or_tn/act/12/intro.md

12 lines
1.8 KiB
Markdown

# ପ୍ରେରିତ ୧୨ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
ବର୍ଣ୍ଣବ୍ବା ଯେତେବେଳେ ଶାଉଲଙ୍କୁ ତାର୍ଷରୁ ଫେରାଇ ଆଣୁଥିଲେ ଓ ସେମାନେ ଆନ୍ତିୟଖିଆରୁ ଅର୍ଥ ନେଇ ଯିରୂଶାଲମରେ ଦେବାକୁ ଯାଉଥିଲେ (୧୧:୨୫-୩୦), ସେହି ସମୟରେ ହେରୋଦ ରାଜାଙ୍କ ପ୍ରତି କ’ଣ ଘଟିଲା ତାହା ୧୨ ଅଧ୍ୟାୟରେ କୁହାଯାଇଛି I ସେ ମଣ୍ଡଳୀର ଅନେକ ନେତାଙ୍କୁ ବଧ କଲେ ଓ ପିତରଙ୍କୁ କାରାଗାରରେ ରଖିଲେ I ଈଶ୍ବର ପିତରଙ୍କୁ କାରାଗାରରୁ ଉଦ୍ଧାର କଲାପରେ ହେରୋଦ କାରାଗାରର ରକ୍ଷକମାନଙ୍କୁ ବଧ କଲେ ଏବଂ ତାପରେ ଈଶ୍ବର ହେରୋଦଙ୍କୁ ବଧ କରିଥିଲେ I ଅଧ୍ୟାୟର ଶେଷ ପଦରେ, ଲୂକ କହୁଛନ୍ତି ଯେ ବର୍ଣ୍ଣବ୍ବା ଓ ଶାଉଲ କିପରି ଆନ୍ତିୟଖିଆକୁ ଫେରିଥିଲେ I
## ଏହି ଅଧ୍ୟାୟର ମୁଖ୍ୟ ବ୍ୟାକରଣ ସମ୍ବନ୍ଧୀୟ ଅଳଙ୍କାର
### ବ୍ୟକ୍ତିରୂପ ଧାରଣ
""ଈଶ୍ବରଙ୍କ ବାକ୍ୟ” ସମ୍ବନ୍ଧରେ କୁହାଯାଏ ଯେ ସତେ ଯେପରି ଏହା ଏକ ଜୀବନ୍ତ ପଦାର୍ଥ ଯାହା ବୃଦ୍ଧି ପାଇ ଅନେକ ହୁଏ I (ଦେଖ: [[rc://*/tw/dict/bible/kt/wordofgod]] ଓ [[rc://*/ta/man/translate/figs-personification]])