or_tn/act/front/intro.md

10 KiB
Raw Permalink Blame History

ପ୍ରେରିତ ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

ପ୍ରେରିତ ପୁସ୍ତକର ରୂପରେଖ

  1. ମଣ୍ଡଳୀ ଓ ଏହାର ପ୍ରଚାର କାର୍ଯ୍ୟର ଆରମ୍ଭ (୧:୧-:୪୧)
  2. ଯିରୂଶାଲମରେ ଆଦ୍ୟ ମଣ୍ଡଳୀ (:୪୨-୬:୭)
  3. ଅତ୍ୟଧିକ ବିରୋଧ ଓ ସ୍ତିଫାନଙ୍କ ମୃତ୍ୟୁଭୋଗ (୬:୮-୭:୬୦)
  4. ମଣ୍ଡଳୀର ତାଡନା ଓ ଫିଲିପ୍ପଙ୍କ ସେବାକାର୍ଯ୍ୟ (୮:୧-୪୦)
  5. ପାଉଲ ଜଣେ ପ୍ରେରିତ ହୁଅନ୍ତି (୯:୧-୩୧)
  6. ପିତରଙ୍କ ସେବାକାର୍ଯ୍ୟ ଓ ପ୍ରଥମ ବିଜାତି ଖ୍ରୀଷ୍ଟିୟାନ (୯:୩୨-୧୨-୨୪)
  7. ପାଉଲ, ବିଜାତିମାନଙ୍କ ନିକଟକୁ ଜଣେ ପ୍ରେରିତ, ଯିହୁଦୀ ବ୍ୟବସ୍ଥା, ଓ ଯିରୂଶାଲମସ୍ଥିତ ମଣ୍ଡଳୀର ନେତୃଗଣ (୧୨:୨୫-୧୬:୫)
  8. ମଧ୍ୟ ଭୂମଧ୍ୟ ସାଗରୀୟ ଅଞ୍ଚଳ ଓ ଏସିଆ ମାଇନରରେ ମଣ୍ଡଳୀର ସମ୍ପ୍ରସାରଣ (୧୬:୬-୧୯:)
  9. ପାଉଲ ଯିରୂଶାଲମକୁ ଯାତ୍ରା କରନ୍ତି ଓ ରୋମ୍ ରେ ଜଣେ ବନ୍ଦୀ ହୋଇଯାଆନ୍ତି (୧୯:୨୧-୨୮:୩୧)

ପ୍ରେରିତ ପୁସ୍ତକଟି କେଉଁ ବିଷୟରେ ଲେଖାଯାଇଛି?

ପ୍ରେରିତ ପୁସ୍ତକ ଆଦ୍ୟ ମଣ୍ଡଳୀରେ ଅଧିକରୁ ଅଧିକ ଲୋକେ ବିଶ୍ବାସୀ ହେଉଥିବା ଘଟଣାକୁ ପ୍ରକାଶ କରେ I ଏହା ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟିୟାନମାନଙ୍କୁ ପବିତ୍ର ଆତ୍ମା ଆପଣା ପରାକ୍ରମରେ ସାହାଯ୍ୟ କରିବା ବିଷୟ ଦର୍ଶାଏ I ଏହି ପୁସ୍ତକର ଘଟଣାବଳୀ ଯୀଶୁଙ୍କର ସ୍ବର୍ଗାରୋହଣଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପ୍ରାୟ ତିରିଶ ବର୍ଷରେ ଶେଷ ହୁଏ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ? ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପରମ୍ପରାଗତ ଶୀର୍ଷକ “ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ” ବୋଲି କହିବାକୁ ମନୋନୀତ କରିପାରନ୍ତି କିମ୍ବା ଅନୁବାଦକମାନେ ଅନ୍ୟ ଏକ ଅପେକ୍ଷାକୃତ ସ୍ପଷ୍ଟ ଶୀର୍ଷକ ମନୋନୀତ କରିପାରନ୍ତି, ଉଦାହରଣ ସ୍ଵରୂପ, “ପ୍ରେରିତମାନଙ୍କ ଦେଇ ପବିତ୍ର ଆତ୍ମାଙ୍କ କାର୍ଯ୍ୟର ବିବରଣ I”

ପ୍ରେରିତ ପୁସ୍ତକ କିଏ ଲେଖିଥିଲେ?

