or_tn/gal/04/intro.md

3.2 KiB

ଗାଲାତୀୟ ୦୪ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଏବଂ ଆକୃତି

କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି । ୟୁ ଏଲ୍ ଟି ପଦ ୨୭ ରେ ଏହି ପ୍ରକାରରେ କରିଅଛି ଯାହା ପୁରାତନ ନିୟମରୁ ଉଦ୍ଧୃତ କରାଯାଇଛି ।

ଏହି ଅଧ୍ୟାୟରେ ବିଶେଷ ଧାରଣା

ପୁତ୍ରତ୍ୱ

ପୁତ୍ରତ୍ୱ ଏକ ଜଟିଳ ବିଷୟ ଅଟେ । ଇସ୍ରାଏଲର ପୁତ୍ରତ୍ୱ ବିଷୟରେ ବିଦ୍ବାନମାନଙ୍କ ଅନେକ ମତ ରହିଅଛି । ପାଉଲ ବ୍ୟବସ୍ଥାର ଅଧିନରେ ଥିବା ଖ୍ରୀଷ୍ଟଙ୍କଠାରେ ସ୍ୱତନ୍ତ୍ରତା ମଧ୍ୟରେ ପାର୍ଥକ୍ୟ ବିଷୟକୁ ଦର୍ଶାଇବା ନିମନ୍ତେ ପୁତ୍ରତ୍ୱର ଶଦ୍ଦକୁ ବ୍ୟବହାର କରନ୍ତି । ଅବ୍ରାହାମଙ୍କ ସମସ୍ତ ଜାଗତିକ ବଂଶଜକୁ ଈଶ୍ବରଙ୍କ ପ୍ରତିଜ୍ଞାର ଉତ୍ତରାଧିକାର ମିଳିନାହିଁ । ତାହଙ୍କ ଦ୍ୱାରା କେବଳ ଇସହାକ ଓ ଯାକୁବଙ୍କ ବଂଶ ପ୍ରତିଜ୍ଞାର ଉତ୍ତରାଧିକାରୀ ହୋଇ ଥିଲେ । ଈଶ୍ବର କେବଳ ତାହାଙ୍କ ପରିବାରରେ ସେହି ଲୋକମାନଙ୍କୁ ଗ୍ରହଣ କରନ୍ତି ଯେଉଁମାନେ ଅବ୍ରାହାମଙ୍କ ବିଶ୍ବାସ ଆତ୍ମିକଭାବେ ପାଳନ କରନ୍ତି । ସେମାନେ ଉତ୍ତରାଧିକାରୀ ସହିତ ଈଶ୍ବରଙ୍କ ସନ୍ତାନମାନେ ଅଟନ୍ତି । ପାଉଲ ସେମାନଙ୍କୁ “ପ୍ରତିଜ୍ଞାର ସନ୍ତାନ” କହନ୍ତି । (ଦେଖ: [[rc:///tw/dict/bible/kt/inherit]], [[rc:///tw/dict/bible/kt/promise]], [[rc:///tw/dict/bible/kt/spirit]] ଏବଂ [[rc:///tw/dict/bible/kt/faith]] ଏବଂ rc://*/tw/dict/bible/kt/adoption)

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

ଆବା, ପିତା

”ଆବା” ଏକ ଆରମୀୟ ଶବ୍ଦ ଅଟେ । ପ୍ରାଚୀନ ଇସ୍ରାଏଲରେ, ଲୋକମାନେ ଏହାର ବ୍ୟବହାର ଅନୌପଚାରକ ଭାବରେ ସେମାନଙ୍କର ପିତୃପୁରୁଷଙ୍କୁ ଦର୍ଶାଇବା ନିମନ୍ତେ ବ୍ୟବହାର କରୁଥିଲେ । ପାଉଲ ସେମାନଙ୍କୁ ଗ୍ରୀକ୍ ଅକ୍ଷରରେ ଲେଖି ଏହାର ଧ୍ବନିକୁ “ଆକ୍ଷରିକ ଅନୁବାଦ” କରନ୍ତି. (ଦେଖ: rc://*/ta/man/translate/translate-transliterate)