or_tn/act/11/intro.md

1.6 KiB

ପ୍ରେରିତ ୧୧ ସାଧାରଣ ସୂଚନା

ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା

”ବିଜାତିମାନେ ମଧ୍ୟ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି”

ପ୍ରଥମ ବିଶ୍ବାସୀମାନେ ସମସ୍ତେ ପ୍ରାୟତଃ ଯିହୂଦୀ ଥିଲେ I ଏହି ଅଧ୍ୟାୟରେ ଲୂକ ଲେଖୁଛନ୍ତି ଯେ ଅନେକ ବିଜାତିମାନେ ଯୀଶୁଙ୍କଠାରେ ବିଶ୍ବାସ କରିବାକୁ ଆରମ୍ଭ କଲେ I ସେମାନେ ବିଶ୍ବାସ କରିଥିଲେ ଯେ ଯୀଶୁଙ୍କ ବିଷୟକ ସମ୍ବାଦ ସତ୍ୟ ଅଟେ ଏବଂ ତେଣୁ ସେମାନେ “ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିବାକୁ ଆରମ୍ଭ କଲେ I” ଯିରୂଶାଲମର କେତେକ ବିଶ୍ବାସୀମାନେ ବିଶ୍ବାସ କରି ନ ଥିଲେ ଯେ ବିଜାତିମାନେ ପ୍ରକୃତରେ ଯୀଶୁଙ୍କର ଅନୁଗମନ କରିପାରିବେ; ତେଣୁ ପିତର ସେମାନଙ୍କ ନିକଟକୁ ଯାଇ, ତାହାଙ୍କ ପ୍ରତି କ’ଣ ଘଟିଥିଲା ଓ ବିଜାତିମାନେ କିପରି ଈଶ୍ବରଙ୍କ ବାକ୍ୟ ଏବଂ ପବିତ୍ର ଆତ୍ମା ଗ୍ରହଣ କରିଥିଲେ, ତାହା ସେ ସେମାନଙ୍କୁ କହିଥିଲେ I