or_tn/act/06/intro.md

2.4 KiB

ପ୍ରେରିତ ୦୬ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ବିଧବାମାନଙ୍କ ମଧ୍ୟରେ ବିତରଣ

ଯିରୂଶାଲମରେ ଥିବା ବିଶ୍ବାସୀମାନେ ପ୍ରତିଦିନ ଯେଉଁ ମହିଳାମାନଙ୍କର ସ୍ବାମୀମାନେ ମରିଯାଇଥିଲେ ସେମାନଙ୍କୁ ଖାଦ୍ୟ ବିତରଣ କରୁଥିଲେ I ସେସମସ୍ତେ ଯିହୂଦୀ ଭାବରେ ବଢିଥିଲେ, କିନ୍ତୁ କେତେକ ଯିହୂଦାରେ ବାସକରି ଏବ୍ରୀ ଭାଷାରେ କଥାବାର୍ତ୍ତା କରୁଥିଲେ ଓ ଅନ୍ୟମାନେ ବିଜାତି ଅଞ୍ଚଳରେ ବାସକରି ଗ୍ରୀକ୍ କହୁଥିଲେ I ଯେଉଁମାନେ ଖାଦ୍ୟ ବଣ୍ଟନ କରୁଥିଲେ, ସେମାନେ ଏବ୍ରୀ ଭାଷାବାଦୀ ବିଧବାମାନଙ୍କୁ ଦେଉଥିଲେ, କିନ୍ତୁ ଗ୍ରୀକ୍ ଭାଷାବାଦୀ ବିଧବାମାନଙ୍କୁ ଦେଉ ନ ଥିଲେ I ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାପାଇଁ, ମଣ୍ଡଳୀର ନେତାମାନେ ଗ୍ରୀକ୍ କହୁଥିବା ଲୋକମାନଙ୍କୁ ନିଯୁକ୍ତ କଲେ, ଯେପରି ସେମାନେ ଏହା ସୁନିଶ୍ଚିତ କରିବେ ଯେ ଗ୍ରୀକ୍ କହୁଥିବା ବିଧବାମାନେ ସେମାନଙ୍କ ଖାଦ୍ୟର ଅଂଶ ପାଇ ପାରିବେ I ଗ୍ରୀକ୍ କହୁଥିବା ଏହି ଲୋକମାନଙ୍କ ମଧ୍ୟରେ ସ୍ତିଫାନ ଥିଲେ I

“ତାହାଙ୍କର ମୁଖ ଦୂତଙ୍କର ମୁଖ ତୁଲ୍ୟ ଥିଲା”

ସ୍ତିଫାନଙ୍କ ମୁଖ ଜଣେ ଦୂତଙ୍କ ତୁଲ୍ୟ ଥିବା ବିଷୟରେ କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ତାହା କିପରି ଥିଲା, କାରଣ ଲୂକ ତାହା କହନ୍ତି ନାହିଁ I ULT ଏ ବିଷୟରେ ଯାହା କହେ, ଅନୁବାଦରେ କେବଳ ତାହା କହିବା ହିଁ ସବୁଠାରୁ ଉତ୍ତମ I