or_tn/act/07/intro.md

6.1 KiB

ପ୍ରେରିତ ୦୭ ସାଧାରଣ ସୂଚନା

ସଂଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ କବିତାଗୁଡିକର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୭:୪୨-୪୩ ଓ ୪୯-୫୦ରେ ପୁରାତନ ନିୟମରୁ ଉଦ୍ଧୃତି କ୍ଷେତ୍ରରେ କବିତାକୁ ULT ଏହି ପ୍ରକାର କରିଛି I

ମନେ ହେଉଛି ଯେ ୮:୧ ଏହି ଅଧ୍ୟାୟର ବର୍ଣ୍ଣନାର ଏକ ଅଂଶ ଅଟେ I

ଏହି ଅଧ୍ୟାୟର ବିଶେଷ ଧାରଣା

”ସ୍ତିଫାନ କହିଲେ”

ସ୍ତିଫାନ ଅତି ସଂକ୍ଷେପରେ ଇଶ୍ରାୟେଲର ଇତିହାସ କହିଥିଲେ I ସେ ସେହି ସମୟକୁ ବିଶେଷ ଧ୍ୟାନ ଦେଇଥିଲେ, ଯେଉଁ ସମୟରେ ଇଶ୍ରାୟେଲୀୟମାନେ ସେମାନଙ୍କୁ କଢାଇ ନେବାପାଇଁ ଈଶ୍ବର ମନୋନୀତ କରିଥିବା ଲୋକମାନଙ୍କୁ ଅଗ୍ରାହ୍ୟ କରିଥିଲେ I ଘଟଣାର ଶେଷରେ, ସେ କହିଥିଲେ ଯେ ସେ ଯେଉଁ ଯିହୂଦୀ ନେତାମାନଙ୍କୁ କଥା କହୁଥିଲେ ସେମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରିଛନ୍ତି, ଠିକ୍ ଯେପରି ଦୁଷ୍ଟ ଇଶ୍ରାୟେଲୀୟମାନେ ସେମାନଙ୍କ ଉପରେ ଈଶ୍ବର ନିଯୁକ୍ତ କରିଥିବା ନେତାମାନଙ୍କୁ ସର୍ବଦା ଅଗ୍ରାହ୍ୟ କରିଥିଲେ I

”ପବିତ୍ର ଆତ୍ମାରେ ପରିପୂର୍ଣ୍ଣ”

ପବିତ୍ର ଆତ୍ମା ସମ୍ପୂର୍ଣ୍ଣଭାବରେ ସ୍ତିଫାନଙ୍କୁ ନିୟନ୍ତ୍ରଣ କରିଥିଲେ ଯଦ୍ବାରା ସେ କେବଳ ଈଶ୍ବର ଯାହା ଚାହୁଁଥିଲେ ତାହା ହିଁ କହିଥିଲେ I

ଭବିଷ୍ୟତରେ ହେବାକୁ ଥିବା ଘଟଣାର ଛାୟା

ଯେତେବେଳେ ଜଣେ ଲେଖକ କୌଣସି ବିଷୟରେ କହୁଛନ୍ତି ଯେ ସେ କହୁଥିବା ସମୟରେ ତାହା ଏତେ ଗୁରୁତ୍ବପୂର୍ଣ୍ଣ ନୁହେଁ, ମାତ୍ର ଘଟଣାର ପରବର୍ତ୍ତୀ ସମୟରେ ତାହା ଗୁରୁତ୍ବପୂର୍ଣ୍ଣ ହେବ, ତାହାକୁ ଭବିଷ୍ୟତରେ ହେବାକୁ ଥିବା ଘଟଣାର ଛାୟା କୁହାଯାଏ I ଲୂକ ଏଠାରେ ଶାଉଲଙ୍କ ବିଷୟରେ ଉଲ୍ଲେଖ କରୁଛନ୍ତି ଯିଏ ପାଉଲ ନାମରେ ମଧ୍ୟ ପରିଚିତ ଥିଲେ , ଯଦିଓ ଏହି ଘଟଣାର ଅଂଶରେ ସେ ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ନୁହନ୍ତି I ଏଇଥିପାଇଁ ଯେ ପ୍ରେରିତ ପୁସ୍ତକର ଅବଶିଷ୍ଟ ଭାଗରେ ସେ ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଅଟନ୍ତି I

