or_tn/act/19/intro.md

1.6 KiB

ପ୍ରେରିତ ୧୯ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ବାପ୍ତିସ୍ମ

ଯୋହନ ଏହା ଦେଖାଇବାକୁ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ ଯେ ସେମାନେ ସେମାନଙ୍କର ପାପ ପାଇଁ ଦୁଃଖିତ ଅଟନ୍ତି I ଯେଉଁମାନେ ଯୀଶୁଙ୍କର ଅନୁଗମନ କରିବାକୁ ଚାହୁଁଥିଲେ, ଯୀଶୁଙ୍କର ଶିଷ୍ୟମାନେ ସେମାନଙ୍କୁ ବାପ୍ତିସ୍ମ ଦେଉଥିଲେ I

ଆର୍ତ୍ତେମୀ ମନ୍ଦିର

ଏଫିସ ନଗରରେ ଆର୍ତ୍ତେମୀ ମନ୍ଦିର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଥିଲା I ଅନେକ ଲୋକ ଏହି ମନ୍ଦିର ଦେଖିବାକୁ ଏଫିସକୁ ଆସୁଥିଲେ ଓ ସେମାନେ ସେଠାରେ ଥିବା ସମୟରେ ଆର୍ତ୍ତେମୀ ଦେବୀର ମୂର୍ତ୍ତି କିଣୁଥିଲେ I ମୂର୍ତ୍ତି ବିକ୍ରୟ କରୁଥିବା ଲୋକମାନେ ଭୟ କରୁଥିଲେ ଯେ ଯଦି ଲୋକମାନେ ଆର୍ତ୍ତେମୀ ଏକ ପ୍ରକୃତ ଦେବୀ ବୋଲି ବିଶ୍ବାସ କରିବେ ନାହିଁ, ତେବେ ସେମାନେ ବିକ୍ରୟକାରୀମାନଙ୍କୁ ମୂର୍ତ୍ତି ସକାଶେ ଅର୍ଥ ଦେବା ବନ୍ଦ କରିଦେବେ I