or_tn/act/17/intro.md

14 lines
2.0 KiB
Markdown

# ପ୍ରେରିତ ୧୭ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା
### ମଶୀହଙ୍କ ସମ୍ବନ୍ଧରେ ଭ୍ରାନ୍ତ ଧାରଣା
ଯିହୂଦୀମାନେ ଖ୍ରୀଷ୍ଟ ଅବା ମଶୀହଙ୍କୁ ଏକ ଶକ୍ତିଶାଳୀ ରାଜା ଭାବରେ ଆଶା କରୁଥିଲେ, କାରଣ ପୁରାତନ ନିୟମରେ ଅନେକ ଥର ଏପ୍ରକାର କୁହାଯାଇଛି I କିନ୍ତୁ ଏହା ମଧ୍ୟ ଅନେକ ଥର କହୁଛି ଯେ ମଶୀହ ଦୁଖଃଭୋଗ କରିବେ ଓ ତାହା ହିଁ ପାଉଲ ଯିହୂଦୀମାନଙ୍କୁ କହୁଥିଲେ I (ଦେଖ: [[rc://*/tw/dict/bible/kt/christ]])
### ଆଥୀନୀର ଧର୍ମ
ପାଉଲ କହିଥିଲେ ଯେ ଆଥୀନୀୟମାନେ “ଧର୍ମପରାୟଣ,” କିନ୍ତୁ ସେମାନେ ସତ୍ୟ ଈଶ୍ବରଙ୍କୁ ଉପାସନା କରୁ ନ ଥିଲେ I ସେମାନେ ଅନେକ ବିଭିନ୍ନ ମିଥ୍ୟା ଦେବତାମାନଙ୍କର ଉପାସନା କରୁଥିଲେ I ଅତୀତରେ ସେମାନେ ଅନ୍ୟ ଦେଶର ଲୋକମାନଙ୍କୁ ଜୟ କରିଥିଲେ ଓ ସେମାନେ ଜୟ କରିଥିବା ଲୋକମାନଙ୍କର ଦେବତାମାନଙ୍କୁ ଉପାସନା କରିବାକୁ ଆରମ୍ଭ କରିଥିଲେ I(ଦେଖ: [[rc://*/tw/dict/bible/kt/falsegod]])
ଏହି ଅଧ୍ୟାୟରେ ଲୂକ ପୁରାତନ ନିୟମ ବିଷୟରେ କିଛି ଜାଣି ନ ଥିବା ଲୋକମାନଙ୍କୁ ପାଉଲ କିପରି ଖ୍ରୀଷ୍ଟଙ୍କର ସମ୍ବାଦ କହୁଛନ୍ତି, ତାହା ପ୍ରଥମଥର ପାଇଁ ବର୍ଣ୍ଣନା କରୁଛନ୍ତି I