or_tn/heb/09/intro.md

4.1 KiB

ଏବ୍ରୀ ୦୯ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟ ଯୀଶୁ କିପରି ମନ୍ଦିର ଓ ଏହାର ବ୍ୟବସ୍ଥା ଏବଂ ନିୟମସମୂହ ଅପେକ୍ଷା ଶ୍ରେଷ୍ଠତର ଅଟନ୍ତି ତାହା ବର୍ଣନା କରେ I ଏହି ଅଧ୍ୟାୟ ବୁଝିବା ନିମନ୍ତେ କଷ୍ଟକର ହୋଇଥାନ୍ତା ଯଦି ପୁରାତନ ନିୟମର ପ୍ରଥମ ପାଞ୍ଚୋଟି ପୁସ୍ତକ ଏପର୍ଯ୍ୟନ୍ତ ଅନୁବାଦ ହୋଇ ନ’ଥାନ୍ତା I

ଏହି ଅଧ୍ୟାୟର ବିଶେଷ ଧାରଣା

ଇଛାପତ୍ର୍

ଗୋଟିଏ ଇଛାପତ୍ର ଏକ ବୈଧ ଦସ୍ତାବିଜ ଅଟେ ଯାହା ଜଣେ ବ୍ୟକ୍ତି ମୃତ୍ୟୁଭୋଗ କରିବା ପରେ ତାହାର ସମ୍ପତ୍ତିକୁ କଅଣ କରାଯିବ ତାହା ବର୍ଣ୍ଣନା କରେ I

ରକ୍ତ

ପୁରାତନ ନିୟମରେ, ଈଶ୍ବର ଇଶ୍ରାୟେଲୀୟମାନଙ୍କୁ ବଳି ଉତ୍ସର୍ଗ କରିବା ନିମନ୍ତେ ଆଜ୍ଞା ଦେଇଥିଲେ, ଯେପରି ସେ ସେମାନଙ୍କର ପାପ କ୍ଷମା କରିବେ I ସେମାନେ ଏହିସବୁ ବଳି ଉତ୍ସର୍ଗ କରିବା ପୂର୍ବରୁ ସେମାନଙ୍କୁ ପଶୁ ବଧ କରିବାକୁ ପଡୁ ଥିଲା ଓ ତା”ପରେ କେବଳ ପଶୁର ଶରୀର ନୁହେ କିନ୍ତୁ ଏହାର ରକ୍ତ ମଧ୍ୟ ଉତ୍ସର୍ଗ କରୁଥିଲେ I ରକ୍ତପାତ କରିବା ଗୋଟିଏ ପଶୁ କିମ୍ବା ମନୁଷ୍ୟ ବଧ କରିବା ନିମନ୍ତେ ଏକ ରୂପକ ଥିଲା I ଯୀଶୁ ଆପଣା ଜୀବନ, ଆପଣା ରକ୍ତ ବଳିଦାନ ସ୍ବରୁପ ଉତ୍ସର୍ଗ କଲେ ଯେତେବେଳେ ସେ ବଧ କରିବା ନିମନ୍ତେ ଲୋକମାନଙ୍କ ନିକଟରେ ଆପଣାକୁ ସମର୍ପଣ କଲେ I ଏହି ଅଧ୍ୟାୟରେ ଏବ୍ରୀ ପୁସ୍ତକର ଲେଖକ କହୁଛନ୍ତି ଯେ ଏହି ବଳିଦାନ, ପୁରାତନ ନିୟମର ବଳିଦାନ ଗୁଡିକ ଅପେକ୍ଷା ଶ୍ରେଷ୍ଠତର ଅଟେ I (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///tw/dict/bible/kt/covenant]])

ଖ୍ରୀଷ୍ଟଙ୍କ ଆଗମନ

ଯୀଶୁ କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ଆଗମନ କରିବେ ଯାହା ସେ ଆରମ୍ଭ କରିଥିଲେ ଯେହେତୁ ଈଶ୍ବର ଆପଣା ଲୋକମାନଙ୍କ ପାପ କ୍ଷମା କରିବେ I ସେ ସେହି ଲୋକମାନଙ୍କ ପରିତ୍ରାଣ ସାଧନ କରିବେ ଯେଉଁମାନେ ତାହାଙ୍କୁ ଅପେକ୍ଷା କରୁଥିଲେ I (See: rc://*/tw/dict/bible/kt/save)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟାମାନ

ପ୍ରଥମ ନିୟମ

ଏହା ମୋଶାଙ୍କ ସହିତ ଈଶ୍ବର କରିଥିବା ନିୟମକୁ ବୁଝାଏ I ଯାହାହେଉ, ସେ ଏହି ନିୟମ ସ୍ଥାପନ କରିବା ପୂର୍ବରୁ, ଈଶ୍ବର ଅବ୍ରାହାମଙ୍କ ସହିତ ଏକ ନିୟମ ସ୍ଥାପନ କରିଥିଲେ I କିନ୍ତୁ ଏହା ପ୍ରଥମ ନିୟମ ଥିଲା ଯାହା ଈଶ୍ବର ଇଶ୍ରାୟେଲ ଲୋକମାନଙ୍କ ସହିତ କରିଥିଲେ I ଏହି “ପ୍ରଥମ ନିୟମ”କୁ ପୂର୍ବ ନିୟମଭାବରେ ଅନୁବାଦ କରିବା ନିମନ୍ତେ ତୁମେ ସ୍ଥିର କରି ପାର I