or_tn/eph/05/intro.md

3.7 KiB

ଏଫିସୀୟ ୦୫ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ଏହା ୧୪ ପଦର ପଦଗୁଡିକ କ୍ଷେତ୍ରରେ କରୁଅଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ଖ୍ରୀଷ୍ଟଙ୍କ ରାଜ୍ୟର ଉତ୍ତରାଧିକାର

ଏହା ବୁଝିବାକୁ କଷ୍ଟକର I କେତେକ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଯେଉଁମାନେ ଏହିସବୁ କରିଚାଲନ୍ତି, ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବେ ନାହିଁ I କିନ୍ତୁ ଈଶ୍ବର ଏହି ପଦରେ ତାଲିକାଭୁକ୍ତ ହୋଇଥିବା ସମସ୍ତ ପାପ କ୍ଷମା କରିପାରିବେ I ତେଣୁ ବ୍ୟଭିଚାରୀ, ଅଶୁଦ୍ଧାଚାରୀ ବା ଲୋଭୀ ଲୋକମାନେ ସୁଦ୍ଧା ଅନନ୍ତ ଜୀବନ ପ୍ରାପ୍ତ ହେବେ, ଯଦି ସେମାନେ ମନ ପରିବର୍ତ୍ତନକରି ଯୀଶୁଙ୍କଠାରେ ବିଶ୍ବାସ କରିବେ I ଏହାର ଏକ ଅଧିକ ସ୍ବାଭାବିକ ଅର୍ଥ ହେବ “ଯେଉଁମାନଙ୍କ ଉପରେ ଖ୍ରୀଷ୍ଟ ରାଜା ଭାବରେ ରାଜତ୍ବ କରିବେ ଈଶ୍ବରଙ୍କ ସେହି ଲୋକମାନଙ୍କ ମଧ୍ୟରେ କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ କିମ୍ବା ଲୋଭୀ ବ୍ୟକ୍ତି ରହି ପାରିବ ନାହିଁ (କାରଣ ଏହା ପ୍ରତିମା ପୂଜା ସହିତ ସମାନ) I” (UST) (ଦେଖ: [[rc:///tw/dict/bible/kt/forgive]], [[rc:///tw/dict/bible/kt/eternity]] ଓ [[rc:///tw/dict/bible/kt/life]] ଓ [[rc:///tw/dict/bible/kt/inherit]])

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ହେ ସ୍ତ୍ରୀମାନେ, ଆପଣା ଆପଣା ସ୍ବାମୀମାନଙ୍କର ବଶୀଭୂତା ହୁଅ

ଏହି ଶାସ୍ତ୍ରଂଶକୁ ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ ବୁଝିବା ନିମନ୍ତେ ପଣ୍ଡିତମାନେ ବିଭକ୍ତ ଅଟନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କଲେ I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I