or_tn/2co/06/intro.md

4.6 KiB
Raw Permalink Blame History

କରିନ୍ଥୀୟ ୦୬ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ପଢ଼ିବା ନିମନ୍ତେ ସହଜ କରିବାକୁ କବିତାର ପ୍ରତ୍ୟେକ ଧାଡି ଲେଖାର ଅବଶିଷ୍ଟ ଅଂଶ ଠାରୁ ଦୂର ଡାହାଣକୁ ରଖନ୍ତି I ULT ପଦ ଓ ୧୬-୧୮ ପଦ କ୍ଷେତ୍ରରେ ଏହା କରୁଛି, ଯାହା ପୁରାତନ ନିୟମର ପଦ ସବୁ ଅଟେ I

ଏହି ଅଧ୍ୟାୟର ବିଶେଷ ଧାରଣା

ସେବକ

ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସେବକ ବୋଲି ସମ୍ବୋଧନ କରୁଛନ୍ତି I ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ସବୁ ପରିସ୍ଥିତିରେ ତାହାଙ୍କର ସେବା କରିବା ନିମନ୍ତେ ଆହ୍ବାନ କରୁଛନ୍ତି I ପାଉଲ କେତେକ କଷ୍ଟକର ପରିସ୍ଥିତିର ବର୍ଣ୍ଣନା କରୁଛନ୍ତି, ଯେଉଁଥିରେ ସେ ଓ ତାହାଙ୍କର ସହକର୍ମୀମାନେ ଈଶ୍ବରଙ୍କ ସେବା କରିଥିଲେ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ବୈଷମ୍ୟଗତ ତୁଳନା

ପାଉଲ ଚାରି ଯୋଡା ବୈଷମ୍ୟଗତ ତୁଳନା ବ୍ୟବହାର କରୁଛନ୍ତି: ଧାର୍ମିକତା ବନାମ ଅରାଜକତା, ଆଲୋକ ବନାମ ଅନ୍ଧକାର, ଖ୍ରୀଷ୍ଟ ବନାମ ଶୟତାନ, ଓ ଈଶ୍ବରଙ୍କ ମନ୍ଦିର ବନାମ ପ୍ରତିମା I ଏହି ତୁଳନାଗୁଡିକ ଖ୍ରୀଷ୍ଟିୟାନ ଓ ଅଣ-ଖ୍ରୀଷ୍ଟିୟାନ ମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଏ I (ଦେଖ: [[rc:///tw/dict/bible/kt/righteous]] ଓ [[rc:///tw/dict/bible/other/light]] ଓ rc://*/tw/dict/bible/other/darkness)

ଆଲୋକ ଓ ଅନ୍ଧକାର

ବାଇବଲ ପ୍ରାୟତଃ ଅଧାର୍ମିକ ଲୋକମାନଙ୍କ ସମ୍ବନ୍ଧରେ, ଅର୍ଥାତ୍ ଯେଉଁମାନେ ଈଶ୍ବରଙ୍କ ସନ୍ତୋଷଜନକ ଜୀବନ ଯାପନ କରନ୍ତି ନାହିଁ, ସେମାନଙ୍କ ବିଷୟରେ ଏପରି କହିଥାଏ ଯେ ସତେ ଯେପରି ସେମାନେ ଅନ୍ଧକାର ମଧ୍ୟରେ ଚାଲୁଛନ୍ତି I ଏହା ଆଲୋକ ବିଷୟରେ କହେ ଯେ ସତେ ଯେପରି ଏହା ପାପୀ ଲୋକମାନଙ୍କୁ ଧାର୍ମିକ ହେବାକୁ, ସେମାନେ ମନ୍ଦ କାର୍ଯ୍ୟ କରୁଛନ୍ତି ବୋଲି ବୁଝିବାକୁ ଓ ଈଶ୍ବରଙ୍କୁ ମାନିବା ନିମନ୍ତେ ଆରମ୍ଭ କରିବାକୁ ସମର୍ଥ କରିଥାଏ I (ଦେଖ: rc://*/tw/dict/bible/kt/righteous)

ଭାବ ପ୍ରକାଶକ ପ୍ରଶ୍ନ

ପାଉଲ ଆପଣା ଶ୍ରୋତାମାନଙ୍କୁ ଶିକ୍ଷା ଦେବାପାଇଁ ଭାବ ପ୍ରକାଶକ ପ୍ରଶ୍ନର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ଏହିସବୁ ପ୍ରଶ୍ନଗୁଡିକ ମୂଳତଃ ଗୋଟିଏ ବିଷୟକୁ କେନ୍ଦ୍ର କରିଥାଏ: ଖ୍ରୀଷ୍ଟିୟାନମାନେ ପାପରେ ଜୀବନ କାଟୁଥିବା ଲୋକମାନଙ୍କ ସହିତ ଘନିଷ୍ଠ ଭାବରେ ସହଭାଗିତା କରିବା ଉଚିତ ନୁହଁ I ପାଉଲ ଏହି ପ୍ରଶ୍ନଗୁଡିକୁ ବିଷୟବସ୍ତୁର ଗୁରୁତ୍ବ ସକାଶୁ ବାରମ୍ବାର କହୁଛନ୍ତି I (ଦେଖ: [[rc:///ta/man/translate/figs-rquestion]] ଓ [[rc:///tw/dict/bible/kt/sin]])

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଆମ୍ଭେମାନେ

ପାଉଲ ଆପଣାକୁ ଓ ତୀମଥିଙ୍କୁ ବୁଝାଇବା ପାଇଁ ପ୍ରାୟତଃ “ଆମ୍ଭେମାନେ” ସର୍ବନାମକୁ ବ୍ୟବହାର କରୁଛନ୍ତି I ଏହା ଅନ୍ୟମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I