or_tn/gal/01/intro.md

4.2 KiB

ଗଲାତୀୟ ୦୧ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଏବଂ ଆକୃତି

ପାଉଲ ଏହି ପତ୍ର ତାହାଙ୍କ ଅନ୍ୟ ପତ୍ରଗୁଡିକ ତୁଳନାରେ ଭିନ୍ନ ପ୍ରକାରରେ ଲେଖିଛନ୍ତି । ସେ ଲେଖନ୍ତି ଯେ ସେ “ସେ ମନୁଷ୍ୟମାନଙ୍କଠାରୁ ନତୁବା ମନୁଷ୍ୟ ପ୍ରତିନିଧିଠାରୁ ନାହୁ, କିନ୍ତୁ ଯୀଶୁ ଖ୍ରୀଷ୍ଟ ଏବଂ ପିତା ଇଶ୍ବରଙ୍କ ଦ୍ବାରା ଜଣେ ପ୍ରେରିତ ଅଟନ୍ତି, ଯେ ତାହାଙ୍କୁ ମୃତ୍ୟୁମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ।” ପାଉଲ ଏହି ଶବ୍ଦଗୁଡିକୁ ସଯୁକ୍ତ କରିଅଛନ୍ତି କାରଣ ଭଣ୍ଡ ଶିକ୍ଷକମାନେ ତାହଙ୍କୁ ବିରୋଧ କରୁଥିଲେ ଏବଂ ତାହାଙ୍କର ଅଧିକାରକୁ ନିନ୍ୟୁ କରିବାକୁ ଚେଷ୍ଟା କରୁଥିଲେ ।

ଏହି ଅଧ୍ୟାୟରେ ବିଶେଷ ଧାରଣା

ଧର୍ମ ଶିକ୍ଷା ବିରୋଧୀ ମତ

ଈଶ୍ବର ଅନନ୍ତକାଳ ଲୋକମାନଙ୍କୁ କେବଳ ବାଇବଲର ସତ୍ୟ ସୁସମାଚର ଦ୍ବାରା ଉଦ୍ଧାର କରନ୍ତି । ଈଶ୍ବର ସୁସମାଚାରର ଅନ୍ୟ କୌଣସି ପ୍ରକାରର ଶିକ୍ଷାକୁ ଖଣ୍ଡନ କରନ୍ତି । ପାଉଲ ସେମାନଙ୍କୁ ଅଭିଶାପ ଦେବା ନିମନ୍ତେ ଇଶ୍ବରଙ୍କଠାରେ ପ୍ରାର୍ଥନା କରନ୍ତି ଯେଉମାନେ ଭ୍ରାନ୍ତ ସୁସମାଚାର ଶିକ୍ଷା ଦେଉଛନ୍ତି । ସେମାନେ ଉଦ୍ଧାର ପାଇ ପାରନ୍ତି ନାହି । ସେମାନେ ଅଣ-ଖ୍ରୀଷ୍ଟିଆନମାନଙ୍କ ପରି ଗଣାଯିବା ଉଚିତ । (ଦେଖ: [[rc:///tw/dict/bible/kt/save]], [[rc:///tw/dict/bible/kt/eternity]], [[rc:///tw/dict/bible/kt/goodnews]] ଏବଂ [[rc:///tw/dict/bible/kt/condemn]] ଏବଂ rc://*/tw/dict/bible/kt/curse)

ପାଉଲଙ୍କ ଯୋଗ୍ୟତା

ଆଦ୍ୟ ମଣ୍ଡଳୀରେ କେତେକ ଲୋକମାନେ ଶିକ୍ଷା ଦେଉଥିଲେ ଯେ ବିଜାତିମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାର ଆବଶ୍ୟକତା ରହିଅଛି । ଏହି ଶିକ୍ଷାକୁ ଖଣ୍ଡନ କରିବା ନିମନ୍ତେ, ୧୩-୧୬ ପଦରେ ପାଉଲ ବର୍ଣ୍ଣନା କରି କହୁଛନ୍ତି ଯେ ସେ ପ୍ରଥମେ ଜଣେ ଉସ୍ଚାହୀ ଯିହୁଦୀ ଥିଲେ । କିନ୍ତୁ ତଥାପି ଈଶ୍ବର ତାହାଙ୍କୁ ଉଦ୍ଧାର କରିବାକୁ ଉଚିତ ମନେକଲେ ଏବଂ ତାହାଙ୍କୁ ସତ୍ୟ ସୁସମାଚାର ଜଣାଇଲେ । ଜଣେ ଯିହୁଦୀ ଭାବେ, ଏବଂ ବିଜାତିମାନଙ୍କ ନିକଟକୁ ଜଣେ ପ୍ରେରିତ ହୋଇ, ପାଉଲ ଏହି ଘଟଣାକୁ ସମ୍ବୋଧନା କରିବା ନିମନ୍ତେ ବିଶେଷରୁପେ ଯୋଗ୍ୟ ଥିଲେ । (ଦେଖ: rc://*/tw/dict/bible/kt/lawofmoses)

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

“ତୁମ୍ଭେମାନେ ଅତିଶୀଘ୍ର ଅନ୍ୟ ସୁସମାଚାର ପ୍ରତି ଆସକ୍ତ ହେଉଅଛ”

ଗାଲତୀୟ ପୁସ୍ତକ ଶାସ୍ତ୍ରରେ ପାଉଲଙ୍କ ପ୍ରାରମ୍ଭିକ ପତ୍ରଗୁଡିକ ମଧ୍ୟରୁ ଗୋଟିଏ ଆଟେ । ଏହା ଦର୍ଶାଏ ଯେ ଭ୍ରାନ୍ତ ଶିକ୍ଷା ଏପରିକି ଆଦ୍ୟ ମଣ୍ଡଳୀକୁ ପ୍ରଭାବିତ କରିଥିଲା । (ଦେଖ: rc://*/ta/man/translate/figs-explicit)