or_tn/2pe/01/19.md

3.9 KiB

General Information:

ପିତର ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ବିଶ୍ବାସୀମାନଙ୍କୁ ସତର୍କ କରାଇବାକୁ ଆରମ୍ଭ କରୁଛନ୍ତି I

For we have this prophetic word made more sure

ପିତର ଓ ଅନ୍ୟ ପ୍ରେରିତମାନେ ଯାହାସବୁ ଦେଖିଥିଲେ, ଯାହା ସେ ପୂର୍ବ ପଦଗୁଡିକରେ ବର୍ଣ୍ଣନା କରିଥିଲେ, ତାହା ଭାବବାଦୀମାନେ କହିଥିବା ବିଷୟକୁ ଦୃଢ଼ୀଭୂତ କରେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖିଥିବା ବିଷୟସବୁ ଏହି ଭାବବାଣୀର ବାକ୍ୟକୁ ଅଧିକ ନିଶ୍ଚିତ କରୁଅଛି” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])

For we have

ଏଠାରେ “ଆମ୍ଭେମାନେ” ଶବ୍ଦ ପିତର ଓ ତାହାଙ୍କ ଶ୍ରୋତାମାନଙ୍କୁ ମିଶାଇ ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

this prophetic word made

ଏହା ପୁରାତନ ନିୟମକୁ ବୁଝାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନେ ଯାହା କହିଥିଲେ, ଶାସ୍ତ୍ର ତାହା ଦୃଢ଼ କଲା” (ଦେଖ: rc://*/ta/man/translate/figs-explicit)

you do well to pay attention to it

ଭାବବାଣୀର ବାକ୍ୟ ପ୍ରତି ଅତି ମନଯୋଗୀ ହେବାକୁ ପିତର ବିଶ୍ବାସୀମାନଙ୍କୁ ଉପଦେଶ ଦେଉଛନ୍ତି I

as to a lamp shining in a dark place, until the day dawns

ପିତର ଭାବବାଣୀର ବାକ୍ୟକୁ ଗୋଟିଏ ପ୍ରଦୀପ ସଦୃଶ ତୁଳନା କରୁଛନ୍ତି, ଯାହା ପ୍ରଭାତରେ ଆଲୁଅ ଆସିବା ପର୍ଯ୍ୟନ୍ତ ଅନ୍ଧକାରରେ ଆଲୁଅ ଦେଇଥାଏ I ସକାଳ ଆସିବା ବିଷୟ ଖ୍ରୀଷ୍ଟଙ୍କର ଆଗମନକୁ ବୁଝାଏ I (ଦେଖ: rc://*/ta/man/translate/figs-simile)

the morning star rises in your hearts

ପିତର ଖ୍ରୀଷ୍ଟଙ୍କୁ “ପ୍ରଭାତୀ ତାରା” ବୋଲି କହୁଛନ୍ତି, ଯାହା ପାହାନ୍ତାକୁ ଓ ଅନ୍ଧକାରର ସମାପ୍ତି ନିକଟହୋଇ ଆସୁଥିବା ବିଷୟକୁ ସୂଚାଏ I ଖ୍ରୀଷ୍ଟ ସମସ୍ତ ସନ୍ଦେହକୁ ଦୂରକରି ଓ ସେ କିଏ, ସେ ବିଷୟରେ ପୂର୍ଣ୍ଣ ଜ୍ଞାନଦେଇ ବିଶ୍ବାସୀମାନଙ୍କ ହୃଦୟକୁ ଆଲୁଅ ଆଣିବେ I ଏଠାରେ “ହୃଦୟ” ଗୋଟିଏ ରୂପକ ଭାବରେ ଲୋକମାନଙ୍କ ମନକୁ ବୁଝାଏ I ବିକଳ୍ପ ଅନୁବାଦ: “ଗୋଟିଏ ପ୍ରଭାତୀ ତାରା ଆପଣା ଆଲୁଅରେ ଜଗତକୁ ଆଲୋକମୟ କରିବା ସଦୃଶ ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ହୃଦୟକୁ ଆପଣା ଆଲୁଅରେ ଆଲୋକମୟ କରନ୍ତି” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])

the morning star

“ପ୍ରଭାତୀ ତାରା” ଶୁକ୍ର ଗ୍ରହକୁ ବୁଝାଏ, ଯାହା ବେଳେବେଳେ ଠିକ୍ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଦିତ ହୋଇ ପାହାନ୍ତା ନିକଟବର୍ତ୍ତୀ ବୋଲି ସୂଚାଏ I