or_tn/2ti/front/intro.md

10 KiB
Raw Permalink Blame History

ତୀମଥି ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

ତୀମଥି ପୁସ୍ତକର ରୂପରେଖ

  1. ପାଉଲ ତୀମଥିଙ୍କୁ ନମସ୍କାର ଜଣାଇ ଈଶ୍ବରଙ୍କ ସେବା କରୁଥିବା ସମୟରେ ଦୁଃଖ ସହ୍ୟ କରିବାକୁ ଉତ୍ସାହ ଦେଉଛନ୍ତି (୧:୧-:୧୩) .
  2. ପାଉଲ ତୀମଥିଙ୍କୁ ସାଧାରଣ ଉପଦେଶ ଦେଉଛନ୍ତି (:୧୪-୨୬).
  3. ପାଉଲ ତୀମଥିଙ୍କୁ ଭବିଷ୍ୟତର ଘଟଣା ସମ୍ବନ୍ଧରେ ଶିକ୍ଷା ଦେଉଛନ୍ତି ଓ କିପରି ଈଶ୍ବରଙ୍କ ସେବା କରିବାକୁ ହେବ, ସେ ବିଷୟରେ ଉପଦେଶ ଦେଉଛନ୍ତି (୩:୧-୪:୮) .
  4. ପାଉଲ ବ୍ୟକ୍ତିଗତ ମନ୍ତବ୍ୟ ଦେଉଛନ୍ତି (୪:୯-୨୪)I

ତୀମଥି ପୁସ୍ତକକୁ କିଏ ଲେଖିଥିଲେ?

ପାଉଲ ତୀମଥି ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ, ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

ଏହା ପାଉଲ ତୀମଥିଙ୍କୁ ଲେଖିଥିବା ଦ୍ବିତୀୟ ପତ୍ର I ତୀମଥି ତାହାଙ୍କର ଶିଷ୍ୟ ଓ ଘନିଷ୍ଠ ବନ୍ଧୁ ଥିଲେ I ପାଉଲ ରୋମ୍ ରେ ବନ୍ଦୀଥିବା ସମୟରେ ଏହି ପତ୍ର ଲେଖିଥିଲେ I ପାଉଲ ଏହି ପତ୍ର ଲେଖିବା ପରେ ଖୁବ୍ ଶୀଘ୍ର ମୃତ୍ୟୁଭୋଗ କରିବାକୁ ଯାଉଛନ୍ତି I

ତୀମଥି ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ପାଉଲ ତୀମଥିଙ୍କୁ ଏଫିସ ନଗରରେ ସେଠାକାର ବିଶ୍ବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ଛାଡ଼ି ଆସିଥିଲେ I ପାଉଲ ବିଭିନ୍ନ ବିଷୟରେ ତୀମଥିଙ୍କୁ ଶିକ୍ଷା ଦେବାପାଇଁ ଏହି ପତ୍ର ଲେଖିଥିଲେ I ସେ କହିଥିବା ପ୍ରସଙ୍ଗ ଗୁଡିକ ମଧ୍ୟରେ ଭ୍ରାନ୍ତ ଶିକ୍ଷକମାନଙ୍କ ବିଷୟରେ ସତର୍କ ବାଣୀ ଓ କଷ୍ଟକର ପରିସ୍ଥିତିକୁ ସହ୍ୟ କରିବା ଅନ୍ତର୍ଭୁକ୍ତ I ଏହି ପତ୍ର ମଧ୍ୟ ପ୍ରଦର୍ଶୀତ କରେ ଯେ ପାଉଲ କିପରି ତୀମଥିଙ୍କୁ ମଣ୍ଡଳୀଗୁଡିକ ମଧ୍ୟରେ ଜଣେ ନେତା ହେବାପାଇଁ ତାଲିମ ଦେଉଥିଲେ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକକୁ ନେଇ ଏହାକୁ “୨ ତୀମଥି” କିମ୍ବା “ଦ୍ବିତୀୟ ତୀମଥି” ବୋଲି କହିପାରନ୍ତି I କିମ୍ବା ସେମାନେ “ତୀମଥିଙ୍କ ନିକଟକୁ ପାଉଲଙ୍କର ଦ୍ବିତୀୟ ପତ୍ର” ବା ତୀମଥିଙ୍କ ନିକଟକୁ ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: rc://*/ta/man/translate/translate-names)

ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

ତୀମଥି ପୁସ୍ତକରେ ସୈନିକର ପ୍ରତିଛବି କଅଣ?

