or_tn/2co/11/intro.md

8.6 KiB
Raw Permalink Blame History

କରିନ୍ଥୀୟ ୧୧ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟରେ, ପାଉଲ ଆପଣା ଅଧିକାରର ନିରନ୍ତର ପକ୍ଷ ସମର୍ଥନ କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଭ୍ରାନ୍ତ ଶିକ୍ଷା

କରିନ୍ଥୀୟମାନେ ଭ୍ରାନ୍ତ ଶିକ୍ଷକମାନଙ୍କୁ ଶୀଘ୍ର ଗ୍ରହଣ କରୁଥିଲେ I ସେମାନେ ଯୀଶୁ ଓ ସୁସମାଚାର ବିଷୟରେ ଦେଉଥିବା ଶିକ୍ଷା ଭିନ୍ନ ଥିଲା ଓ ସତ୍ୟ ନ ଥିଲା I ଭ୍ରାନ୍ତ ଶିକ୍ଷକମାନଙ୍କ ପରି ନୁହେଁ, ମାତ୍ର ପାଉଲ ତ୍ୟାଗଯୁକ୍ତ ଭାବରେ କରିନ୍ଥୀୟମାନଙ୍କର ସେବା କରିଥିଲେ I(ଦେଖ: rc://*/tw/dict/bible/kt/goodnews)

ଆଲୋକ

ନୂତନ ନିୟମରେ ଆଲୋକ ସାଧାରଣତଃ ଏକ ରୂପକଭାବରେ ବ୍ୟବହୃତ ହୋଇଛି I ପାଉଲ ଏଠାରେ ଆଲୋକକୁ ଈଶ୍ବରଙ୍କୁ ଓ ତାହାଙ୍କର ଧାର୍ମିକତାକୁ ପ୍ରକାଶ କରିବାର ସୂଚକ ଭାବରେ ବ୍ୟବହାର କରୁଛନ୍ତି I ଅନ୍ଧକାର ପାପକୁ ବର୍ଣ୍ଣନା କରେ I ପାପ ଈଶ୍ବରଙ୍କଠାରୁ ଲୁଚି ରହିବାକୁ ଚେଷ୍ଟା କରେ I(ଦେଖ: [[rc:///tw/dict/bible/other/light]], [[rc:///tw/dict/bible/kt/righteous]] ଓ [[rc:///tw/dict/bible/other/darkness]] ଓ [[rc:///tw/dict/bible/kt/sin]])

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ରୂପକ

ପାଉଲ ଏହି ଅଧ୍ୟାୟକୁ ଏକ ବର୍ଦ୍ଧିତ ରୂପକ ସହ ଆରମ୍ଭ କରନ୍ତି I ସେ ଆପଣାକୁ ଜଣେ ସତୀ କନ୍ୟାର ପିତା ଭାବରେ ତୁଳନା କରୁଛନ୍ତି, ଯେ କି ବରଙ୍କୁ ଆପଣା କୁମାରୀ କନ୍ୟା ଦାନ କରୁଛନ୍ତି I ସାଂସ୍କତିକ ପୃଷ୍ଠଭୂମି ଉପରେ ନିର୍ଭର ରଖି ବିବାହ ରୀତିନୀତି ବଦଳିଥାଏ I କିନ୍ତୁ ଜଣେ ବୟସ୍କ ଓ ପବିତ୍ର ସନ୍ତାନ ଭାବରେ ଜଣକୁ ସମର୍ପଣ କରିବା ନିମନ୍ତେ ସାହାଯ୍ୟ କରିବାର ଚିନ୍ତାଧାରାକୁ ଏହି ଅନୁଚ୍ଛେଦରେ ସ୍ପଷ୍ଟଭାବରେ ଚିତ୍ରଣ କରାଯାଇଛି I(ଦେଖ: [[rc:///ta/man/translate/figs-metaphor]] ଓ [[rc:///tw/dict/bible/kt/holy]] ଓ rc://*/ta/man/translate/figs-explicit)

