or_tn/gal/03/intro.md

20 lines
3.9 KiB
Markdown

# ଗଲତୀୟ ୦୩ ଅଧ୍ୟାୟ ସାଧାରଣ ଟିପ୍ପଣୀ
## ଗଠନ ପ୍ରଣାଳୀ ଏବଂ ଆକୃତି
ଏହି ଅଧ୍ୟାୟରେ ବିଶେଷ ଧାରଣା
### ଖ୍ରୀଷ୍ଟଙ୍କଠାରେ ସମାନତା
ସମସ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ସମାନଭାବେ ଏକତ୍ରିତ ହୋଇଛନ୍ତି । ଯେକୌଣସି ବଂଶ, ଲିଙ୍ଗ, ଏବଂ ସ୍ଥିତି ହେଲେ ମଧ୍ୟ ତାହାଙ୍କଠାରେ କିଛି ଅଲଗା ନୁହେଁ । ସମସ୍ତେ ପରସ୍ପର ସହିତ ସମାନ ଅଟନ୍ତି । ସମସ୍ତେ ଈଶ୍ବରଙ୍କ ଦୃଷ୍ଟିରେ ସମାନ ଅଟନ୍ତି ।
### ଅଳଙ୍କାରିକ ପ୍ରଶ୍ନ
ପାଉଲ ଏହି ଅଧ୍ୟାୟରେ ବିଭିନ୍ନ ପ୍ରକାର ଅଳଙ୍କାରିକ ପ୍ରଶ୍ନଗୁଡିକର ବ୍ୟବହାର କରିଛନ୍ତି । ସେ ଗାଲାତୀୟମାନଙ୍କୁ ସେମାନଙ୍କ ପାପକୁ ଉଦବୋଧ କରିବା ନିମନ୍ତେ ସେଗୁଡିକୁ ବ୍ୟବହାର କରନ୍ତି । (ଦେଖ: [[rc://*/ta/man/translate/figs-rquestion]] ଏବଂ [[rc://*/tw/dict/bible/kt/sin]])
## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା
### ଶରୀର
ଏହା ଏକ ଜଟିଳ ବିଷୟ ଅଟେ । “ଶରୀର” ସମ୍ଭବତଃ ଆମମାନଙ୍କ ପାପପୁର୍ଣ୍ଣ ସ୍ବଭାବ ନିମନ୍ତେ ଏକ ରୂପକ ଅଟେ । ପାଉଲ ଏହା ଶିକ୍ଷା ଦେଉ ନାହାନ୍ତି ଯେ ମନୁଷ୍ୟର ଜାଗତିକ ଅଂଶ ପାପପୁର୍ଣ୍ଣ ଅଟେ । ଏହି ଅଧ୍ୟାୟରେ ବ୍ୟବହୃତ ଶବ୍ଦ “ଶରୀର” ସେହି ଶଦ୍ଦର ବ୍ୟତିରେକ ଅଟେ ଯାହା ଆତ୍ମିକ ଅଟେ । (ଦେଖ: [[rc://*/tw/dict/bible/kt/flesh]])
### “ସେମାନେ ବିଶ୍ବାସରେ ଆବ୍ରାହାମଙ୍କ ସନ୍ତାନଗଣ ଅଟନ୍ତି”
ଏହି ଅର୍ଥ ବା ମତରେ ବିଦ୍ବାନମାନଙ୍କର ବିଭିନ୍ନ ପ୍ରକାରର ମତ ରହିଛି । କେତେକ ବିଶ୍ବାସ କରନ୍ତି ଯେ ଈଶ୍ବର ଅବ୍ରାହାମଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ଖ୍ରୀଷ୍ଟିୟାନମାନେ ଉତ୍ତରାଧିକାର ହେବେ, ତେଣୁ ଖ୍ରୀଷ୍ଟିୟାନମାନେ ଇସ୍ରାଏଲର ଶାରୀରିକ ସନ୍ତାନଗଣକୁ ସ୍ଥାନାନ୍ତରିତ ହେବେ । ଅନ୍ୟମାନେ ବିଶ୍ବାସ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ଆତ୍ମିକଭାବରେ ଅବ୍ରାହାମଙ୍କୁ ଅନୁସରଣ କରନ୍ତି, କିନ୍ତୁ ସେମାନେ ସେହି ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ ହେବେନାହିଁ ଯାହା ଈଶ୍ବର ଅବ୍ରାହାମକୁ ଦେଇଥିଲେ । ପାଉଲଙ୍କ ଅନ୍ୟ ଶିକ୍ଷାଗୁଡିକ ଏବଂ ଏଠିକାର ପ୍ରସଙ୍ଗର ପ୍ରକାଶରେ, ପାଉଲ ସମ୍ଭବତଃ ଯିହୁଦୀ ଓ ବିଜାତି ଖ୍ରୀଷ୍ଟିୟାନଙ୍କ ବିଷୟରେ ଲେଖୁଛନ୍ତି ଯେଉଁମାନେ ଅବ୍ରାହାମଙ୍କ ସ୍ବରୁପ ସମାନ ବିଶ୍ବାସରେ ଅଂଶୀ ହୁଅନ୍ତି । (ଦେଖ: [[rc://*/tw/dict/bible/kt/spirit]] ଏବଂ [[rc://*/ta/man/translate/figs-metaphor]])