or_tn/act/21/38.md

3.3 KiB
Raw Permalink Blame History

Are you not then the Egyptian ... wilderness?

ପ୍ରଧାନ ସେନାପତି ଆଶ୍ଚର୍ଯ୍ୟ ପ୍ରକଟ କରିବା ନିମନ୍ତେ ଏହି ପ୍ରଶ୍ନ ଓ “ତୁମେ କି ଗ୍ରୀକ୍ କହୁଛ ?” ବୋଲି ପ୍ରଶ୍ନ (୩୭ ପଦ) କରୁଛନ୍ତି ଯେ ସେ ପାଉଲଙ୍କୁ ଯିଏ ହୋଇଥିବେ ବୋଲି ଭାବୁଥିଲେ ସେ ସେହି ନୁହନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ULTରେ ଯେପରି ଉଲ୍ଲେଖ ଅଛି, ପ୍ରଧାନ ସେନାପତି ବିଶ୍ବାସ କରୁଛନ୍ତି ଯେ ଯଦିଓ ପାଉଲ ଗ୍ରୀକ୍ କହୁଛନ୍ତି, ପାଉଲ ଜଣେ ମିସରୀୟ ଅଟନ୍ତି I “ଯଦିଓ ତୁମେ ଗ୍ରୀକ୍ କହୁଛ, ମୁଁ ଏବେ ସୁଦ୍ଧା ଭାବୁଛି ଯେ ତୁମେ ଜଣେ ମିସରୀୟ ଯେ ...ପ୍ରାନ୍ତରକୁ ଘେନି ଯାଇଥିଲା I” ) ଯେହେତୁ ପାଉଲ ଗ୍ରୀକ୍ କହୁଛନ୍ତି, ପ୍ରଧାନ ସେନାପତି ଭାବୁଛନ୍ତି ଯେ ବୋଧହୁଏ ପାଉଲ ଜଣେ ମିସରୀୟ ନୁହନ୍ତି I “ତୁମେ କି ଗ୍ରୀକ୍ କହୁଛ? ବୋଧହୁଏ ମୁଁ ତୁମକୁ ସେହି ମିସରୀୟ ଯେ ...ପ୍ରାନ୍ତରକୁ ଘେନି ଯାଇଥିଲା ଭାବି ଭୁଲ୍ କରିଛି I” ପ୍ରଶ୍ନ ଗୁଡିକ ମନେ ରଖିବା ସବୁଠାରୁ ଭଲ ହେବ, ଯଦି ପାଠକ ଦୁଇଟି ଅର୍ଥ ମଧ୍ୟରୁ କୌଣସି ଗୋଟିଏକୁ ଅନୁମାନ କରିପାରିବେ I (ଦେଖ: rc://*/ta/man/translate/figs-rquestion)

Are you not then the Egyptian

ପାଉଲଙ୍କ ପରିଦର୍ଶନର ଅଳ୍ପ କିଛି ଦିନ ପୂର୍ବରୁ, ମିସରର ଜଣେ ଅନାମୀ ଲୋକ ଯିରୂଶାଲମରେ ରୋମ୍ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲା I ପରେ ସେ ପ୍ରାନ୍ତରକୁ ଖସି ପଳାଇ ଯାଇଥିଲା ଓ ସେନାପତି ଆଶ୍ଚର୍ଯ୍ୟ ହେଉଛନ୍ତି ପାଉଲ ହୁଏତ ସେହି ଲୋକ ହୋଇପାରନ୍ତି I (ଦେଖ: rc://*/ta/man/translate/figs-explicit)

started a rebellion

“ବିଦ୍ରୋହ” ଶବ୍ଦଟି କ୍ରିୟା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ରୋମୀୟ ସରକାର ବିରୁଦ୍ଧରେ ବିଦ୍ରୋହ କରିବାକୁ ଲୋକମାନଙ୍କୁ ମତାଇଲା” (ଦେଖ: rc://*/ta/man/translate/figs-abstractnouns)

the four thousand men

୪, ଆତଙ୍କବାଦୀ (ଦେଖ: rc://*/ta/man/translate/translate-numbers)

Assassins

ଏହା ଯିହୂଦୀ ବିଦ୍ରୋହୀମାନଙ୍କର ଗୋଟିଏ ଦଳକୁ ବୁଝାଏ, ଯେଉଁମାନେ ରୋମୀୟମାନଙ୍କୁ ଓ ରୋମୀୟମାନଙ୍କୁ ସମର୍ଥନ କରୁଥିବା ଲୋକମାନଙ୍କୁ ହତ୍ୟା କରିଥିଲେ I