ଏହି ପୁସ୍ତକ ଲେଖକଙ୍କର ନାମ ଦିଏ ନାହି I କିନ୍ତୁ, ଏହା ଥିୟଫିଲଙ୍କୁ ସମ୍ବୋଧନକରି ଲେଖାଯାଇଛି, ଏ ସେହି ବ୍ୟକ୍ତି ଯାହାଙ୍କୁ ସମ୍ବୋଧନକରି ଲୂକ ଲିଖିତ ସୁସମାଚାର ଲେଖାଯାଇଛି I ମଧ୍ୟ, ପୁସ୍ତକର କେତେକ ଅଂଶରେ, ଲେଖକ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରନ୍ତି I ଏହା ସୂଚାଇ ଦିଏ ଯେ ଲେଖକ ପାଉଲଙ୍କ ସାଙ୍ଗରେ ଯାତ୍ରା କରିଥିଲେ I ଅଧିକାଂଶ ପଣ୍ଡିତମାନେ ଭାବନ୍ତି ଯେ ଲୂକ ହେଉଛନ୍ତି ଏହି ବ୍ୟକ୍ତି ଯିଏକି ପାଉଲଙ୍କ ସାଙ୍ଗରେ ଯାତ୍ରା କରିଥିଲେ I ସେଥିପାଇଁ, ଆଦ୍ୟ ଖ୍ରୀଷ୍ଟିୟ ସମୟଠାରୁ, ଅଧିକାଂଶ ଖ୍ରୀଷ୍ଟିୟାନମାନେ ବିବେଚନା କରିଛନ୍ତି ଯେ ଲୂକ ହିଁ ପ୍ରେରିତ ଓ ଲୂକ ପୁସ୍ତକର ଲେଖକ ଅଟନ୍ତି I

ଲୂକ ଜଣେ ଭେଷଜ ଡାକ୍ତର ଥିଲେ I ତାହାଙ୍କ ଲିଖନ ଶୈଳୀ ଦର୍ଶାଏ ଯେ ସେ ଜଣେ ଶିକ୍ଷିତ ଲୋକ ଥିଲେ I ସେ ସମ୍ଭବତଃ ଜଣେ ବିଜାତି ଥିଲେ I ସେ ପ୍ରେରିତ ପୁସ୍ତକରେ ବର୍ଣ୍ଣିତ ଅନେକ ଘଟଣାବଳୀ ଦେଖିଥିଲେ I

ଦ୍ବିତୀୟ ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମ ସମ୍ବନ୍ଧୀୟ ଓ ସାଂସ୍କୃତିକ ଧାରଣା

ମଣ୍ଡଳୀ କ’ଣ?

ମଣ୍ଡଳୀ ହେଉଛି ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କର ଏକ ଦଳ I ମଣ୍ଡଳୀ ଉଭୟ ଯିହୁଦୀ ଓ ବିଜାତି ବିଶ୍ବାସୀମାନଙ୍କୁ ନେଇ ଗଠିତ I ଏହି ପୁସ୍ତକର ଘଟଣାବଳୀ ଈଶ୍ବର ମଣ୍ଡଳୀକୁ ସାହାଯ୍ୟ କରୁଥିବା ଦର୍ଶାଉଛି I ସେ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବିଶ୍ବାସୀମାନଙ୍କୁ ଧାର୍ମିକ ଜୀବନଯାପନ କରିବା ନିମନ୍ତେ ଶକ୍ତିଯୁକ୍ତ କରିଥିଲେ I

ତୃତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ପ୍ରେରିତ ପୁସ୍ତକର ଲେଖାରେ କଅଣ ସବୁ ମୁଖ୍ୟ ସମସ୍ୟା ରହିଛି?

Tପ୍ରେରିତ ପୁସ୍ତକରେ ଏହି ସବୁ ମୁଖ୍ୟ ଲେଖାଗତ ସମସ୍ୟା ରହିଛି:

Tବାଇବଲର ପୁରାତନ ଅନୁବାଦ ଗୁଡିକରେ ଏହି ସବୁ ପଦ ଦେଖିବାକୁ ମିଳେ, କିନ୍ତୁ ସେଗୁଡିକ ବାଇବଲର ସର୍ବୋତ୍ତମ ଖଣ୍ଡ ସବୁରେ ନାହି I କେତେକ ଆଧୁନିକ ଅନୁବାଦରେ ସେଗୁଡିକ ବର୍ଗ ବନ୍ଧନୀ ([ ])ରେ ସ୍ଥାନିତ ଅଟେ I ULT ଓ UST ପାଦଟୀକାରେ ସେଗୁଡିକ ଲେଖନ୍ତି I