ବ୍ୟଙ୍ଗ

ଏହି ଅଧ୍ୟାୟ ବ୍ୟଙ୍ଗୋକ୍ତିରେ ପରିପୂର୍ଣ୍ଣ I ପାଉଲ ଆପଣା ବ୍ୟଙ୍ଗୋକ୍ତି ଦ୍ବାରା କରିନ୍ଥୀୟମାନଙ୍କୁ ଲଜ୍ଜା ଦେବାପାଇଁ ଆଶା କରୁଛନ୍ତି I

”ତୁମ୍ଭେମାନେ ତ ବଡ଼ ସହିଷ୍ଣୁ!” ପାଉଲ ଭାବୁଛନ୍ତି ଯେ ଭଣ୍ଡ ଶିକ୍ଷକମାନେ ସେମାନଙ୍କୁ ଯେପ୍ରକାରେ ବ୍ୟବହାର କଲେ, ସେମାନେ ସହିଯିବା ଉଚିତ ନ ଥିଲା I ପାଉଲ ଭାବୁନାହାନ୍ତି ଯେ ସେମାନେ ପ୍ରକୃତରେ ପ୍ରେରିତ ଥିଲେ I

ଏହି ଉକ୍ତି, “କାରଣ ତୁମ୍ଭେମାନେ ଆନନ୍ଦରେ ନିର୍ବୋଧମାନଙ୍କ ପ୍ରତି ସହିଷ୍ଣୁ ହୋଇଗଲ I ତୁମ୍ଭେମାନେ ନିଜେ ନିଜେ ଜ୍ଞାନୀ ଅଟ!”ର ଅର୍ଥ ହେଉଛି ଯେ କରିନ୍ଥୀୟ ବିଶ୍ବାସୀମାନେ ଭାବୁଛନ୍ତି ଯେ ସେମାନେ ଅତି ଜ୍ଞାନୀ, କିନ୍ତୁ ପାଉଲ ଏକମତ ନୁହନ୍ତିI

”ଆମ୍ଭମାନଙ୍କର ଲଜ୍ଜା ନିମନ୍ତେ ମୁଁ କହିବି ଯେ ତାହା କରିବା ନିମନ୍ତେ ଆମ୍ଭେମାନେ ଅତି ଦୁର୍ବଳ I” ପାଉଲ ବ୍ୟବହାର ସମ୍ବନ୍ଧରେ କହୁଛନ୍ତି ଯେ ସେ ଭାବୁଛନ୍ତି ତାହାକୁ ଏଡାଇବା ଅତି ଭୁଲ୍ ଥିଲା I ସେ ଏମିତି କହୁଛନ୍ତି ଯେ ସେ ଭାବୁଛନ୍ତି ତାହା ନ କରିବାଟା ତାଙ୍କର ଭୁଲ୍ I ସେ ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନକୁ ମଧ୍ୟ ବ୍ୟଙ୍ଗୋକ୍ତି ଭାବରେ ବ୍ୟବହାର କରୁଛନ୍ତି I “ତୁମ୍ଭେମାନେ ଯେପରି ଉନ୍ନତ ହେବ ସେଥିପାଇଁ ମୁଁ ଆପଣାକୁ ନମ୍ର କରିବା ଦ୍ବାରା କଅଣ ପାପ କଲି ?” (ଦେଖ: [[rc:///ta/man/translate/figs-irony]] ଓ [[rc:///tw/dict/bible/kt/apostle]] ଓ rc://*/ta/man/translate/figs-rquestion)

