or_tn/act/25/intro.md

2.6 KiB

ପ୍ରେରିତ ୨୫ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଅନୁଗ୍ରହ

ଏହି ଅଧ୍ୟାୟରେ ଏହି ଶବ୍ଦକୁ ଦୁଇଟି ଭିନ୍ନ ପ୍ରକାରେ ବ୍ୟବହାର କରାଯାଇଛି I ଯେତେବେଳେ ଯିହୂଦୀମାନେ ଫେଷ୍ଟଙ୍କୁ ଏକ ଅନୁଗ୍ରହ ପ୍ରାର୍ଥନା କଲେ, ସେମାନେ ଏହା ମାଗୁଥିଲେ ଯେ ସେ ସେହି ଦିନରେ ସେମାନଙ୍କ ନିମନ୍ତେ ବିଶେଷ କିଛି କରନ୍ତୁ I ସେମାନେ ତାହାଙ୍କୁ ଏପରି କିଛି କରନ୍ତୁ ବୋଲି ଚାହୁଁଛନ୍ତି, ଯାହା ସେ ସାଧାରଣତଃ କରନ୍ତି ନାହିଁ I ଯେତେବେଳେ ଫେଷ୍ଟ “ଯିହୂଦୀମାନଙ୍କର ଅନୁଗ୍ରହ ଲାଭ କରିବାକୁ ଚାହିଁଲେ,” ସେ ସେମାନଙ୍କର ପ୍ରିୟପାତ୍ର ହେବାକୁ ଚାହିଁଲେ ଓ ପରବର୍ତ୍ତୀ ମାସ ଏବଂ ବର୍ଷଗୁଡିକରେ ସେମାନେ ତାହାଙ୍କର କଥା ମାନନ୍ତୁ ବୋଲି ଚାହିଁଲେ I (ଦେଖ: rc://*/tw/dict/bible/kt/favor)

ରୋମୀୟ ନାଗରିକ ପଦ

ରୋମୀୟମାନେ ଭାବୁଥିଲେ ଯେ ସେମାନେ କେବଳ ରୋମୀୟମାନଙ୍କୁ ଯଥାର୍ଥ ଭାବରେ ବ୍ୟବହାର କରିବା ଆବଶ୍ୟକ I ଯେଉଁମାନେ ରୋମୀୟ ନାଗରିକ ନ ଥିଲେ, ସେମାନଙ୍କ ପ୍ରତି ସେମାନେ ଯାହା ଇଚ୍ଛା ତାହା କରିପାରିବେ, କିନ୍ତୁ ଅନ୍ୟ ରୋମୀୟମାନଙ୍କ ପାଇଁ ସେମାନଙ୍କୁ ରୋମୀୟ ବ୍ୟବସ୍ଥାକୁ ମାନିବାକୁ ପଡିବ I କେତେକ ଲୋକ ଜନ୍ମରୁ ରୋମୀୟ ନାଗରିକ ଥିଲେ, ଅନ୍ୟମାନେ ରୋମୀୟ ସରକାରକୁ ଅର୍ଥ ଦେଉଥିଲେ ଯେପରି ସେମାନେ ରୋମୀୟ ନାଗରିକ ହୋଇପାରିବେ I ଜଣେ ଅଣରୋମୀୟ ନାଗରିକକୁ ବ୍ୟବହାର କଲାପରି ଯଦି ସେମାନେ ଜଣେ ରୋମୀୟ ନାଗରିକ ପ୍ରତି ବ୍ୟବହାର କରିବେ, ତେବେ ରୋମୀୟ ଅଧିକାରୀମାନେ ଦଣ୍ଡ ପାଇପାରନ୍ତି I