or_tn/eph/01/intro.md

2.2 KiB

ଏଫିସୀୟ ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

“ମୁଁ ପ୍ରାର୍ଥନା କରୁଅଛି”

ପାଉଲ ଏହି ଅଧ୍ୟାୟର କିଛି ଅଂଶକୁ ଈଶ୍ବରଙ୍କ ପ୍ରତି ପ୍ରଶଂସାର ପ୍ରାର୍ଥନା ଭାବରେ ବିଭକ୍ତ କରିଅଛନ୍ତି I କିନ୍ତୁ ପାଉଲ କେବଳ ଈଶ୍ବରଙ୍କୁ କଥା କହୁନାହାନ୍ତି I ସେ ଏଫିସରେ ଥିବା ମଣ୍ଡଳୀକୁ ଶିକ୍ଷା ଦେଉଛନ୍ତି I ସେ ମଧ୍ୟ ଏଫିସୀୟମାନଙ୍କୁ କହୁଛନ୍ତି ଯେ ସେ ସେମାନଙ୍କ ନିମନ୍ତେ କିପରି ପ୍ରାର୍ଥନା କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ପୂର୍ବ ନିରୂପଣ

ଅନେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ଏହି ଅଧ୍ୟାୟ “ପୂର୍ବ ନିରୂପଣ” ବୋଲି କୁହାଯାଉଥିବା ବିଷୟ ଉପରେ ଶିକ୍ଷା ଦେଇଥାଏ I ଏହା ବାଇବଲ୍ ଭିତ୍ତିକ ଧାରଣା “ପୂର୍ବ ନିର୍ଦ୍ଧାରଣ” ସମ୍ବନ୍ଧିତ ଅଟେ I କେତେକ ପଣ୍ଡିତ ଏହାକୁ ନେଇ ସୂଚାଇଥାନ୍ତି ଯେ ଜଗତର ପତ୍ତନାବଧି କେତେକ ଲୋକଙ୍କୁ ଅନନ୍ତକାଳ ନିମନ୍ତେ ପରିତ୍ରାଣ ଦେବା ନିମନ୍ତେ ଈଶ୍ବର ମନୋନୀତ କରିସାରିଛନ୍ତି I ଏହି ବିଷୟ ଉପରେ ବାଇବଲ କଅଣ ଶିକ୍ଷା ଦିଏ, ସେ ସମ୍ବନ୍ଧରେ ଖ୍ରୀଷ୍ଟିୟାନମାନେ ବିଭିନ୍ନ ମତ ଦିଅନ୍ତି I ସେଥିପାଇଁ ଏହି ଅଧ୍ୟାୟକୁ ଅନୁବାଦ କରିବା ସମୟରେ ଅନୁବାଦକମାନେ ଅତିରିକ୍ତ ଯତ୍ନଶୀଳ ହେବା ଆବଶ୍ୟକ I (ଦେଖ: rc://*/tw/dict/bible/kt/predestine)