ସେ ଶୀଘ୍ର ମରିବାକୁ ଯାଉଛନ୍ତି ବୋଲି ଜାଣି ବନ୍ଦୀଗୃହରେ ଅପେକ୍ଷା କରିଥିବା ସମୟରେ, ସେ ଆପଣାକୁ ପ୍ରାୟତଃ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସୈନିକଭାବରେ କହୁଛନ୍ତି I ସୈନିକମାନେ ସେମାନଙ୍କ ନେତାମାନଙ୍କୁ ଉତ୍ତର ଦେଇଥାନ୍ତି I ସେହି ପ୍ରକାରେ, ଖ୍ରୀଷ୍ଟିୟାନମାନେ ଯୀଶୁଙ୍କୁ ଉତ୍ତର ଦିଅନ୍ତି I ଖ୍ରୀଷ୍ଟଙ୍କର “ସୈନିକ” ଭାବରେ ବିଶ୍ବାସୀମାନେ ତାହାଙ୍କର ଆଜ୍ଞା ପାଳନ କରିବା ଆବଶ୍ୟକ, ଯଦିଓ ସେମାନଙ୍କୁ ତା’ର ଫଳସ୍ବରୂପ ମରିବାକୁ ପଡିପାରେ I

ଈଶ୍ବର ଶାସ୍ତ୍ରକୁ ନିଶ୍ବସିତ କଲେ ବୋଲି କହିବାର ଅର୍ଥ କଅଣ?

ଈଶ୍ବର ଶାସ୍ତ୍ରର ପ୍ରକୃତ ଲେଖକ ଅଟନ୍ତି I ସେ ମନୁଷ୍ୟ ଲେଖକମାନଙ୍କୁ ପ୍ରେରଣା ଦେଲେ, ଯେଉଁମାନେ ପୁସ୍ତକସବୁ ଲେଖିଥିଲେ I ତାହାର ଅର୍ଥ ହେଉଛି ଯେ ଈଶ୍ବର କୌଣସି ନା କୌଣସି ପ୍ରକାରେ ସେମାନେ ଯାହା ଲେଖିଲେ, ତାହା ଲେଖିବାକୁ ଚାଳନା ଦେଲେ I ସେଥିପାଇଁ ମଧ୍ୟ ଏହାକୁ ଈଶ୍ବରଙ୍କ ବାକ୍ୟ ବୋଲି କୁହାଯାଏ I ଏହା ବାଇବଲ ବିଷୟରେ ଅନେକ ବିଷୟର ସୂଚନା ଦିଏ I ପ୍ରଥମତଃ, ବାଇବଲ ତୃଟିଶୁନ୍ୟ ଓ ଭରସା ଯୋଗ୍ୟ ଅଟେ I ଦ୍ବିତୀୟରେ, ଯେଉଁମାନେ ଏହାକୁ ବିକୃତ ବା ନଷ୍ଟ କରିବାକୁ ଚାହିଁବେ, ସେମାନଙ୍କଠାରୁ ଶାସ୍ତ୍ରକୁ ସୁରକ୍ଷା କରିବାକୁ ଆମ୍ଭେମାନେ ଈଶ୍ବରଙ୍କଠାରେ ଭରସା କରିପାରିବା I ତୃତୀୟରେ, ଈଶ୍ବରଙ୍କ ବାକ୍ୟ ଜଗତର ସବୁ ଭାଷାରେ ଅନୁବାଦ ହେବା ଉଚିତ

ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

ଏକବଚନ ଓ ବହୁବଚନ “ତୁମ୍ଭେ”

ଏହି ପୁସ୍ତକରେ, “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ସବୁବେଳେ ଏକବଚନ ଅଟେ ଓ ତୀମଥିଙ୍କୁ ବୁଝାଏ I ଏହାର ବ୍ୟତିକ୍ରମଟି ହେଉଛି ୪: I (ଦେଖ: [[rc:///ta/man/translate/figs-exclusive]] ଓ [[rc:///ta/man/translate/figs-you]])

“ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଇତ୍ୟାଦିକୁ ପାଉଲ କେଉଁ ଅର୍ଥରେ କହୁଛନ୍ତି?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଦୟାକରି ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I

୨ତୀମଥି ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ଶାସ୍ତ୍ରାଂଶଗତ ସମସ୍ୟା ଅଛି?

ନିମ୍ନ ପଦଗୁଡିକରେ, ଆଧୁନିକ ସଂସ୍କରଣ ଗୁଡିକ ପ୍ରାଚୀନ ସଂସ୍କରଣ ଗୁଡିକଠାରୁ ଭିନ୍ନ ଅଟେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ରହିଛି ଓ ପୁରାତନ ଲେଖାକୁ ତାହା ପାଦଟୀକାରେ ଲେଖିଥାଏ I ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I

  • “ଏହି କାରଣରୁ ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକସ୍ବରୂପେ ନିଯୁକ୍ତ ହୋଇଅଛି” (୧:୧୧)I କେତେକ ପୁରାତନ ସଂସ୍କରଣରେ ଲେଖାଅଛି, “ଏଥିପାଇଁ, ମୁଁ ବିଜାତିମାନଙ୍କ ପ୍ରତି ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକସ୍ବରୂପେ ନିଯୁକ୍ତ ହୋଇଅଛି I”
  • ""ଈଶ୍ବରଙ୍କ ସାକ୍ଷାତରେ ଦୃଢ଼ରୂପେ ଆଜ୍ଞା ଦିଅ” (:୧୪)I କେତେକ ପୁରାତନ ସଂସ୍କରଣରେ ଲେଖାଅଛି, “ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଜ୍ଞା ଦିଅ”

(ଦେଖ: rc://*/ta/man/translate/translate-textvariants)