or_tn/eph/03/intro.md

13 lines
1.5 KiB
Markdown

# ଏଫିସୀୟ ୦୩ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
### “ମୁଁ ପ୍ରାର୍ଥନା କରୁଅଛି”
ପାଉଲ ଏହି ଅଧ୍ୟାୟର କିଛି ଅଂଶକୁ ଈଶ୍ବରଙ୍କ ପ୍ରତି ପ୍ରାର୍ଥନାଭାବରେ ବିଭକ୍ତ କରିଅଛନ୍ତି I କିନ୍ତୁ ପାଉଲ କେବଳ ଈଶ୍ବରଙ୍କୁ କଥା କହୁନାହାନ୍ତି I ସେ ଉଭୟ ପ୍ରାର୍ଥନା କରୁଛନ୍ତି ଓ ଏଫିସରେ ଥିବା ମଣ୍ଡଳୀକୁ ଶିକ୍ଷା ଦେଉଛନ୍ତି I
## ଏହି ଅଧ୍ୟାୟର ବିଶେଷ ଧାରଣା
### ନିଗୂଢ ତତ୍ତ୍ବ
ପାଉଲ ମଣ୍ଡଳୀକୁ ଗୋଟିଏ “ନିଗୂଢ ତତ୍ତ୍ବ” ବୋଲି ଉଲ୍ଲେଖ କରୁଛନ୍ତି I ଈଶ୍ବରଙ୍କ ଯୋଜନାରେ ମଣ୍ଡଳୀର ଭୂମିକା ପୂର୍ବରୁ ଜଣା ନ ଥିଲା I କିନ୍ତୁ ବର୍ତ୍ତମାନ ଈଶ୍ବର ତାହା ପ୍ରକାଶ କରିଅଛନ୍ତି I ଏହି ନିଗୂଢ ତତ୍ତ୍ବର ଅଂଶ ସ୍ବରୂପେ ଈଶ୍ବରଙ୍କ ଯୋଜନାରେ ବିଜାତିମାନେ ଯିହୂଦୀମାନଙ୍କ ସହିତ ସମାନଭାବରେ ସ୍ଥାନ ପାଇବେ I