or_tn/act/15/intro.md

22 lines
3.5 KiB
Markdown

# ପ୍ରେରିତ ୧୫ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
କେତେକେ ଅନୁବାଦ କବିତାର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ ଏହା କରିଥାଏ ଯାହା ୧୫:୧୬-୧୭ ରେ ପୁରାତନ ନିୟମରୁ ଉଦ୍ଧୃତ କରାଯାଇଛି I
ଏହି ଅଧ୍ୟାୟରେ ଲୂକ ବର୍ଣ୍ଣନା କରୁଥିବା ସଭାକୁ ସାଧାରଣତଃ “ଯିରୂଶାଲମ ମହାସଭା” ବୋଲି କୁହାଯାଏ I ଏହି ସମୟରେ ମଣ୍ଡଳୀର ନେତାମାନେ ଏକତ୍ରହୋଇ ବିଶ୍ବାସୀମାନେ ମୋଶାଙ୍କର ସମସ୍ତ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ନା ନାହିଁ, ସେ ବିଷୟ ସ୍ଥିର କରିଥିଲେ I
## ଏହି ଅଧ୍ୟାୟର ବିଶେଷ ଧାରଣା
### ଭାଇମାନେ
ଏହି ଅଧ୍ୟାୟରେ ଲୂକ ସହ-ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇବାପାଇଁ ସହ-ଯିହୂଦୀ ଶବ୍ଦ ପରିବର୍ତ୍ତେ “ଭାଇମାନେ” ଶବ୍ଦ ବ୍ୟବହାର କରୁଛନ୍ତି I
### ମୋଶାଙ୍କର ବ୍ୟବସ୍ଥା ପାଳନ କରିବା
କେତେକ ବିଶ୍ବାସୀ ବିଜାତିମାନେ ସୁନ୍ନତ ହେବା ଆବଶ୍ୟକ ବୋଲି ଚାହୁଁଥିଲେ, କାରଣ ଈଶ୍ବର ଅବ୍ରାହାମ ଓ ମୋଶାଙ୍କୁ କହିଥିଲେ ଯେ ଯେକେହି ତାହାଙ୍କର ହେବାକୁ ଇଚ୍ଛା କରନ୍ତି, ତା’ଙ୍କୁ ସୁନ୍ନତ ହେବାକୁ ପଡିବ ଓ ଏହି ବ୍ୟବସ୍ଥା ସର୍ବଦା ରହିବ I କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ଈଶ୍ବର ଅସୁନ୍ନତ ବିଜାତିମାନଙ୍କୁ ପବିତ୍ର ଆତ୍ମାଙ୍କର ଦାନ ଦେବା ଦେଖିଥିଲେ, ତେଣୁ ସେମାନେ ବିଜାତିମାନେ ସୁନ୍ନତ ହୁଅନ୍ତୁ ବୋଲି ଚାହୁଁ ନ ଥିଲେ I ସେମାନେ କ’ଣ କରିବା ଉଚିତ ତାହା ମଣ୍ଡଳୀର ନେତାମାନେ ସ୍ଥିର କରନ୍ତୁ ବୋଲି ଉଭୟ ଦଳ ଯିରୂଶାଲମକୁ ଯାଇଥିଲେ I
### “ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ବାସରୋଧ ଦ୍ବାରା ମୃତ ପ୍ରାଣୀର ମାଂସ ଓ ପରଦାରଠାରୁ ପୃଥକ୍ ରହିବା”
ଏହା ସମ୍ଭବ ଯେ ମଣ୍ଡଳୀର ନେତାମାନେ ଏହି ବ୍ୟବସ୍ଥା ସମ୍ବନ୍ଧରେ ଏପରି ସ୍ଥିର କଲେ ଯେପରି ଯିହୂଦୀ ଓ ବିଜାତିମାନେ କେବଳ ଯେ ଏକତ୍ର ବାସ କରିବେ ତାହା ନୁହେଁ, ମାତ୍ର ସମାନ ଖାଦ୍ୟ ଏକତ୍ର ଭୋଜନ କରିବେ I