or_tn/act/08/intro.md

3.5 KiB

ପ୍ରେରିତ ୦୮ ସାଧାରଣ ସୂଚନା

ସଂଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ କବିତାଗୁଡିକର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୮:୩୨-୩୩ ରେ ଯେଉଁ କବିତା ଅଛି ଯାହା ପୁରାତନ ନିୟମରୁ ଉର୍ଦ୍ଧୃତ କରାଯାଇଛି ସେହି କବିତା କ୍ଷେତ୍ରରେ ULT ଏହା କରିଛି I

୧ ପଦର ପ୍ରଥମ ବାକ୍ୟ ୭ ଅଧ୍ୟାୟର ଘଟଣାଗୁଡିକର ବର୍ଣ୍ଣନାକୁ ଶେଷ କରୁଛି I ଲୂକ “ସେହି ଦିନ"" ସହିତ ତାଙ୍କ ଇତିହାସର ଏକ ନୂଆ ଅଂଶ ଆରମ୍ଭ କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

ପବିତ୍ର ଆତ୍ମା ପ୍ରାପ୍ତ ହେବା

ଏହି ଅଧ୍ୟାୟରେ ପ୍ରଥମ ଥର ଲୂକ ଲୋକମାନେ ପବିତ୍ର ଆତ୍ମା ପ୍ରାପ୍ତ ହେବା ବିଷୟରେ କହୁଛନ୍ତି (ପ୍ରେରିତ ୮:୧୫-୧୯)I ପବିତ୍ର ଆତ୍ମା ବିଶ୍ବାସୀମାନଙ୍କୁ ଅନ୍ୟ ଭାଷାରେ କହିବାକୁ, ରୋଗୀମାନଙ୍କୁ ସୁସ୍ଥ କରିବାକୁ ଓ ଏକ ସମ୍ପ୍ରଦାୟଭାବରେ ଜୀବନ ଯାପନ କରିବାକୁ ଆଗରୁ ହିଁ ସକ୍ଷମ କରିସାରିଥିଲେ ଓ ସେ ସ୍ତିଫାନଙ୍କୁ ପରିପୂର୍ଣ୍ଣ କରିଥିଲେ I କିନ୍ତୁ ଯେତେବେଳେ ଯିହୂଦୀମାନେ ବିଶ୍ବାସୀମାନଙ୍କୁ କାରାଗାରରେ ରଖିବାକୁ ଆରମ୍ଭ କଲେ, ଯେଉଁ ବିଶ୍ବାସୀମାନେ ପାରିଲେ ସେମାନେ ଯିରୂଶାଲମ ଛାଡ଼ି ପଳାଇଗଲେ ଓ ଯାଉଥିବାବେଳେ ସେମାନେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହୁଥିଲେ I ଯେତେବେଳେ ଯୀଶୁଙ୍କ ବିଷୟରେ ଶୁଣିଥିବା ଲୋକମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ, ମଣ୍ଡଳୀର ନେତାମାନେ ଜାଣିଲେ ଯେ ସେମାନେ ପ୍ରକୃତରେ ବିଶ୍ବାସୀ ହୋଇଛନ୍ତି I

ଘୋଷଣା କଲେ

ପ୍ରେରିତ ପୁସ୍ତକର ଅନ୍ୟସବୁ ଅଧ୍ୟାୟଠାରୁ ଏହି ଅଧ୍ୟାୟ ବିଶ୍ବାସୀମାନେ ଈଶ୍ବରଙ୍କ ବାକ୍ୟ ଘୋଷଣା କରିବା, ସୁସାମାଚାର ଘୋଷଣା କରିବା, ଓ ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି ବୋଲି ଘୋଷଣା କରିବା ବିଷୟ ଅଧିକ ଭାବରେ କହିଥାଏ I “ଘୋଷଣା କରିବା” ଏକ ଗ୍ରୀକ୍ ଶବ୍ଦରୁ ଅନୁବାଦ କରାଯାଇଛି ଯାହାର ଅର୍ଥ କୌଣସି ବିଷୟରେ ସୁସମ୍ବାଦ କହିବା I