or_tn/1th/04/intro.md

2.7 KiB

୧ ଥେସଲନୀକୀୟ ୦୪ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଯୌନଗତ ଅଶୁଚିତା

ବିଭିନ୍ନ ସଂସ୍କୃତିରେ ଭିନ୍ନଭିନ୍ନ ମାନଦଣ୍ଡର ଯୌନଗତ ନୈତିକତା ଅଛି I ଏହିସବୁ ସାଂସ୍କୃତିକ ମାନଦଣ୍ଡଥିବା ସକାଶୁ ଏହି ଅନୁଚ୍ଛେଦକୁ ଅନୁବାଦ କରିବାପାଇଁ କଷ୍ଟକର ହେବ I ଅନୁବାଦକମାନେ ମଧ୍ୟ ସଂସ୍କୃତିରେ ନିଷେଧଥିବା ବିଷୟ ପ୍ରତି ସଚେତନହେବା ଆବଶ୍ୟକ I ଏଗୁଡିକୁ ଆଲୋଚନା ନିମିତ୍ତ ଅନୁପଯୁକ୍ତ ପ୍ରସଂଗ ବୋଲି ବିବେଚନା କରାଯାଏ I

ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ମୃତ୍ୟୁଭୋଗ କରିବା I

ଆଦ୍ୟ ମଣ୍ଡଳୀରେ ବିଶ୍ବାସୀମାନେ ସ୍ପଷ୍ଟଭାବେ ଆଶ୍ଚର୍ଯଚକିତ ହେଉଥିଲେ ଯେ ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ଜଣେ ବିଶ୍ବାସୀ ମୃତ୍ୟୁଭୋଗ କଲେ, ତାହା ପ୍ରତି କଅଣ ଘଟିବ I ସେମାନେ ହୁଏତ ବ୍ୟତିବ୍ୟସ୍ତ ହୋଇଥିବେ ଯେ ଯେଉଁମାନେ ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ମୃତ୍ୟୁଭୋଗ କରିବେ, ସେମାନେ ଈଶ୍ବରଙ୍କ ରାଜ୍ୟର ଅଂଶୀ ହେବେ ନା ନାହିଁ I ପାଉଲ ସେହି ଚିନ୍ତାଧାରା ସମ୍ବନ୍ଧରେ ଉତ୍ତର ଦେଉଛନ୍ତି I

“ମଧ୍ୟାକାଶରେ ମେଘମାଳାରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଉଠାଇ ନିଆଯିବା”

ଏହି ଅନୁଚ୍ଛେଦଟି ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଯୀଶୁ ଆପଣା ନିକଟକୁ ଆହ୍ବାନ କରିବାର ସମୟକୁ ବୁଝାଏ I ଏହା ଖ୍ରୀଷ୍ଟଙ୍କର ଅନ୍ତିମ ଗୌରବମୟ ଆଗମନ ବିଷୟରେ ଉଲ୍ଲେଖ କରୁଛି କି ନାହିଁ, ସେ ବିଷୟରେ ପଣ୍ଡିତମାନେ ଭିନ୍ନଭିନ୍ନ ମତ ଦିଅନ୍ତି I (ଦେଖ: rc://*/tw/dict/bible/kt/believe)