or_tn/eph/04/intro.md

20 lines
2.4 KiB
Markdown

# ଏଫିସୀୟ ୦୪ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୮ ପଦରେ ତାହା କରୁଅଛି, ଯାହା ପୁରାତନ ନିୟମର ଉଦ୍ଧୃତ କରାଯାଇଥିବା ପଦ ଅଟେ I
## ଏହି ଅଧ୍ୟାୟର ବିଶେଷ ଧାରଣା
### ଆତ୍ମିକ ଦାନ
ଆତ୍ମିକ ଦାନସବୁ ନିର୍ଦ୍ଦିଷ୍ଟ ଅଲୌକିକ ଦାନ, ଯାହା ପବିତ୍ର ଆତ୍ମା ଯୀଶୁଙ୍କଠାରେ ବିଶ୍ବାସ କରିଥିବା ଖ୍ରୀଷ୍ଟିୟାନମାନଙ୍କୁ ଦିଅନ୍ତି I ଏହି ଆତ୍ମିକ ଦାନଗୁଡିକ ମଣ୍ଡଳୀର ବିକାଶ ନିମନ୍ତେ ଭିତ୍ତିମୂଳ ସ୍ବରୂପ ଅଟନ୍ତି I ଏଠାରେ ପାଉଲ କେବଳ କେତେକ ଆତ୍ମିକ ଦାନର ତାଲିକା କରୁଛନ୍ତି I (ଦେଖ: [[rc://*/tw/dict/bible/kt/faith]])
### ଏକତା
ମଣ୍ଡଳୀର ଏକତାକୁ ପାଉଲ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରନ୍ତି I ଏହା ଏହି ଅଧ୍ୟାୟର ମୁଖ୍ୟ ପ୍ରସଙ୍ଗ I
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
### ପୁରାତନ ମନୁଷ୍ୟ ଓ ନୂତନ ମନୁଷ୍ୟ
”ପୁରାତନ ମନୁଷ୍ୟ” ଶବ୍ଦ ସମ୍ଭବତଃ ଜଣେ ବ୍ୟକ୍ତି ଜନ୍ମରୁ ନେଇ ଆସୁଥିବା ପାପର ସ୍ବଭାବକୁ ବୁଝାଏ I “ନୂତନ ମନୁଷ୍ୟ” ହେଉଛି ନୂତନ ସ୍ବଭାବ କିମ୍ବା ନୂତନ ଜୀବନ ଯାହା ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କଲାପରେ ଈଶ୍ବର ତାହାକୁ ଦିଅନ୍ତି I