or_tn/jhn/11/intro.md

4.5 KiB

ଯୋହନ ୧୧ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଜ୍ୟୋତିଃ ଓ ଅନ୍ଧକାର

ବାଇବଲ ବାରମ୍ବାର ଅଧାର୍ମିକ ଲୋକମାନଙ୍କ ବିଷୟରେ କହେ, ଯେଉଁ ଲୋକମାନେ ଈଶ୍ବରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହେଉଛନ୍ତି I ଏହା ଜ୍ୟୋତିଃ ବିଷୟରେ କହେ ଯେପରି ଏହା ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରାଏ, ଅର୍ଥାତ୍ ସେମାନେ କରୁଥିବା ମନ୍ଦ କାର୍ଯ୍ୟ ସମ୍ବନ୍ଧରେ ବୁଝି ଈଶ୍ବରଙ୍କ ବାଧ୍ୟ ହେବାକୁ ସକ୍ଷମ କରାଏ I (ଦେଖ: rc://*/tw/dict/bible/kt/righteous)

ନିସ୍ତାରପର୍ବ

ଯୀଶୁ ଲାଜାରକୁ ପୁନର୍ବାର ଜୀବିତ କଲା ପରେ, ଯିହୂଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ପ୍ରବଳ ଚେଷ୍ଟା କରୁଥିଲେ, ତେଣୁ ସେ ଗୋପନରେ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରା କରିବାକୁ ଲାଗିଲେ I ବର୍ତ୍ତମାନ ଫାରୂଶୀମାନେ ଜାଣିଲେ ଯେ ସେ ସମ୍ଭବତଃ ନିସ୍ତାର ପର୍ବର ସମୟରେ ଯିରୂଶାଲମକୁ ଆସିବେ, କାରଣ ଯିରୂଶାଲମରେ ନିସ୍ତାର ପର୍ବ ପାଳନ କରିବା ନିମନ୍ତେ ଈଶ୍ବର ସମସ୍ତ ଯିହୂଦୀ ପୁରୁଷ ମାନଙ୍କୁ ଆଜ୍ଞା ଦେଇଥିଲେ; ତେଣୁ ସେମାନେ ସେହି ସମୟରେ ତାହାଙ୍କୁ ଧରି ବଧ କରିବାକୁ ଯୋଜନା କଲେ I (ଦେଖ: rc://*/tw/dict/bible/kt/passover)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

“ଲୋକମାନଙ୍କ ନିମନ୍ତେ ଜଣେ ମନୁଷ୍ୟ ମୃତ୍ୟୁଭୋଗ କରନ୍ତି”

ମୋଶାଙ୍କ ବ୍ୟବସ୍ଥା ଯାଜକମାନଙ୍କୁ ପଶୁ ବଧ କରିବା ନିମନ୍ତେ ଆଜ୍ଞା କରିଥିଲା ଯେପରି ଈଶ୍ବର ଲୋକମାନଙ୍କ ପାପ କ୍ଷମା କରିବେ I ମହାଯାଜକ କୟାଫା କହିଥିଲେ, “ତୁମ୍ଭମାନଙ୍କ ନିମନ୍ତେ ସମଗ୍ର ଦେଶ ବିନଷ୍ଟ ହେବା ଅପେକ୍ଷା ଲୋକମାନଙ୍କ ନିମନ୍ତେ ଜଣେ ବ୍ୟକ୍ତି ମୃତ୍ୟୁଭୋଗ କରିବା ଅଧିକ ଉତ୍ତମ ଅଟେ” (ଯୋହନ ୧୦:୫୦) I ସେ ଏହା କହିଥିଲେ, କାରଣ ସେ ତାହାଙ୍କ “ସ୍ଥାନ” ଓ “ଦେଶ” (ଯୋହନ ୧୦:୪୮) ଅପେକ୍ଷା ଲାଜାରଙ୍କୁ ପୁନର୍ବାର ଜୀବିତ କରି ଉଠାଇ ଥିବା ଈଶ୍ବରଙ୍କଠାରୁ ଅଧିକ ପ୍ରେମ କରୁଥିଲେ I ସେ ଯୀଶୁଙ୍କ ମୃତ୍ୟୁଭୋଗ ଚାହୁଁଥିଲେ, ଯେପରି ରୋମୀୟମାନେ ମନ୍ଦିରକୁ ଓ ଯିରୂଶାଲମକୁ ବିନାଶ କରିବେ ନାହି, କିନ୍ତୁ ଈଶ୍ବର ଯୀଶୁଙ୍କ ମୃତ୍ୟୁଭୋଗ ଚାହୁଁଥିଲେ, ଯେପରି ସେ ଲୋକମାନଙ୍କ ସମସ୍ତ ପାପ କ୍ଷମା କରିବେ I

ପରିକଳ୍ପପିତ ପରିସ୍ଥିତି

ଯେତେବେଳେ ମାର୍ଥା କହିଲେ, “ଯଦି ଆପଣ ଏଠାରେ ରହି ଥାନ୍ତେ, ମୋହର ଭାଇ ମରି ନଥାନ୍ତା,” ସେ ଏପ୍ରକାର ଏକ ପରିସ୍ଥିତି ବିଷୟରେ କହୁଛି, ଯାହା ହୁଏତ ହୋଇ ପାରିଥାନ୍ତା, କିନ୍ତୁ ହୋଇ ପାରିଲାନାହିଁ I ଯୀଶୁ ଆସି ନଥିଲେ, ଓ ତାହାଙ୍କ ଭାଇ ମରି ଯାଇଥିଲେ I