or_tn/2pe/03/intro.md

1.4 KiB
Raw Permalink Blame History

ପିତର ୦୩ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଅଗ୍ନି

ଲୋକମାନେ ପ୍ରାୟତଃ କୌଣସି ଜିନିଷକୁ ନଷ୍ଟ କରିବାକୁ ବା ମଇଳା ଓ ଅଦରକାରୀ ଅଂଶକୁ ଜାଳିଦେଇ କୌଣସି ଜିନିଷ ଶୁଦ୍ଧ କରିବାକୁ ଅଗ୍ନି ବ୍ୟବହାର କରନ୍ତି I ଅତଏବ, ଯେତେବେଳେ ଈଶ୍ବର ଦୁଷ୍ଟମାନଙ୍କୁ ଦଣ୍ଡ ଦିଅନ୍ତି ବା ଆପଣା ଲୋକମାନଙ୍କୁ ଶୁଦ୍ଧ କରନ୍ତି, ଏଥିରେ ପ୍ରାୟତଃ ଅଗ୍ନି ସମ୍ପୃକ୍ତ ଥାଏ I (ଦେଖ: rc://*/tw/dict/bible/other/fire)

ପ୍ରଭୁଙ୍କ ଦିନ

ପ୍ରଭୁଙ୍କ ଆଗମନ ଦିନର ସଠିକ୍ ସମୟ ଲୋକମାନଙ୍କ ନିମନ୍ତେ ଗୋଟିଏ ଆଶ୍ଚର୍ଯ୍ୟର ବିଷୟ ହେବ I ଏହାର ଅର୍ଥ ହେଉଛି “ରାତ୍ରିରେ ଚୋର ଆସିବା ପରି” I ଏଥିପାଇଁ, ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ I (ଦେଖ: [[rc:///tw/dict/bible/kt/dayofthelord]] ଓ [[rc:///ta/man/translate/figs-simile]])