or_tn/2pe/01/intro.md

4.0 KiB
Raw Permalink Blame History

ପିତର ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୧- ପଦରେ ପିତର ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାର ଭାବରେ ଆରମ୍ଭ କରୁଥିଲେ I

ଏହି ଅଧ୍ୟାୟର ବିଶେଷ ଧାରଣା

ଈଶ୍ବରଙ୍କ ଜ୍ଞାନ

ଈଶ୍ବରଙ୍କ ଜ୍ଞାନ ପାଇବାର ଅର୍ଥ ହେଉଛି ତାହାଙ୍କର ହେବା ବା ତାହାଙ୍କ ସହିତ ଏକ ସମ୍ପର୍କ ସ୍ଥାପନ କରିବା I ଏଠାରେ “ଜ୍ଞାନ”ର ଅର୍ଥ ଈଶ୍ବରଙ୍କୁ ମାନସିକଭାବରେ କେବଳ ଜାଣିବାଠାରୁ ଅଧିକ ଅଟେ I ଏହା ଏକ ଜ୍ଞାନ ଯାହା ଈଶ୍ବରଙ୍କୁ ଜଣେ ବ୍ୟକ୍ତିକୁ ପରିତ୍ରାଣ କରିବାକୁ ଓ ତାହାକୁ ଅନୁଗ୍ରହ ଓ ଶାନ୍ତି ଦେବାକୁ ପ୍ରେରଣା ଦିଏ I (ଦେଖ: rc://*/tw/dict/bible/other/know)

ଈଶ୍ବର ପରାୟଣ ଜୀବନ ଯାପନ କରିବା

ପିତର ଶିକ୍ଷା ଦେଉଛନ୍ତି ଯେ ଈଶ୍ବର ପରାୟଣ ଜୀବନ ଯାପନ କରିବା ନିମନ୍ତେ ଈଶ୍ବର ବିଶ୍ବାସୀମାନଙ୍କୁ ସେମାନଙ୍କର ସମସ୍ତ ପ୍ରୟୋଜନ ବିଷୟ ଦେଇଅଛନ୍ତି I ଅତଏବ, ବିଶ୍ବାସୀମାନେ ଈଶ୍ବରଙ୍କର ଅଧିକରୁ ଅଧିକ ଆଜ୍ଞାବହ ହେବାନିମନ୍ତେ ସେମାନେ କରିପାରୁଥିବା ସବୁ ବିଷୟ କରିବା ଉଚିତ I ଯଦି ବିଶ୍ବାସୀମାନେ ଏସବୁ କରିବାକୁ ଲାଗିରହିବେ, ତେବେ ସେମାନେ ଯୀଶୁଙ୍କ ସହିତ ଥିବା ସମ୍ପର୍କ ଦ୍ବାରା ଫଳପ୍ରଦ ଓ ଫଳ ଉତ୍ପନ୍ନକାରୀ ହେବେ I କିନ୍ତୁ, ଯଦି ବିଶ୍ବାସୀମାନେ ଈଶ୍ବର ପରାୟଣ ଜୀବନ ଯାପନ କରିବାରେ ଲାଗିରହିବେ ନାହିଁ, ତେବେ ତାହା ଏହା ସଦୃଶ ହେବ ଯେ ସେମାନଙ୍କୁ ପରିତ୍ରାଣ କରିବାପାଇଁ ଈଶ୍ବର ଖ୍ରୀଷ୍ଟଙ୍କ ଦ୍ବାରା ଯାହା କରିଛନ୍ତି, ତାହା ସେମାନେ ପାସୋରି ଯାଇଅଛନ୍ତି I(ଦେଖ: [[rc:///tw/dict/bible/kt/godly]] ଓ [[rc:///tw/dict/bible/kt/save]])

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଶାସ୍ତ୍ରର ସତ୍ୟତା

ପିତର ଶିକ୍ଷା ଦେଉଅଛନ୍ତି ଯେ ଶାସ୍ତ୍ରର ଭାବବାଣୀ ମନୁଷ୍ୟକୃତ ନୁହେଁ I ପବିତ୍ର ଆତ୍ମା ଲୋକମାନଙ୍କୁ ଈଶ୍ବରଙ୍କ ବାକ୍ୟ ପ୍ରକାଶ କଲେ, ଆଉ ସେମାନେ ସେଗୁଡିକୁ କହିଥିଲେ ବା ଲେଖିଥିଲେ I ମଧ୍ୟ, ପିତର ଓ ଅନ୍ୟ ପ୍ରେରିତମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ସମୟରେ ଘଟଣାଗୁଡିକୁ କଳ୍ପନା କରି ନ ଥିଲେ I ସେମାନେ ଯୀଶୁ ଯାହା କରିଥିଲେ ଓ ଈଶ୍ବର ଯୀଶୁଙ୍କୁ ଆପଣା ପୁତ୍ର ବୋଲି କହିବାର ଯେ ଶୁଣିଥିଲେ, ସେଥିର ସାକ୍ଷ୍ୟ ଦେଉଥିଲେ I