or_tn/act/28/intro.md

2.2 KiB

ପ୍ରେରିତ ୨୮ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ରୋମ୍ ରେ ଦୁଇ ବର୍ଷ କାଳ ରହିଲା ପରେ ପାଉଲଙ୍କ ପ୍ରତି କ’ଣ ଘଟିଲା, ସେ ବିଷୟରେ କିଛି ନ କହି ଲୂକ କାହିଁକି ତାହାଙ୍କର ବିବରଣୀ ଶେଷ କରୁଛନ୍ତି ତାହା କେହି ନିଶ୍ଚିତଭାବରେ ଜାଣନ୍ତି ନାହିଁ I

ଏହି ଅଧ୍ୟାୟର ବିଶେଷ ଧାରଣା

""ପତ୍ରଗୁଡ଼ିକ” ଓ “ଭାଇମାନେ”

ଯିହୂଦୀ ନେତାମାନେ ଆଶ୍ଚର୍ଯ୍ୟ ହେଲେ ଯେ ପାଉଲ ସେମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି, କାରଣ ସେମାନେ ଯିରୂଶାଲମସ୍ଥିତ ମହାଯାଜକଙ୍କଠାରୁ ପାଉଲ ଆସୁଛନ୍ତି ବୋଲି କୌଣସି ପତ୍ର ପାଇ ନ ଥିଲେ I

ଯେତେବେଳେ ଯିହୂଦୀ ନେତାମାନେ “ଭାଇମାନେ” ବୋଲି କହୁଥିଲେ, ସେମାନେ ସହ-ଯିହୂଦୀମାନଙ୍କୁ ଦର୍ଶାଉଥିଲେ, ଖ୍ରୀଷ୍ଟିୟାନମାନଙ୍କୁ ନୁହେଁ I

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

""ସେ ଜଣେ ଦେବତା ଥିଲେ”

ସ୍ଥାନୀୟ ଲୋକମାନେ ବିଶ୍ବାସ କରିଥିଲେ ଯେ ପାଉଲ ଜଣେ ଦେବତା ଅଟନ୍ତି, କିନ୍ତୁ ସେମାନେ ବିଶ୍ବାସ କରି ନ ଥିଲେ ଯେ ସେ ଏକମାତ୍ର ସତ୍ୟ ଈଶ୍ବର ଅଟନ୍ତି I ସେ ଯେ ଜଣେ ଦେବତା ନୁହନ୍ତି ଏକଥା ପାଉଲ କାହିଁକି ସ୍ଥାନୀୟ ଲୋକମାନଙ୍କୁ କହିଲେ ନାହିଁ ତାହା ଆମ୍ଭେମାନେ ଜାଣୁନାହୁଁ I