or_tn/heb/01/intro.md

2.9 KiB

ଏବ୍ରୀ ୦୧ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଏବଂ ଆକୃତି

ଏହି ଅଧ୍ୟାୟ ଯୀଶୁ କିପରି ଆମ୍ଭମାନଙ୍କ ନିମନ୍ତେ ଦୂତମାନଙ୍କ ଅପେକ୍ଷା ଶ୍ରେଷ୍ଠ ଅଟନ୍ତି, ତାହା ବର୍ଣ୍ଣନା କରେ I

କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂରବର୍ତ୍ତି ଡାହାଣ ପାଖରେ ଲେଖନ୍ତି I ULT ଏହାକୁ କବିତା କ୍ଷେତ୍ରରେ, ୧:୫, ୭-୧୩ରେ କବିତା ସ୍ବରୁପ ଉଲ୍ଲେଖ କରେ, ଯାହା ପୁରାତନ ନିୟମଠାରୁ ଶବ୍ଦସମୁହ ଅଟନ୍ତି I

“ଆମ୍ଭମାନଙ୍କ ପିତୃପୁରୁଷଗଣ”

ଲେଖକ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଏହି ପତ୍ର ଲେଖିଥିଲେ ଯେଉଁମାନେ ଯିହୁଦୀ ଭାବେ ବୃଦ୍ଧି ହୋଇଥିଲେ I ସେଥିନିମନ୍ତେ ଏହି ପତ୍ରକୁ “ଏବ୍ରୀ ପୁସ୍ତକ” କୁହାଯାଏ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଭାବ ପ୍ରକାଶକ ପ୍ରଶ୍ନାବଳୀ

ଲେଖକ ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାର କରି ପ୍ରମାଣିତ କରନ୍ତି ଯେପରିକି ଯୀଶୁ ଦୂତମାନଙ୍କ ଅପେକ୍ଷା ଯୋଗ୍ୟ ବ୍ୟକ୍ତି ଅଟନ୍ତି I ଉଭୟ ସେ ଓ ପାଠକମାନେ ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣନ୍ତି, ଅତଏବ ଲେଖକ ଜାଣନ୍ତି ଯେ ପାଠକମାନେ ଏହି ପ୍ରଶ୍ନଗୁଡିକର ଉତ୍ତର ସମ୍ବନ୍ଧରେ ଚିନ୍ତା କରିବା ସମୟରେ, ସେମାନେ ବୁଝିପାରିବେ ଯେ ଈଶ୍ବରଙ୍କ ପୁତ୍ର ଯେକୌଣସି ଦୂତମାନଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ଅଟନ୍ତି I

କବିତା

ଯିହୁଦୀ ଶିକ୍ଷକମାନେ, ପୁରାତନ ନିୟମର ଭାବବାଦୀମାନଙ୍କ ସଦୃଶ, ସେମାନଙ୍କର ଅଧିକ ଗୁରୁତ୍ବପୂର୍ଣ୍ଣ ଶିକ୍ଷାଗୁଡିକୁ କବିତା ଆକାରରେ ଉପସ୍ଥାପନ କରୁଥିଲେ ଯେପରି ଶ୍ରୋତାମାନେ ସେଗୁଡିକ ଶିକ୍ଷା ଓ ମନେ ରଖିବାକୁ ସକ୍ଷମ ହେବେ I