହନ୍ତି ଯେପରି ଯୀଶୁଙ୍କ ବାକ୍ୟ ବିଶ୍ବାସୀର ଅନ୍ତରେ “ରହି ଯାଏ” I ଆହୁରି ମଧ୍ୟ, ଯୋହନ ଜଣେ ବ୍ୟକ୍ତି ଆତ୍ମିକ ଭାବରେ ଅନ୍ୟ ଜଣକ ସହିତ ସଂଯୁକ୍ତ ହେବା ବିଷୟରେ କହନ୍ତି ଯେପରି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଠାରେ “ଲାଗି ରହେ” I ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ଓ ଈଶ୍ବରଙ୍କଠାରେ “ଲାଗି ରହିବା” ବିଷୟ କୁହାଯାଇଛି I ପିତା ପୁତ୍ରଙ୍କଠାରେ “ଲାଗି ରହିବା” ବିଷୟ କୁହାଯାଇଛି ଓ ପୁତ୍ର ପିତାଙ୍କଠାରେ “ଲାଗି ରହିବା” ବିଷୟ କୁହାଯାଇଛି I ପୁତ୍ର ବିଶ୍ବାସୀମାନଙ୍କ ଅନ୍ତରରେ “ରହିବା” ବିଷୟ କୁହାଯାଇଛି I ପବିତ୍ରଆତ୍ମା ମଧ୍ୟ ବିଶ୍ବାସୀମାନଙ୍କ ଅନ୍ତରରେ “ରହିବା” ବିଷୟ କୁହାଯାଇଛି I

ଅନେକ ଅନୁବାଦକମାନେ ଠିକ୍ ଏଠାରେ ଲେଖା ଯାଇଥିବା ପ୍ରକାରେ ସେମାନଙ୍କ ଭାଷାରେ ପ୍ରକାଶ କରିବା ନିମନ୍ତେ ଅସମ୍ଭବ ମନେ କରି ପାରନ୍ତି I ଉଦାହରଣ ସ୍ବରୂପ, ଯେତେବେଳେ ଯୀଶୁ କହିଲେ ଯେ “ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ମୋଠାରେ ରହେ ଓ ମୁଁ ତାହାଠାରେ ରହେ” (ଯୋହନ ୬:୫୬), ଯୀଶୁ ଏହି ଚିନ୍ତାଧାରା ପ୍ରକାଶ କରିବା ନିମନ୍ତେ ଚାହୁଁଥିଲେ ଯେ ଖ୍ରୀଷ୍ଟିୟାନମାନେ ଆତ୍ମିକ ଭାବରେ ତାହାଙ୍କ ସହିତ ଏକତ୍ର ରହିଛନ୍ତି I UST “ସେ ମୋ ସହିତ ସଂଯୁକ୍ତ ହେବ” ଓ ମୁଁ ତାହା ସହିତ ସଂଯୁକ୍ତ ହେବି” ଚିନ୍ତାଧାରାକୁ ବ୍ୟବହାର କରୁଅଛି I କିନ୍ତୁ ଅନୁବାଦକମାନେ ଏହି ଚିନ୍ତାଧାରାକୁ ପ୍ରକାଶ କରିବା ନିମନ୍ତେ ଅନ୍ୟ ସମସ୍ତ ମାର୍ଗ ଅନ୍ବେଷଣ କରି ପାରନ୍ତି I

”ଯଦି ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରହେ” (ଯୋହନ ୧୫:୭) ଅନୁଚ୍ଛେଦରେ, UST “ଯଦି ତୁମ୍ଭେମାନେ ମୋହର ବାକ୍ୟ ଅନୁସାରେ ଜୀବନଯାପନ କର” ଚିନ୍ତାଧାରା ପ୍ରକାଶ କରୁଅଛି I ଅନୁବାଦକମାନେ ଏହି ଅନୁବାଦକୁ ଏକ ଆଦର୍ଶ ଭାବରେ ବ୍ୟବହାର କରିବାକୁ ସମ୍ଭବ ହେବା ମନେ କରନ୍ତି I

ଯୋହନ ଲିଖିତ ସୁସମାଚାରର ଲେଖାରେ କେଉଁସବୁ ମୁଖ୍ୟ ସମସ୍ୟା ରହିଅଛି ?

ବାଇବଲର ପୁରାତନ ସଂସ୍କରଣଗୁଡିକରେ ଥିବା ନିମ୍ନଲିଖିତ ପଦଗୁଡିକ ଅଧିକାଂଶ ନୂତନ ସଂସ୍କରଣଗୁଡିକରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ I ଏହି ପଦଗୁଡିକୁ ଅନୁବାଦ ନକରିବା ନିମନ୍ତେ ଅନୁବାଦକମାନଙ୍କୁ ପରାମର୍ଶ ଦିଆ ଯାଉଛି I ଯାହାହେଉ, ଯଦି ଅନୁବାଦକମାନଙ୍କ ଅଞ୍ଚଳରେ ଏହି ପଦଗୁଡିକ ଅନ୍ତର୍ଭୁକ୍ତ ଥିବା ବାଇବଲ ଥାଏ, ତେବେ ଅନୁବାଦକ ସେସମସ୍ତ ଅନ୍ତର୍ଭୁକ୍ତ କରିପାରିବେ I ଯଦି ସେଗୁଡିକୁ ଅନୁବାଦ କରାଯାଏ, ସେଗୁଡିକ ସମ୍ଭବତଃ ଯୋହନଙ୍କ ସୁସମାଚାରର ମୂଳ ଲେଖାରେ ନଥିବା ବିଷୟକୁ ଦର୍ଶାଇବା ନିମନ୍ତେ ବର୍ଗ ବନ୍ଧନୀ ([])ମଧ୍ୟରେ ରଖାଯିବା ଉଚିତ I

  • ""ସେମାନେ ଜଳ ସଂଚଳନ ଅପେକ୍ଷାରେ ରହୁଥିଲେ; କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କ ଜଣେ ଦୂତ ପୁଷ୍କରଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେକେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା I” (୫:୩-୪)
  • “କିନ୍ତୁ ଯୀଶୁ ଗୋପନରେ ମନ୍ଦିରରୁ ବାହାରିଗଲେ” (୮:୫୯)

ନିମ୍ନଲିଖିତ ଅନୁଚ୍ଛେଦ ଅଧିକାଂଶ ପୁରାତନ ଓ ଆଧୁନିକ ସଂସ୍କରଣ ଗୁଡିକରେ ସଂଯୁକ୍ତ ହୋଇଅଛି I କିନ୍ତୁ ଏହା ଅତି ପ୍ରାଚୀନ ବାଇବଲ ଗୁଡିକରେ ଦେଖିବାକୁ ମିଳେ ନାହିଁ I ଏହି ଅନୁଚ୍ଛେଦଗୁଡିକୁ ଅନୁବାଦ କରିବା ନିମନ୍ତେ ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଏ I ଯୋହନଙ୍କ ସୁସମାଚାରର ମୂଳ ଲେଖାରେ ସମ୍ଭବତଃ ଏହା ନଥିବା ବିଷୟକୁ ଦର୍ଶାଇବା ନିମନ୍ତେ ସେଗୁଡିକୁ ବର୍ଗ ବନ୍ଧନୀ ([]) ମଧ୍ୟରେ ରଖାଯିବା ଉଚିତ I

  • ପାପିନୀ ସ୍ତ୍ରୀର କାହାଣୀ (୭:୫୩-୮:୧୧)

(ଦେଖ: rc://*/ta/man/translate/translate-textvariants)