or_tn/heb/10/intro.md

22 lines
3.7 KiB
Markdown

# ଏବ୍ରୀ ୧୦ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଏବଂ ଆକୃତି
ଏହି ଅଧ୍ୟାୟରେ, ଲେଖକ ମନ୍ଦିରରେ ଉତ୍ସର୍ଗ କରାଯାଉ ଥିବା ବଳି ଅପେକ୍ଷା ଯୀଶୁଙ୍କର ବଳି କିପରି ଶ୍ରେଷ୍ଠତର, ତାହା ବର୍ଣ୍ଣନା କରି ଶେଷ କରୁଛନ୍ତି I (ଦେଖ: [[rc://*/tw/dict/bible/kt/lawofmoses]])
କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ଏହା ୧୦:୫-୭, ୩୭-୩୮ପଦରେ କରୁଅଛି, ଯାହା ପୁରାତନ ନିୟମରୁ ଆସିଥିବା ପଦ ସବୁ ଅଟେ I
## ଏହି ଅଧ୍ୟାୟର ବିଶେଷ ଧାରଣା
### ଈଶ୍ବରଙ୍କ ବିଚାର ଓ ପୁରସ୍କାର
ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ପବିତ୍ର ଜୀବନଯାପନ କରିବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ I ଲୋକମାନେ କିପରି ସେମାନଙ୍କ ଖ୍ରୀଷ୍ଟିୟାନ ଜୀବନ ବିତାଇଲେ, ଈଶ୍ବର ତାହାର ହିସାବ ନେବେ I ଏପରିକି ଯଦିଓ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଅନନ୍ତ ଦଣ୍ଡାଜ୍ଞା ହେବ ନାହିଁ, ଅଧାର୍ମିକ କାର୍ଯ୍ୟର ପରିଣାମ ଅଛି ଓ ରହିବ I ଏହା ବ୍ୟତିତ, ବିଶ୍ବସ୍ତ ଜୀବନଯାପନ ପୁରସ୍କୃତ ହେବେ I (ଦେଖ: [[rc://*/tw/dict/bible/kt/holy]], [[rc://*/tw/dict/bible/kt/godly]] ଏବଂ [[rc://*/tw/dict/bible/kt/faithful]] ଏବଂ [[rc://*/tw/dict/bible/other/reward]])
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
### “କାରଣ ବୃଷ ଓ ଛାଗମାନଙ୍କ ରକ୍ତ ଯେ ପାପ ବୋହି ନେଇଯିବ ଏହା ଅସମ୍ଭବ ଅଟେ ”
ସ୍ବୟଂ ବଳିଦାନ ଗୁଡିକର କୌଣସି ମୁକ୍ତକାରୀ ଶକ୍ତି ନ ଥିଲା I ସେସବୁ ଫଳପ୍ରଦ ଥିଲା କାରଣ ସେସବୁ ବିଶ୍ବାସକୁ ପ୍ରତିଫଳିତ କଲା, ଆଉ ସେସବୁ ବଳିଦାନ କରୁଥିବା ଲୋକର ବିଶ୍ବାସ ଥିଲା I ଏହା ଯୀଶୁଙ୍କ ବଳିଦାନରେ ସମାପ୍ତ ହେଲା ତେବେ ଏହି ବଳିଦାନ ସବୁକୁ “ପାପ ବହି ନେଇଯିବା ନିମନ୍ତେ” କାର୍ଯ୍ୟ କରୁଥିଲା I (ଦେଖ: [[rc://*/tw/dict/bible/kt/redeem]] ଓ [[rc://*/tw/dict/bible/kt/faith]])
### “ଯେଉଁ ନିୟମ ଆମ୍ଭେ ସ୍ଥାପନ କରିବା”
ଲେଖକ ଏହା ଲେଖୁଥିବା ସମୟରେ ଏହି ଭାବବାଣୀ ସଫଳ ହେଉଥିଲା ନା ପରେ ସଫଳ ହେବାର ଥିଲା, ଏହା ଅସ୍ପଷ୍ଟ ଅଟେ I ଅନୁବାଦକ ଏହି ନିୟମ ଆରମ୍ଭ ହେବାର ସମୟ ସମ୍ବନ୍ଧରେ ଦାବୀ ନକରି ଏଡାଇବାକୁ ଚେଷ୍ଟା କରିବା ଉଚିତ I (ଦେଖ: [[rc://*/tw/dict/bible/kt/prophet]] ଓ [[rc://*/tw/dict/bible/kt/covenant]])