or_tn/2co/12/19.md

2.3 KiB

Do you think all of this time we have been defending ourselves to you?

ଲୋକମାନେ ହୁଏତ ଯାହା ଭାବୁଥିବେ ସେପରି କିଛି ବିଷୟକୁ ସ୍ବୀକାର କରିବା ନିମନ୍ତେ ପାଉଲ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ସେ ସେମାନଙ୍କୁ ନିଶ୍ଚୟତା ଦେବା ନିମନ୍ତେ ଏହା କରୁଛନ୍ତି ଯେ ଏହା ସତ୍ୟ ନୁହେଁ I ବିକଳ୍ପ ଅନୁବାଦ: “ବୋଧହୁଏ, ତୁମ୍ଭେମାନେ ଭାବୁଛ ଯେ ଏହି ସମସ୍ତ ସମୟ ଆମ୍ଭେମାନେ ଆପଣାମାନଙ୍କର ହିଁ ପକ୍ଷ ସମର୍ଥନ କରୁଅଛୁ I” (ଦେଖ: rc://*/ta/man/translate/figs-rquestion)

In the sight of God

ପାଉଲ କରୁଥିବା ସବୁ କିଛି ଈଶ୍ବର ଜାଣୁଛନ୍ତି ବୋଲି ପାଉଲ କହୁଛନ୍ତି ଯେ ସତେ ଯେପରି ଈଶ୍ବର ଶାରୀରିକ ଭାବେ ଉପସ୍ଥିତ ରହି ପାଉଲ କହୁଥିବା ଓ କରୁଥିବା ପ୍ରତ୍ୟେକ ବିଷୟ ନିରୀକ୍ଷଣ କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମ୍ମୁଖରେ” ବା “ଈଶ୍ବରଙ୍କୁ ସାକ୍ଷୀ ଭାବରେ ରଖି"" କିମ୍ବା “ଈଶ୍ବରଙ୍କ ଉପସ୍ଥିତିରେ” (ଦେଖ: rc://*/ta/man/translate/figs-metaphor)

for your strengthening

ତୁମ୍ଭମାନଙ୍କୁ ବଳବାନ୍ କରିବା ନିମନ୍ତେ I ଈଶ୍ବରଙ୍କର ବାଧ୍ୟ ହେବା ଓ ତାହାଙ୍କର ବାଧ୍ୟ ହେବା ନିମନ୍ତେ ଇଚ୍ଛା କରିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ଶାରୀରିକ ବୃଦ୍ଧି I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଈଶ୍ବରଙ୍କୁ ଜାଣିବ ଓ ତାହାଙ୍କର ଅଧିକରୂପେ ବାଧ୍ୟ ହେବ” (ଦେଖ: rc://*/ta/man/translate/figs-metaphor)