or_tn/1pe/front/intro.md

45 lines
6.0 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ୧ ପିତର ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ
### ୧ ପିତର ପୁସ୍ତକର ରୂପରେଖ
1. ପରିଚୟ (୧:୧-)
1. ବିଶ୍ବାସୀମାନଙ୍କ ନିମନ୍ତେ ଈଶ୍ବରଙ୍କ ପରିତ୍ରାଣ ସକାଶେ ପ୍ରଶଂସା (୧:୩-:୧୦)
1. ଖ୍ରୀଷ୍ଟିୟ ଜୀବନ ଯାପନ (:୧୧-୪:୧୧)
1. ଦୁଃଖ ସମୟରେ ଧୈର୍ଯ୍ୟ ଧରିବାକୁ ଉତ୍ସାହ (୪:୧୨-୫:୧୧)
1. ସମାପ୍ତି (୫:୧୨-୧୪)
### ୧ ପିତର ପୁସ୍ତକ କିଏ ଲେଖିଥିଲେ?
ପ୍ରେରିତ ପିତରଙ୍କ ଦ୍ବାରା ୧ ପିତର ପୁସ୍ତକ ଲେଖାଯାଇଥିଲା I ସମଗ୍ର ଆସିଆ ମାଇନର ସାରା ଛିନ୍ନଭିନ୍ନ ହୋଇଥିବା ବିଜାତି ଖ୍ରୀଷ୍ଟିୟାନମାନଙ୍କୁ ସେ ଏହି ପତ୍ର ଲେଖିଥିଲେ I
### ୧ ପିତର ପୁସ୍ତକରେ କେଉଁ ବିଷୟ ଲେଖାଅଛି?
ପିତର କହିଲେ ଯେ “ଈଶ୍ବରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏ ବିଷୟରେ ସାକ୍ଷ୍ୟଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ” ସେ ଏହା ଲେଖିଥିଲେ I
ସେମାନେ ଦୁଃଖଭୋଗ କରୁଥିବା ସମୟରେ ସୁଦ୍ଧା ଇଶ୍ବରଙ୍କ ବାଧ୍ୟ ହେବା ନିମନ୍ତେ ସେ ଉତ୍ସାହ ଦେଇଥିଲେ I ସେ ସେମାନଙ୍କୁ ଏହା କରିବାକୁ କହିଥିଲେ, କାରଣ ଯୀଶୁ ଶୀଘ୍ର ଆସିବେ I ଅଧିକାରୀମାନଙ୍କ ବଶୀଭୂତ ହେବା ବିଷୟରେ ମଧ୍ୟ ପିତର ଉପଦେଶ ଦେଇଥିଲେ I
### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?
ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ “୧ ପିତର” କିମ୍ବା “ପ୍ରଥମ ପିତର” ବୋଲି କହିପାରନ୍ତି I କିମ୍ବା ସେମାନେ “ପିତରଙ୍କ ପ୍ରଥମ ପତ୍ର” କିଅବା “ପିତର ଲେଖିଥିବା ପ୍ରଥମ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://*/ta/man/translate/translate-names]])
## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା
### ରୋମ୍ ରେ ଖ୍ରୀଷ୍ଟିୟାନମାନଙ୍କୁ କିପରି ବ୍ୟବହାର କରାଯାଉଥିଲା?
ପିତର ଏହି ପତ୍ର ଲେଖୁଥିବା ସମୟରେ ସମ୍ଭବତଃ ରୋମ୍ ରେ ଥିଲେ I ସେ ରୋମ୍ କୁ “ବାବିଲୋନ୍” ବୋଲି ଏକ ପ୍ରତୀକ ନାମ ଦେଇଥିଲେ (୫:୧୩) I ଏପରି ଜଣାପଡୁଛି ଯେ ପିତର ଏହି ପତ୍ର ଲେଖୁଥିବା ସମୟରେ ରୋମୀୟମାନେ ଖ୍ରୀଷ୍ଟିୟାନମାନଙ୍କୁ ଜଘନ୍ୟ ଭାବରେ ତାଡନା କରୁଥିଲେ I
## ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା
### “ତୁମ୍ଭେମାନେ”ର ଏକବଚନ ଓ ବହୁବଚନ
ଏହି ପୁସ୍ତକରେ “ମୁଁ” ଶବ୍ଦଟି ଦୁଇଟି ସ୍ଥାନ ବ୍ୟତୀତ: [୧ ପିତର ୧:୧୬](../01/16.md) ଓ [୧ ପିତର :୬](../02/06.md)ପିତରଙ୍କୁ ବୁଝାଏ I “ତୁମ୍ଭେମାନେ” ଶବ୍ଦଟି ସବୁବେଳେ ବହୁବଚନ ଓ ପିତରଙ୍କ ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
### ୧ ପିତରର ଶାସ୍ତ୍ରାଂଶରେ କଅଣସବୁ ମୁଖ୍ୟ ସମସ୍ୟା ଅଛି?
* ""ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ, ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର” (୧:)I ULT, UST ଓ ଅଧିକାଂଶ ଆଧୁନିକ ସଂସ୍କରଣରେ ଏହି ପ୍ରକାରେ ଲେଖାଅଛି I କେତେକ ପୁରାତନ ସଂସ୍କରଣରେରେ ଲେଖାଅଛି, “ଆତ୍ମାଙ୍କ ଦ୍ବାରା ସତ୍ୟର ଆଜ୍ଞାବହ ହୋଇ ତୁମ୍ଭେମାନେ ଆପଣା ଆପଣା ଆତ୍ମାକୁ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଶୁଚି କରିଅଛ, ତେଣୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର I”
ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I
(ଦେଖ: [[rc://*/ta/man/translate/translate-textvariants]])