or_tn/1pe/05/intro.md

3.4 KiB

୧ ପିତର ୦୫ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପିତର ଯେଉଁ ପ୍ରକାରେ ପତ୍ର ସମାପ୍ତ କରୁଛନ୍ତି, ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଅଧିକାଂଶ ଲୋକେ ପ୍ରାୟ ସେହି ପ୍ରକାରେ ପତ୍ର ସମାପ୍ତ କରିଥାନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ମୁକୁଟ

ପ୍ରଧାନ ପାଳକ ଦେଉଥିବା ମୁକୁଟ ଗୋଟିଏ ପୁରସ୍କାର, ଯାହା ବିଶେଷକରି କିଛି ଉତ୍ତମ କାର୍ଯ୍ୟ କରୁଥିବା ଲୋକମାନେ ପାଇଥାନ୍ତି I (ଦେଖ: rc://*/tw/dict/bible/other/reward)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ସିଂହ

ସବୁ ପଶୁ ସିଂହକୁ ଭୟ କରନ୍ତି, କାରଣ ସେମାନେ ଦ୍ରୁତ ଓ ବଳବାନ୍ ଏବଂ ସେମାନେ ପ୍ରାୟ ସମସ୍ତ ପ୍ରକାର ପଶୁକୁ ଖାଇଥାନ୍ତି I ସେମାନେ ଲୋକମାନଙ୍କୁ ମଧ୍ୟ ଖାଇଥାନ୍ତି I ଶୟତାନ ଈଶ୍ବରଙ୍କ ଲୋକମାନଙ୍କୁ ଭୟଭୀତ କରିବାକୁ ଚାହେଁ, ସେଥିପାଇଁ ପିତର ସିଂହର ଏକ ଉପମା ବ୍ୟବହାର କରି ଆପଣା ପାଠକମାନଙ୍କୁ ଶିକ୍ଷା ଦେବାକୁ ଚାହାନ୍ତି ଯେ ଶୟତାନ ସେମାନଙ୍କ ଶରୀରକୁ କ୍ଷତି କରିପାରେ, କିନ୍ତୁ ଯଦି ସେମାନେ ଈଶ୍ବରଙ୍କଠାରେ ବିଶ୍ବାସକରି ତାହାଙ୍କର ଆଜ୍ଞାବହ ହେବେ, ସେମାନେ ସର୍ବଦା ଈଶ୍ବରଙ୍କ ଲୋକ ହୋଇ ରହିବେ ଓ ଈଶ୍ବର ସେମାନଙ୍କର ଯତ୍ନ ନେବେ I (ଦେଖ: rc://*/ta/man/translate/figs-simile)

ବାବିଲୋନ୍

ବାବିଲୋନ୍ ଗୋଟିଏ ଦୁଷ୍ଟ ଦେଶ ଥିଲା, ଯାହା ପୁରାତନ ନିୟମର ସମୟରେ ଯିରୂଶାଲମକୁ ଧ୍ବଂସ କରି, ଯିହୂଦୀମାନଙ୍କୁ ସେମାନଙ୍କ ଗୃହରୁ ଦୂରକୁ ନେଇଯାଇ ସେମାନଙ୍କ ଉପରେ ରାଜତ୍ବ କରିଥିଲା I ପିତର ବାବିଲୋନକୁ ସେ ଲେଖୁଥିବା ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିବା ଦେଶର ଗୋଟିଏ ରୂପକ ଭାବରେ ବ୍ୟବହାର କରୁଛନ୍ତି I ସେ ଯିରୂଶାଲମକୁ ମଧ୍ୟ ଉଲ୍ଲେଖ କରୁଥାଇପାରନ୍ତି, କାରଣ ଯିହୂଦୀମାନେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I କିମ୍ବା ସେ ରୋମ୍ କୁ ମଧ୍ୟ ଉଲ୍ଲେଖ କରୁଥାଇପାରନ୍ତି, କାରଣ ରୋମୀୟମାନେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I (ଦେଖ: [[rc:///tw/dict/bible/kt/evil]] ଓ [[rc:///ta/man/translate/figs-metaphor]])