  • “ଫିଲିପ୍ପ କହିଲେ, ‘ଆପଣ ସମସ୍ତ ଅନ୍ତଃକରଣ ସହିତ ଯଦି ବିଶ୍ବାସ କରନ୍ତି, ତାହା ହେଲେ ହୋଇପାରେ I ସେଥିରେ କୁଶଦେଶୀୟ ବ୍ୟକ୍ତି ଉତ୍ତର ଦେଲେ, ‘ଯୀଶୁ ଖ୍ରୀଷ୍ଟ ଯେ ଈଶ୍ବରଙ୍କ ପୁତ୍ର, ଏହା ମୁଁ ବିଶ୍ବାସ କରୁଅଛି ’”(ପ୍ରେରିତ ୮:୩୭)I
  • “କିନ୍ତୁ ଶୀଲା ସେଠାରେ ରହିବା ଉତ୍ତମ ବୋଧ କଲେ I” (ପ୍ରେରିତ ୧୫:୩୪)
  • “ଆଉ ଆପଣାମାନଙ୍କ ବ୍ୟବସ୍ଥା ଅନୁସାରେ ଏହାର ବିଚାର କରିବାକୁ ଇଚ୍ଛା କରିଥିଲୁ I କିନ୍ତୁ ସହସ୍ରସେନାପତି ଲୂସିୟା ଆସି ଅତିଶୟ ବଳତ୍କାରରେ ଏହାକୁ ଆମ୍ଭମାନଙ୍କ ହାତରୁ ଛଡାଇନେଲେ, ଆଉ ଏହାର ଅଭିଯୋଗକାରୀମାନଙ୍କୁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହେବା ନିମନ୍ତେ ଆଜ୍ଞା ଦେଲେ I” (ପ୍ରେରିତ ୨୪:୬ଖ-୮କ)
  • “ଆଉ ସେ ଏହି ସବୁ କଥା କହନ୍ତେ ଯିହୁଦୀମାନେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ I”(ପ୍ରେରିତ ୨୮:୨୯)

ତଳ ଲିଖିତ ପଦ ଗୁଡିକରେ, ଏହା ଅନିଶ୍ଚିତ ଯେ ମୁଳ ଲେଖାରେ କ’ଣ କୁହାଯାଇଥିଲା I କେଉଁ ଲେଖାଟିକୁ ଅନୁବାଦ କରିବାକୁ ହେବ, ତାହା ଅନୁବାଦକମାନେ ବାଛିବା ଆବଶ୍ୟକ I ULTରେ ପ୍ରଥମ ଲେଖା ଅଛି, କିନ୍ତୁ ପାଦଟୀକାରେ ଦ୍ବିତୀୟ ଲେଖା ଉଲ୍ଲେଖ କରାଯାଇଛି I

  • “ସେମାନେ ଯିରୂଶାଲମରୁ ବାହୁଡିଗଲେ” (ପ୍ରେରିତ ୧୨:୨୫)I କେତେକ ଅନୁବାଦରେ ଲେଖାଯାଏ, ସେମାନେ ଯିରୂଶାଲମକୁ (କିମ୍ବା ସେଠାକୁ) ବାହୁଡିଗଲେ”I
  • “ସେ ସେମାନଙ୍କ ବ୍ୟବହାର ସହ୍ୟ କଲେ” (ପ୍ରେରିତ ୧୩:୧୮)I କେତେକ ଅନୁବାଦରେ ଲେଖାଯାଏ, “ସେ ସେମାନଙ୍କୁ ପ୍ରତିପାଳନ କଲେ I”
  • “ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ବିଜାତି ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ବେଷଣ କରନ୍ତି, ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି I ଯୁଗ ଆରମ୍ଭରୁ ଈଶ୍ବର ଆପଣାର ସମସ୍ତ କର୍ମ ଜ୍ଞାତ ଅଟନ୍ତି”(ପ୍ରେରିତ ୧୫:୧୭-୧୮)I କେତେକ ପୁରାତନ ଅନୁବାଦରେ ଲେଖାଯାଏ, “ ପ୍ରାଚୀନ କାଳରୁ ଯେଉଁମାନେ ତାହାଙ୍କ କର୍ମ ସମ୍ବନ୍ଧରେ ଜ୍ଞାତ, ସେମାନଙ୍କୁ ପ୍ରଭୁ ଏହା କହନ୍ତି I ""

(ଦେଖ: rc://*/ta/man/translate/translate-textvariants)