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଅଳଙ୍କାର

ଅନ୍ତର୍ନିହିତ ସୂଚନା

ସ୍ତିଫାନ ମୋଶାଙ୍କ ବ୍ୟବସ୍ଥାକୁ ଭଲଭାବରେ ଜାଣିଥିବା ଯିହୂଦୀମାନଙ୍କୁ କହୁଛନ୍ତି, ତେଣୁ ସେ ଶ୍ରୋତାମାନେ ଆଗରୁ ଜାଣିଥିବା ବିଷୟକୁ ଆହୁରି ବ୍ୟାଖ୍ୟା କରୁନାହାନ୍ତି I କିନ୍ତୁ ତୁମକୁ ଏହିସବୁ ବିଷୟରୁ କିଛି ବୁଝାଇବାର ଆବଶ୍ୟକ ହୋଇପାରେ ଯେପରି ସ୍ତିଫାନ ଯାହା କହୁଛନ୍ତି ତୁମର ପାଠକଗଣ ତାହା ବୁଝିପାରିବେ I ଉଦାହରଣ ସ୍ବରୂପ, ତୁମକୁ ସ୍ପଷ୍ଟ କରିବାକୁ ହେବ ଯେ ଯେତେବେଳେ ଯୋଷେଫଙ୍କ ଭାଇମାନେ “ତାହାଙ୍କୁ ମିଶର ଦେଶକୁ ବିକ୍ରୀ କଲେ” (ପ୍ରେରିତ ୭:୯), ମିଶର ଦେଶରେ ଯୋଷେଫ ଜଣେ ଦାସ ହେବାକୁ ଯାଉଥିଲେ I(ଦେଖ: rc://*/ta/man/translate/figs-explicit)

ପ୍ରତିନାମ

ଯୋଷେଫ “ମିଶର ଉପରେ” ଓ ସମଗ୍ର ଫାରୋଙ୍କ ଗୃହ ଉପରେ ରାଜତ୍ବ କରିବା ବିଷୟରେ ସ୍ତିଫାନ କହିଥିଲେ I ଏହାର ଅର୍ଥ ଏହି ଯେ ଯୋଷେଫ ମିଶରର ଲୋକମାନଙ୍କ ଉପରେ ଓ ଫାରୋଙ୍କ ଗୃହର ଲୋକ ଏବଂ ସମ୍ପତ୍ତି ଉପରେ ରାଜତ୍ବ କଲେ I(ଦେଖ: rc://*/ta/man/translate/figs-metonymy)

ଏହି ଅଧ୍ୟାୟର ଅନ୍ୟ ଅନୁବାଦଜନିତ ପ୍ରତିବନ୍ଧକ

ପୃଷ୍ଠଭୂମି ଜ୍ଞାନ

ଯେଉଁ ଯିହୂଦୀ ନେତାମାନଙ୍କୁ ସ୍ତିଫାନ କଥା କହୁଥିଲେ, ସେମାନେ ସେ କହୁଥିବା ଘଟଣା ସମ୍ବନ୍ଧରେ ଆଗରୁ ଅଧିକ ଜାଣିଥିଲେ I ସେମାନେ ଜାଣିଥିଲେ ଯେ ଆଦିପୁସ୍ତକରେ ମୋଶା କଅଣ ଲେଖିଥିଲେ I ଯଦି ଆଦିପୁସ୍ତକ ତୁମ ଭାଷାରେ ଅନୁବାଦ ହୋଇନାହିଁ, ତୁମର ପାଠକମାନଙ୍କ ପାଇଁ ସ୍ତିଫାନ କହୁଥିବା ବିଷୟ ବୁଝିବାକୁ କଷ୍ଟକର ହୋଇପାରେ I