or_tn/jhn/10/intro.md

3.6 KiB

ଯୋହନ ୧୦ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଈଶ୍ବରନିନ୍ଦା

ଯେତେବେଳେ ଜଣେ ବ୍ୟକ୍ତି ଦାବି କରେ ଯେ ମୁଁ ଈଶ୍ବର ଅଟେ ଏବଂ ଈଶ୍ବର ତାହାଙ୍କୁ କହିବା ନିମନ୍ତେ କହିଛନ୍ତି ବୋଲି ଦାବୀ କରେ ଯେତେବେଳେ ଈଶ୍ବର ତାହାଙ୍କୁ କହିବା ନିମନ୍ତେ କହନ୍ତି ନାହି, ଏହା ଈଶ୍ବରନିନ୍ଦା ଅଟେ I ଈଶ୍ବରନିନ୍ଦାକାରୀମାନଙ୍କୁ ପ୍ରସ୍ତାରାଘାତ କରି ବଧ କରିବା ନିମନ୍ତେ ମୋଶାଙ୍କ ବ୍ୟବସ୍ଥା ଇଶ୍ରାୟେଲୀୟମାନଙ୍କୁ ଆଜ୍ଞା ଦେଇଥିଲା I ଯେତେବେଳେ ଯୀଶୁ କହିଲେ, “ମୁଁ ଓ ପିତା ଏକ,” ଯିହୂଦୀମାନେ ଭାବିଲେ ଯେ ସେ ଈଶ୍ବରନିନ୍ଦା କରୁଅଛି, ତେଣୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ପଥର ଉଠାଇଲେ I (ଦେଖ: [[rc:///tw/dict/bible/kt/blasphemy]] ଓ [[rc:///tw/dict/bible/kt/lawofmoses]])

ଏହି ଅଧ୍ୟାୟର ମୁଖ୍ୟ ରୂପକ

ମେଷ

ଯୀଶୁ ଲୋକମାନଙ୍କୁ ମେଷ ସଦୃଶ କହୁଥଲେ, କାରଣ ସେମାନେ ଭଲ ଭାବରେ ଦେଖନ୍ତି ନାହି, ସେମାନେ ଭଲ ଭାବରେ ଚିନ୍ତା କରନ୍ତି ନାହିଁ, ସେମାନେ ପ୍ରାୟତଃ ସେମାନଙ୍କର ଯତ୍ନ ନେଉଥିବା ଲୋକମାନଙ୍କଠାରୁ ଏଣେତେଣେ ଚାଲି ଯାଆନ୍ତି ଓ ଅନ୍ୟ ପଶୁମାନେ ସେମାନଙ୍କୁ ଆକ୍ରମଣ କରିବା ସମୟରେ ଆତ୍ମରକ୍ଷା କରି ପାରନ୍ତି ନାହିଁ I ଈଶ୍ବରଙ୍କ ଲୋକମାନେ ମଧ୍ୟ ତାହାଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତି ଓ ସେମାନେ ଜାଣନ୍ତି ନାହି କେତେବେଳେ ସେମାନେ ଭୁଲ୍ କରନ୍ତି I

ମେଷଶାଳା

ମେଷଶାଳା ଚାରିପଟେ କାନ୍ଥ ରହିଥିବା ଏକ ସ୍ଥାନ, ଯେଉଁଠାରେ ମେଷପାଳକମାନେ ସେମାନଙ୍କ ମେଷଗୁଡିକୁ ରଖନ୍ତି I ସେମାନେ ଠାରେ ମେଷଶାଳାରେ ରହିଗଲେ, ମେଷମାନେ ଦୌଡି ପଳାଇ ପାରିବେ ନାହିଁ ଏବଂ ପଶୁ ଓ ଚୋରମାନେ ସେମାନଙ୍କୁ ବଧ କିମ୍ବା ଚୋରି କରିବା ନିମନ୍ତେ ସହଜରେ ଭିତରକୁ ଯାଇ ପାରିବେ ନାହିଁ I

ଦାନ କରିବା ଓ ଗ୍ରହଣ କରିବା

ଯୀଶୁ ଆପଣା ଜୀବନ ବିଷୟରେ କହନ୍ତି ଯେପରି ଏହା ଏକ ପାର୍ଥିବ ବସ୍ତୁ, ଯାହା ଭୂମି ଉପରେ ପକାଇ ଦେଇ ପାରିବେ; ଏହା ମୃତ୍ୟୁଭୋଗ କରିବା ନିମନ୍ତେ ଏକ ରୂପକ ଅଟେ କିମ୍ବା ପୁନର୍ବାର ଉଠାଇ ନେବେ; ଏହା ପୁନର୍ବାର ଜୀବିତ ହେବା ନିମନ୍ତେ ଏକ ରୂପକ ଅଟେ I