or_tn/act/10/intro.md

2.2 KiB

ପ୍ରେରିତ ୧୦ ସାଧାରଣ ସୂଚନା

ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା

ଅଶୁଚି

ଯିହୂଦୀମାନ ବିଶ୍ବାସ କରୁଥିଲେ ଯେ ଯଦି ସେମାନେ ଜଣେ ବିଜାତି ଘରକୁ ଯିବେ କିମ୍ବା ତାହା ସହିତ ଭୋଜନ କରିବେ ତେବେ ସେମାନେ ଅଶୁଚି ହୋଇଯିବେ I ଏହାର କାରଣ ହେଉଛି ଯେ ଫାରୁଶୀମାନେ ଏହା ବିରୁଦ୍ଧରେ ଏକ ନିୟମ ପ୍ରସ୍ତୁତ କରିଥିଲେ ଓ ମୋଶାଙ୍କ ବ୍ୟବସ୍ଥା ଅଶୁଚି ବୋଲି କହୁଥିବା ଖାଦ୍ୟଗୁଡ଼ିକ ଖାଇବାରୁ ଲୋକମାନଙ୍କୁ ଦୂରେଇ ରଖିବାକୁ ଚାହୁଁଥିଲେ I ମୋଶାଙ୍କ ବ୍ୟବସ୍ଥା ନିଶ୍ଚିତଭାବେ କେତେକ ଖାଦ୍ୟକୁ ଅଶୁଚି ବୋଲି କହୁଥିଲା, କିନ୍ତୁ ଏହା କହି ନାହିଁ ଯେ ଈଶ୍ବରଙ୍କ ଲୋକମାନେ ବିଜାତିମାନଙ୍କ ଘରକୁ ଯାଇ ପାରିବେ ନାହିଁ କି ସେମାନଙ୍କ ସହିତ ଭୋଜନ କରି ପାରିବେ ନାହିଁ I (ଦେଖ: [[rc:///tw/dict/bible/kt/clean]] ଓ [[rc:///tw/dict/bible/kt/lawofmoses]])

ବାପ୍ତିସ୍ମ ଓ ପବିତ୍ର ଆତ୍ମା

ପିତରଙ୍କ କଥା ଶୁଣୁଥିବା ଲୋକମାନଙ୍କ ଉପରେ ପବିତ୍ର ଆତ୍ମା “ଅବତରଣ କଲେ I” ଏହା ଯିହୂଦୀ ବିଶ୍ବାସୀମାନଙ୍କୁ ଦେଖାଇଥିଲା ଯେ ବିଜାତିମାନେ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିପାରିବେ ଓ ପବିତ୍ର ଆତ୍ମା ଗ୍ରହଣ କରିପାରିବେ, ଠିକ୍ ଯେପରି ଯିହୂଦୀ ବିଶ୍ବାସୀମାନେ ଗ୍ରହଣ କରିଥିଲେ I ତା’ପରେ ବିଜାତି ବିଶ୍ବାସୀମାନେ ବାପ୍ତିଜିତ ହୋଇଥିଲେ I