or_tn/2jn/front/intro.md

5.6 KiB
Raw Permalink Blame History

୨ୟ ଯୋହନ ପୁସ୍ତକର ପରିଚୟ

ଭାଗ ୧: ସାଧାରଣ ପରିଚୟ

୨ୟ ଯୋହନର ରୂପରେଖା

୧. ଅଭିବାଦନ (୧:୧-୩) ୧. ଉତ୍ସାହ ଓ ମହାନ ଆଜ୍ଞା (୧:୪-୬) ୧: ଭଣ୍ଡ ଶିକ୍ଷକଙ୍କ ବିଷୟରେ ଚେତାବନୀ (୧:୭-୧୧) ସହଭାଗୀ ବିଶ୍ବାସୀମାନଙ୍କଠାରୁ ଅଭିବାଦନ (୧:୧୨-୧୩)

୨ୟ ଯୋହନ ପୁସ୍ତକ କିଏ ଲେଖିଛନ୍ତି ?

ଏହି ପତ୍ର ଲେଖକଙ୍କ ନାମ ଉଲ୍ଲେଖ କରେ ନାହିଁ । ଲେଖକ ଆପଣାକୁ ଜଣେ “ପ୍ରାଚୀନ” ଭାବେ ପରିଚୟ ଦିଅନ୍ତି । ଏହି ପତ୍ର ସମ୍ଭବତଃ ପ୍ରେରିତ ଯୋହନଙ୍କ ଦ୍ବାରା ଜୀବନର ଅନ୍ତିମ ସମୟରେ ଲେଖାଯାଇଥିଲା । ୨ୟ ଯୋହନର ବିଷୟବସ୍ତୁ ଯୋହନଙ୍କ ସୁସମାଚାର ସହିତ ସମାନ ଅଟେ ।

୨ୟ ଯୋହନ ପୁସ୍ତକଟି କେଉଁ ବିଷୟରେ ଲେଖାଯାଇଛି?

ଯୋହନ ଏହି ପତ୍ର ଜଣେ ବ୍ୟକ୍ତିଙ୍କ ନିକଟକୁ ଲେଖିଛନ୍ତି ଯାହାଙ୍କୁ ସେ ଜଣେ “ମନୋନୀତା ମହିଳା” ଓ “ତାହାଙ୍କ ସନ୍ତାନଗଣ” ଭାବେ ସମ୍ଭୋଧନ କରନ୍ତି (୧:୧). ଏହା କୌଣସି ଜଣେ ନିର୍ଦ୍ଧିଷ୍ଟ ବନ୍ଧୁ ଓ ତାହାଙ୍କ ସନ୍ତାନମାନଙ୍କ ବିଷୟରେ ଉଲ୍ଲେଖ କରେ । କିମ୍ବା ଏହା କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ବିଶ୍ବାସୀମାନଙ୍କ ଦଳକୁ, କିମ୍ବା ସାମୂହିକଭାବେ ବିଶ୍ବାସୀମାନଙ୍କ ବିଷୟରେ ଉଲ୍ଲେଖ କରେ । ଯୋହନ ତାହାଙ୍କ ପାଠକମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସାବଧାନ କରାଇବା ନିମନ୍ତେ ଏହି ପତ୍ର ଲେଖିବାର ଉଦ୍ଦେଶ୍ୟ ଥିଲା । ଯୋହନ ଚାହୁଁ ନଥିଲେ ଯେ ବିଶ୍ବାସୀମାନେ ଭଣ୍ଡ ଶିକ୍ଷକମାନଙ୍କୁ ସାହାଯ୍ୟ କରନ୍ତୁ କିମ୍ବା ଅର୍ଥ ଦାନ କରନ୍ତୁ । (ଦେଖ:rc://*/ta/man/translate/figs-metaphor)

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ୍ ?

ଅନୁବାଦକମାନେ ହୁଏତ ଏହି ପୁସ୍ତକର ନାମକୁ ଏହାର ପାରମ୍ପରିକ ନାମ “୨ୟ ଯୋହନ” ବା “ଦ୍ବିତୀୟ ଯୋହନ” ଦ୍ବାରା ନିର୍ଣୟ କରିଥାଇପାରନ୍ତି । କିମ୍ବା ସେମାନେ ହୁଏତ ସ୍ପଷ୍ଟ ଶୀର୍ଷକ ନିର୍ଣୟ କରିଥାଇପାରନ୍ତି, ଯେପରିକି “ଯୋହନଙ୍କଠାରୁ ଦ୍ବିତୀୟ ପତ୍ର” ବା “ଯୋହନଙ୍କ ଲିଖିତ ଦ୍ବିତୀୟ ପତ୍ର ।” (ଦେଖ: rc://*/ta/man/translate/translate-names)

ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସାଂସ୍କୃତିକ ସଂକଳ୍ପ

ଆତିଥ୍ୟସତ୍କାର କ’ଣ ଅଟେ ?

ପାଶ୍ଚାତ୍ୟ ଦେଶରେ ଆତିଥ୍ୟସତ୍କାର ଏକ ଗୁରୁତ୍ବପୁର୍ଣ୍ଣ ସଂକଳ୍ପ ଥିଲା । ଏହା ବିଦେଶୀୟମାନଙ୍କ ପ୍ରତି କିମ୍ବା ବାହାର ଲୋକମାନଙ୍କ ସହିତ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ସାହାଯ୍ୟ ଯୋଗାଇବା ଏକ ଗୁରୁତ୍ବପୁର୍ଣ୍ଣ ବିଷୟ ଥିଲା ଯଦି ସେମାନେ ଏହା ଆବଶ୍ବକ କଲେ । ଯୋହନ ବିଶ୍ବାସୀମାନେ ଆତିଥିମାନଙ୍କୁ ଆତିଥ୍ୟ ଉତ୍ସର୍ଗ କରିବା ଚାହୁଁଥିଲେ । ଯାହା ହେଉ, ସେ ଭଣ୍ଡ ଶିକ୍ଷକମାନଙ୍କୁ ବିଶ୍ବାସୀମାନେ ଆତିଥ୍ୟ ଉତ୍ସର୍ଗ ନକରିବା ଚାହୁଁଥିଲେ ।

ଯୋହନ କେଉଁ ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ?

ଯୋହନ ସମ୍ଭବତଃ ସେହି ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ଯେଉଁମାନେ ଜ୍ଞାନୀ ଶିକ୍ଷକ ଭାବେ ପରିଚିତ ଥିଲେ । ଏହି ଲୋକମାନେ ବିଶ୍ବାସ କଲେ ଯେ ଭୌତିକ ଜଗତ ମନ୍ଦ ଥିଲା । ଯେହେତୁ ସେମାନେ ଯୀଶୁଙ୍କୁ ଈଶ୍ବର ହେବା ବିଶ୍ବାସ କଲେ, ସେମାନେ ପ୍ରତ୍ୟାଖାନ କଲେ ଯେ ସେ ପ୍ରକୃତରେ ଜଣେ ମନୁଷ୍ୟ ଥିଲେ । ଏହାର କାରଣ ସେମାନେ ମନେକଲେ ଯେ ଈଶ୍ବର ମନୁଷ୍ୟ ହୋଇପାରିବେ ନାହିଁଯେହେତୁ ଭୌତିକ ଶରୀର ମନ୍ଦ ଅଟେ । (ଦେଖ: rc://*/tw/dict/bible/kt/evil)