or_tn/3jn/front/intro.md

6.0 KiB
Raw Permalink Blame History

୩ୟ ଯୋହନ ପୂସ୍ତକର ପରିଚୟ

ଭାଗ୧: ସାଧାରଣ ପରିଚୟ

୩ୟ ଯୋହନ ପୂସ୍ତକର ରୂପରେଖା

୧. ପରିଚୟ (୧:୧) ୧. ଆତିଥ୍ୟସତ୍କାର କରିବା ନିମନ୍ତେ ଉତ୍ସାହ ଏବଂ ନିର୍ଦ୍ଦେଶ (୧:-୮) ୧: ଦୀୟତ୍ରଫା ଏବଂ ଦୀମାତ୍ରିୟସ (୧:୯-୧୨) ୧. ଉପସଂହାର (୧:୧୩-୧୪)

୩ୟ ଯୋହନ ପୁସ୍ତକ କିଏ ଲେଖିଛନ୍ତି ?

ଏହି ପତ୍ର ଲେଖକଙ୍କ ନାମ ଉଲ୍ଲେଖ କରେ ନାହି । ଲେଖକ ଆପଣାକୁ କେବଳ ଜଣେ “ପ୍ରାଚୀନ” ଭାବେ ପରିଚୟ ଦିଅନ୍ତି (୧:୧) । ଏହି ପତ୍ର ସମ୍ଭବତଃ ପ୍ରେରିତ ଯୋହନଙ୍କ ଦ୍ବାରା ତାହାଙ୍କ ଜୀବନର ଶେଷ ସମୟରେ ଲେଖିଯାଇଥାଇପାରେ ।

୩ୟ ଯୋହନ ପୁସ୍ତକଟି କେଉଁ ବିଷୟକୁ ଉଲ୍ଲେଖ କରେ? ଯୋହନ ଏହି ପତ୍ର ଗାୟ ନାମକ ଜଣେ ବିଶ୍ବାସୀଙ୍କ ନିକଟକୁ ଲେଖିଛନ୍ତି । ସେ ସହ ବିଶ୍ବାସୀମାନଙ୍କ ପ୍ରତି ଆତିଥ୍ୟ ପରାୟଣ ହେବା ନିମନ୍ତେ ଗାୟଙ୍କୁ ପରାମର୍ଶ ଦିଅନ୍ତି ଯେଉଁମାନେ ତାହାଙ୍କ ସମଗ୍ର ଅଞ୍ଚଳରେ ଯାତ୍ରା କରୁଥିଲେ ।

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ୍ ?

ଅନୁବାଦକମାନେ ହୁଏତ ଏହାର ପାରମ୍ପରିକ ଶୀର୍ଷକ “୩ୟ ଯୋହନ” କିମ୍ବା “ତୃତୀୟ ଯୋହନ” ଦ୍ବାରା ଏହି ପୁସ୍ତକକୁ ନାମିତ କରିବା ନିର୍ଣୟ କଲେ, କିମ୍ବା ସେମାନେ “ଏକ ସ୍ପଷ୍ଟ ଶୀର୍ଷକ ନିର୍ଣୟ କଲେ, ଯେପରିକି “ଯୋହନଙ୍କଠାରୁ ତୃତୀୟ ପତ୍ର” କିମ୍ବା “ଯୋହନଙ୍କ ଲିଖିତ ତୃତୀୟ ପତ୍ର” । (ଦେଖ: rc://*/ta/man/translate/translate-names)

ଭାଗ୨: ଗୁରୁତ୍ବପୂର୍ଣ୍ଣ ଧର୍ମ ଏବଂ ସାଂସ୍କୃତିକ ଧାରଣା

ଆତିଥ୍ୟସତ୍କାର କ’ଣ ଅଟେ ?