ଭାବ ପ୍ରକାଶକ ପ୍ରଶ୍ନାବଳୀ

ଆପଣା ଆପଣାକୁ ଶ୍ରେଷ୍ଠ ବୋଲି କହୁଥିବା ଭଣ୍ଡ ପ୍ରେରିତମାନଙ୍କ ଦାବୀକୁ ଖଣ୍ଡନ କରିବାକୁ ଯାଇ ପାଉଲ ଭାବ ପ୍ରକାଶକ ପ୍ରଶ୍ନର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ପ୍ରତ୍ୟେକ ପ୍ରଶ୍ନ ଗୋଟିଏ ଗୋଟିଏ ଉତ୍ତର ସହିତ ସଂଯୁକ୍ତ ଅଟେ: “ସେମାନେ କି ଏବ୍ରୀୟ? ମୁଁ ମଧ୍ୟ I ସେମାନେ କି ଇଶ୍ରାୟେଲୀୟ? ମୁଁ ମଧ୍ୟ I ସେମାନେ କି ଅବ୍ରାହାମଙ୍କ ସନ୍ତାନ? ମୁଁ ମଧ୍ୟ I ସେମାନେ କି ଖ୍ରୀଷ୍ଟଙ୍କ ସେବକ? (ମୁଁ ପାଗଳ ପରି କହୁଅଛି) ମୁଁ ଅଧିକରୂପେ ଖ୍ରୀଷ୍ଟଙ୍କର ସେବକ I”

ସେ ଆପଣା ବିଶ୍ବାସୀ ଭାଇମାନଙ୍କୁ ଗୁରୁତ୍ବ ଦେବପାଇଁ ମଧ୍ୟ ଭାବ ପ୍ରକାଶକ ପ୍ରଶ୍ନର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି: “କେହି ଦୁର୍ବଳ ହେଲେ, ମୁଁ କ’ଣ ଦୁର୍ବଳ ନୁହେଁ? କେହି ବିଘ୍ନ ପାଇଲେ, ମୁଁ କ’ଣ ଆତ୍ମାରେ ଉତ୍ତପ୍ତ ହୁଏ ନାହିଁ?”

”ସେମାନେ କି ଖ୍ରୀଷ୍ଟଙ୍କ ସେବକ?”

ଏହା ବ୍ୟଙ୍ଗପୂର୍ଣ୍ଣ ତିକ୍ତୋକ୍ତି, ପରିହାସ କିମ୍ବା ଅପମାନ କରିବାପାଇଁ ଏହି ବିଶେଷ ପ୍ରକାର ବ୍ୟଙ୍ଗୋକ୍ତି ବ୍ୟବହାର କରାଯାଏ I ପାଉଲ ବିଶ୍ବାସ କରୁନାହାନ୍ତି ଯେ ଏହି ଭଣ୍ଡ ଶିକ୍ଷକମାନେ ପ୍ରକୃତରେ ଖ୍ରୀଷ୍ଟଙ୍କର ସେବା କରୁଛନ୍ତି, ସେମାନେ କେବଳ କରୁଥିବା ଭଳି ଛଳନା କରୁଛନ୍ତି I

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଦ୍ବନ୍ଦାତ୍ମକ ସତ୍ୟତା

ଗୋଟିଏ “ଦ୍ବନ୍ଦାତ୍ମକ ସତ୍ୟତା” ହେଉଛି ଏକ ସତ୍ୟ ଉକ୍ତି ଯାହା କିଛି ଅସମ୍ଭବ ବିଷୟକୁ ବୁଝାଉଥିବା ଭଳି ମନେ ହୁଏ I ୩୦ ପଦରେ ଥିବା ଏହି ବାକ୍ୟ ଗୋଟିଏ ଦ୍ବନ୍ଦାତ୍ମକ ସତ୍ୟତା ଅଟେ: “ଯଦି ମୋହର ଦର୍ପ କରିବାର ଆବଶ୍ୟକ ହୁଏ, ତେବେ ମୁଁ ମୋହର ଦୁର୍ବଳତା ବିଷୟରେ ଦର୍ପ କରିବି I” ପାଉଲ କରିନ୍ଥୀୟ ୧୨:୯ ପର୍ଯ୍ୟନ୍ତ କହୁନାହାନ୍ତି ଯେ ସେ କାହିଁକି ଆପଣା ଦୁର୍ବଳତାରେ ଦର୍ପ କରିବେ I( କରିନ୍ଥୀୟ ୧୧:୩୦)