or_tn/2co/05/intro.md

3.7 KiB
Raw Permalink Blame History

କରିନ୍ଥୀୟ ୦୫ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ସ୍ବର୍ଗରେ ନୂତନ ଶରୀର

ପାଉଲ ଜାଣନ୍ତି ଯେ ସେ ମୃତ୍ୟୁଭୋଗ କଲାପରେ ଏକ ଅଧିକ ଉତ୍ତମ ଶରୀର ଲାଭ କରିବେ I ଏଥି ସକାଶୁ, ସେ ସୁସମାଚାର ପ୍ରଚାର କରିବା ନିମନ୍ତେ ଭୟଭୀତ ନୁହନ୍ତି I ସେଥିପାଇଁ ସେ ଅନ୍ୟମାନଙ୍କୁ କୁହନ୍ତି ଯେ ସେମାନେ ମଧ୍ୟ ଈଶ୍ବରଙ୍କ ସହିତ ସମ୍ମିଳିତ ହୋଇପାରିବେ I ଖ୍ରୀଷ୍ଟ ସେମାନଙ୍କର ପାପକୁ ନେଇଯାଇ ସେମାନଙ୍କୁ ଧାର୍ମିକତା ପ୍ରଦାନ କରିବେ I(ଦେଖ: [[rc:///tw/dict/bible/kt/goodnews]], [[rc:///tw/dict/bible/kt/reconcile]] ଓ [[rc:///tw/dict/bible/kt/sin]] ଓ [[rc:///tw/dict/bible/kt/righteous]])

ନୂତନ ସୃଷ୍ଟି

ପୁରାତନ ଓ ନୂତନ ସୃଷ୍ଟି ସମ୍ଭବତଃ ପାଉଲ ଯେ ପ୍ରକାରେ ପୁରାତନ ଓ ନୂତନ ପୁରୁଷକୁ ଦୃଷ୍ଟାନ୍ତ ରୂପେ କହୁଛନ୍ତି, ତାହା ହୋଇପାରେ I ଏହି ଧାରଣାସବୁ ମଧ୍ୟ ପୁରାତନ ଓ ନୂତନ ପୁରୁଷ ସଦୃଶ ଏକା ବିଷୟ ହୋଇପାରେ I “ପୁରାତନ” ଶବ୍ଦଟି ସମ୍ଭବତଃ ଜଣେ ଲୋକ ଜନ୍ମ ସମୟରେ ନେଇ ଆସିଥିବା ପାପର ସ୍ବଭାବକୁ ବୁଝାଏ I ଏହା ଜୀବନଯାପନର ପୁରାତନ ମାର୍ଗକୁ କିମ୍ବା ଆଗରୁ ଜଣେ ଖ୍ରୀଷ୍ଟିୟାନ ପାପରେ ବନ୍ଧା ହୋଇଥିବା ବିଷୟକୁ ବୁଝାଏ I “ନୂତନ ସୃଷ୍ଟି” ହେଉଛି ଜଣେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କଲା ପରେ ଈଶ୍ବର ସେହି ଲୋକକୁ ଦେଉଥିବା ନୂତନ ସ୍ବଭାବ କିମ୍ବା ନୂତନ ଜୀବନ I (ଦେଖ: rc://*/tw/dict/bible/kt/faith)

ଏହି ଅଧ୍ୟାୟରେ ଥିବା ଅଳଙ୍କାର

ଗୃହ

ଖ୍ରୀଷ୍ଟିୟାନର ଗୃହ ଆଉ ଏ ଜଗତରେ ନାହିଁ I ଜଣେ ଖ୍ରୀଷ୍ଟିୟାନର ପ୍ରକୃତ ଗୃହ ସ୍ବର୍ଗରେ ଅଛି I ଏହି ରୂପକ ବ୍ୟବହାର କରି, ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ଏହି ଜଗତରେ ଖ୍ରୀଷ୍ଟିୟାନର ପରିସ୍ଥିତି କ୍ଷଣସ୍ଥାୟୀ ଅଟେ I ଏହା ଦୁଃଖଭୋଗ କରୁଥିବା ଲୋକମାନଙ୍କୁ ଭରସା ଦିଏ I (ଦେଖ: [[rc:///tw/dict/bible/kt/heaven]] ଓ [[rc:///ta/man/translate/figs-metaphor]] ଓ rc://*/tw/dict/bible/kt/hope)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

“ସମ୍ମିଳନର ସମ୍ବାଦ”

ଏହା ସୁସମାଚାରକୁ ବୁଝାଏ I ପାଉଲ ଈଶ୍ବରବିରୋଧୀ ଲୋକମାନଙ୍କୁ ମନ ପରିବର୍ତ୍ତନ କରି ତାହାଙ୍କ ସହିତ ସମ୍ମିଳିତ ହେବାପାଇଁ ଆହ୍ବାନ କରୁଛନ୍ତି I (ଦେଖ: [[rc:///tw/dict/bible/kt/repent]] ଓ [[rc:///tw/dict/bible/kt/reconcile]])