ପ୍ରାଚୀନ ପାଶ୍ଚାତ୍ୟ ଦେଶମାନଙ୍କରେ ଆତିଥ୍ୟସତ୍କାର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଥିଲା । ଏହା ବିଦେଶୀୟ କିମ୍ବା ବାହାରୁ ଆସିଥିବା ଲୋକମାନଙ୍କ ପ୍ରତି ବନ୍ଧୁତା ସ୍ଥାପନ କରିବା ଏବଂ ସେମାନଙ୍କୁ ସାହାଯ୍ୟ ଯୋଗାଇବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଥିଲା ଏବଂ ଯଦି ସେମାନେ ଏହା ଆବଶ୍ୟକ କଲେ । ୨ୟ ଯୋହନରେ, ଯୋହନ ଭଣ୍ଡ ଶିକ୍ଷକମାନଙ୍କ ପ୍ରତି ଆତିଥ୍ୟସତ୍କାର ନ କରିବା ନିମନ୍ତେ ଖ୍ରୀଷ୍ଟିୟାନମାନଙ୍କୁ ଉତ୍ସାହିତ କରିଛନ୍ତି । ୩ୟ ଯୋହନରେ, ଯୋହନ ବିଶ୍ବସ୍ତ ଶିକ୍ଷକମାନଙ୍କୁ ଆତିଥ୍ୟସତ୍କାର କରିବା ନିମନ୍ତେ ଖ୍ରୀଷ୍ଟିୟାନମାନଙ୍କୁ ଉତ୍ସାହିତ କରନ୍ତି ।

ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମସ୍ୟା

ଲେଖକ ତାହାଙ୍କ ପତ୍ରରେ ପାରିବାରିକ ସର୍ମ୍ଫକକୁ କିପରି ଉଲ୍ଲେଖ କରନ୍ତି ?

ଲେଖକ “ଭ୍ରାତା” ଏବଂ “ସନ୍ତାନଗଣ” ଶବ୍ଦକୁ ଏପରି ଭାବେ ବ୍ୟବହାର କରିଛନ୍ତି ଯାହାକି ଏକ ଦ୍ବନ୍ଧ ସୃଷ୍ଟି କରିପାରେ । ଧର୍ମଶାସ୍ତ୍ର ସର୍ବଦା ଯିହୁଦୀମାନଙ୍କୁ ଚିହ୍ନିତ କରିବା ନିମନ୍ତେ “ଭାତୃବୃନ୍ଦ” ଶବ୍ଦର ବ୍ୟବହାର କରେ । କିନ୍ତୁ ଏହି ପତ୍ରରେ, ଯୋହନ ଖ୍ରୀଷ୍ଟିୟାନମାନଙ୍କୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦକୁ ବ୍ୟବହାର କରିଛନ୍ତି । ମଧ୍ୟ, ଯୋହନ କେତେକ ବିଶ୍ବାସୀମାନଙ୍କୁ ତାହାଙ୍କ “ସନ୍ତାନଗଣ” ସମ୍ବୋଧନ କରନ୍ତି । ଏହି ବିଶ୍ବାସୀମାନଙ୍କୁ ସେ ଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବା ନିମନ୍ତେ ଶିକ୍ଷା ଦେଇଛନ୍ତି ।

ଯୋହନ ମଧ୍ୟ “ଅଣଯିହୁଦୀ” ଶବ୍ଦକୁ ଯେପରି ଭାବରେ ବ୍ୟବହାର କରିଛନ୍ତି ଯାହା ଦ୍ବନ୍ଦ ସୃଷ୍ଟି କରି ପାରେ । ଧର୍ମଶାସ୍ତ୍ରରେ ସର୍ବଦା “ଅଣଯିହୁଦୀ” ଶବ୍ଦକୁ ସେହି ଲୋକମାନଙ୍କ ନିମନ୍ତେ ଉଲ୍ଲେଖ କରାଯାଏ ଯେଉଁମାନେ ଯିହୁଦୀ ନୁହନ୍ତି । କିନ୍ତୁ ଏହି ପତ୍ରରେ, ଯୋହନ ସେମାନଙ୍କ ନିମନ୍ତେ ଏହି ଶବ୍ଦକୁ ବ୍ୟବହାର କରିଛନ୍ତି ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କଲେ ନାହି ।