or_tn/act/13/intro.md

3.2 KiB

ପ୍ରେରିତ ୧୩ ସାଧାରଣ ସୂଚନା## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତିଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ଗୀତସଂହିତା ୧୩:୩୩-୩୫ ର ତିନୋଟି ଉଦ୍ଧୃତି କ୍ଷେତ୍ରରେ ଏହା କରିଥାଏ I

କେତେକେ ଅନୁବାଦ କବିତାର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ ଏହା କରିଥାଏ ଯାହା ପୁରାତନ ନିୟମର ୧୩:୪୧ ରେ କରାଯାଇଛି I

ଏହି ଅଧ୍ୟାୟରୁ ପ୍ରେରିତ ପୁସ୍ତକର ଦ୍ବିତୀୟ ଭାଗ ଆରମ୍ଭ ହୋଇଛି I ଲୂକ ପିତରଙ୍କ ଅପେକ୍ଷା ପାଉଲଙ୍କ ବିଷୟରେ ଅଧିକ ଲେଖୁଛନ୍ତି ଓ ବର୍ଣ୍ଣନା କରୁଛନ୍ତି ଯେ ଯିହୂଦୀମାନଙ୍କୁ ନୁହେଁ, କିନ୍ତୁ ବିଜାତିମାନଙ୍କୁ ବିଶ୍ବାସୀମାନେ କିପରି ଯୀଶୁଙ୍କର ସମ୍ବାଦ କହୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ବିଜାତିମାନଙ୍କ ନିମନ୍ତେ ଏକ ଆଲୋକ

ବାଇବଲ ବାରମ୍ବାର ଅଧାର୍ମିକ ଲୋକମାନଙ୍କ ବିଷୟରେ କହେ ଯେ ସେମାନେ ଈଶ୍ବରଙ୍କ ସନ୍ତୋଷଜନକ ବିଷୟ କରନ୍ତି ନାହିଁ ଓ ସତେ ଯେପରି ସେମାନେ ଅନ୍ଧକାରରେ ଘୁରି ବୁଲନ୍ତି I ଆଉ ଏହା ଆଲୋକ ବିଷୟରେ କହେ ଯେ ସତେ ଯେପରି ଏହା ପାପରେ ପୂର୍ଣ୍ଣ ଲୋକମାନଙ୍କୁ ଧାର୍ମିକ ହେବାକୁ ସକ୍ଷମ କରେ ଯେପରି ସେମାନେ ଯାହା କରୁଛନ୍ତି ତାହା ଭୂଲ୍ ବୋଲି ଜାଣି ଈଶ୍ବରଙ୍କ ଆଜ୍ଞା ମାନିବାକୁ ଆରମ୍ଭ କରିବେ I ଯିହୂଦୀମାନେ ବିଜାତିମାନଙ୍କୁ ଅନ୍ଧକାରରେ ଆଚରଣ କରୁଛନ୍ତି ବେଲି ବିବେଚନା କରୁଥିଲେ, କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ବିଜାତିମାନଙ୍କୁ ଯୀଶୁଙ୍କ ବିଷୟରେ ଜଣାଇବା ନେଇ କହନ୍ତି ଯେ ସତେ ଯେପରି ସେମାନେ ବିଜାତିମାନଙ୍କ ନିକଟକୁ ଦୃଶ୍ୟମାନ ଆଲୋକ ଆଣୁଛନ୍ତି I (ଦେଖ: [[rc:///ta/man/translate/figs-metaphor]] ଓ [[rc:///tw/dict/bible/kt/righteous]])