or_tn/act/16/intro.md

2.3 KiB

ପ୍ରେରିତ ୧୬ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ତୀମଥିଙ୍କର ସୁନ୍ନତ ହେବା

ପାଉଲ ତୀମଥିଙ୍କୁ ସୁନ୍ନତ କଲେ କାରଣ ସେମାନେ ଯିହୂଦୀ ଓ ବିଜାତିମାନଙ୍କୁ ଯୀଶୁଙ୍କର ସମ୍ବାଦ କହୁଥିଲେ I ପାଉଲ ଯିହୂଦୀମାନେ ଏହା ଜାଣନ୍ତୁ ବୋଲି ଚାହୁଁଥିଲେ ଯେ ସେ ମୋଶାଙ୍କର ବ୍ୟବସ୍ଥାକୁ ସମ୍ମାନ କରୁଥିଲେ, ଯଦିଓ ଯିରୂଶାଲମ ମଣ୍ଡଳୀର ନେତାଗଣ ସ୍ଥିର କରିଥିଲେ ଯେ ଖ୍ରୀଷ୍ଟିୟାନମାନଙ୍କର ସୁନ୍ନତ ହେବା ଆବଶ୍ୟକ ନାହିଁ I

ଭାଗ୍ୟ ଗଣନାକାରୀ ଆତ୍ମା ଦ୍ବାରା ଆବିଷ୍ଟ ହୋଇଥିବା ସ୍ତ୍ରୀଲୋକ

ଅଧିକାଂଶ ଲୋକେ ଭବିଷ୍ୟତ ଜାଣିବାକୁ ଅଧିକ ଚାହାଁନ୍ତି, କିନ୍ତୁ ମୋଶାଙ୍କ ବ୍ୟବସ୍ଥା କହୁଛି ଯେ ଭବିଷ୍ୟତ ଜାଣିବାପାଇଁ ମୃତଲୋକଙ୍କ ଆତ୍ମା ସହିତ କଥାବାର୍ତ୍ତା କରିବା ପାପ ଅଟେ I ଏହି ସ୍ତ୍ରୀଲୋକଟି ଭବିଷ୍ୟତ ବିଷୟରେ ଅତି ଭଲ କହିପାରୁଥିବା ପରି ଜଣାଯାଉଛି I ସେ ଜଣେ ଦାସୀ ଥିଲା ଓ ତା’ର କାର୍ଯ୍ୟ ଦ୍ବାରା ତାହାର କର୍ତ୍ତା ବହୁତ ଅର୍ଥ ରୋଜଗାର କରୁଥିଲା I ପାଉଲ ତାହାକୁ ପାପ କରିବାରୁ ନିବୃତ୍ତ କରିବାକୁ ଚାହିଁଲେ, ତେଣୁ ସେ ଆତ୍ମାକୁ ତା’ଠାରୁ ବାହାରିଯିବାକୁ କହିଲେ I ଲୂକ ସେ ଯୀଶୁଙ୍କର ଅନୁଗମନ କଲା ବୋଲି କହୁନାହାଁନ୍ତି କିମ୍ବା ତାହା ବିଷୟରେ ଅଧିକ କିଛି କହୁନାହାଁନ୍ତି I