or_tn/jhn/16/intro.md

3.2 KiB
Raw Permalink Blame History

ଯୋହନ ୧୬ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ପବିତ୍ର ଆତ୍ମା

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଥିଲେ ଯେ ସେ ସେମାନଙ୍କ ନିକଟକୁ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିବେ I ପବିତ୍ର ଆତ୍ମା ସାହାଯ୍ୟକାରୀ ଅଟନ୍ତି (ଯୋହନ ୧୪:୧୬) ଯେ ଈଶ୍ବରଙ୍କ ଲୋକମାନଙ୍କ ସହିତ ସର୍ବଦା ରହି ସେମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କ ନିମନ୍ତେ ଈଶ୍ବରଙ୍କୁ କଥା କହନ୍ତି I ସେ ମଧ୍ୟ ସତ୍ୟମୟ ଆତ୍ମା (ଯୋହନ ୧୪:୧୭) ଯେ ଈଶ୍ବରଙ୍କ ବିଷୟରେ ସତ୍ୟ କ”ଣ, ତାହା ଈଶ୍ବରଙ୍କ ଲୋକମାନଙ୍କୁ କହନ୍ତି, ଯେପରି ସେମାନେ ତାହାଙ୍କୁ ଭଲରୂପେ ଜାଣି ତାହାଙ୍କର ସେବା କରିବେ I (ଦେଖ: rc://*/tw/dict/bible/kt/holyspirit)

“ସମୟ ଆସୁଅଛି”

ଯୀଶୁ ସମୟ ବିଷୟରେ ଭାବବାଣୀ ଆରମ୍ଭ କରିବା ନିମନ୍ତେ ଏହି ଶବ୍ଦ ଗୁଡିକୁ ବ୍ୟବହାର କରନ୍ତି, ଯାହା ଷାଠିଏ ମିନିଟ୍ ଠାରୁ କମ୍ ବା ବେଶୀ ହୋଇପାରେ I ଯେଉଁ “ସମୟ”ରେ ଲୋକମାନେ ତାହାଙ୍କ ଶିଷ୍ୟମାନଙ୍କୁ ତାଡନା କରିବେ, ତାହା (ଯୋହନ ୧୬:) ଦିନ, ସପ୍ତାହ ଓ ଅନେକ ବର୍ଷର ସମୟ ଅଟେ, କିନ୍ତୁ ଯେଉଁ “ସମୟ”ରେ ଶିଷ୍ୟମାନେ ଛିନ୍ନଭିନ୍ନ ହୋଇ ତାହାଙ୍କୁ ଏକାକୀ ଛାଡ଼ି ଚାଲିଯିବେ, ତାହା (ଯୋହନ ୧୬:୩୨) ଷାଠିଏ ମିନିଟ୍ ଅପେକ୍ଷା କମ୍ ସମୟ ହେବ I (ଦେଖ: rc://*/tw/dict/bible/kt/prophet)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଦୃଷ୍ଟାନ୍ତ ସମୁହ

ଯୀଶୁ କହିଲେ ଯେ ଯେପରି ଜଣେ ସ୍ତ୍ରୀଲୋକଟି ସନ୍ତାନ ପ୍ରସବ କରିବା ସମୟରେ ଯନ୍ତ୍ରଣା ମଧ୍ୟରେ ଥାଏ, ସେହିପରି ଯେତେବେଳେ ସେ ମୃତ୍ୟୁଭୋଗ କରିବା ସମୟରେ, ତାହାଙ୍କ ଶିଷ୍ୟମାନେ ଦୁଃଖିତ ହେବେ I କିନ୍ତୁ ଶିଶୁଟି ଜନ୍ମ ହେଲାପରେ ସ୍ତ୍ରୀଲୋକ ଆନନ୍ଦିତ ହୁଏ, ଆଉ ସେପରି ସେ ପୁନର୍ବାର ଜୀବିତ ହେଲାପରେ ତାହାଙ୍କ ଶିଷ୍ୟମାନେ ଆନନ୍ଦିତ ହେବେ I (ଦେଖ: rc://*/ta/man/translate/figs-simile)