or_tn/1pe/03/intro.md

3.0 KiB

୧ ପିତର ୦୩ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ପୁରାତନ ନିୟମରୁ ଉଦ୍ଧୃତ କରାଯାଇଥିବା କବିତା କ୍ଷେତ୍ରରେ ୩:୧୦-୧୨ ପଦରେ ତାହା କରୁଛି I

ଏହି ଅଧ୍ୟାୟର ବିଶେଷ ଧାରଣା

“ବାହ୍ୟ ଭୂଷଣ”

ଅଧିକାଂଶ ଲୋକେ ସୁନ୍ଦର ଦେଖାଯିବାକୁ ଚାହାନ୍ତି, ଯେପରି ଅନ୍ୟ ଲୋକମାନେ ସେମାନଙ୍କୁ ପସନ୍ଦ କରିବେ ଓ ଭାବିବେ ଯେ ସେମାନେ ଭଲ ଲୋକ ଅଟନ୍ତି I ବିଶେଷକରି, ସ୍ତ୍ରୀ ଲୋକମାନେ ଉତ୍ତମ ବସ୍ତ୍ର ଓ ଭୂଷଣ ପିନ୍ଧି ସୁନ୍ଦର ଦେଖାଯିବାକୁ ବେଶି ଯତ୍ନଶୀଳା ହୁଅନ୍ତି I ପିତର କହୁଛନ୍ତି ଯେ ଜଣେ ସ୍ତ୍ରୀଲୋକ କିପରି ଦେଖାଯାଉଛି, ତା’ଠାରୁ ସେ ସେ କିପରି ଭାବୁଛି ଓ କିପରି କାର୍ଯ୍ୟ କରୁଛି, ତାହା ଈଶ୍ବରଙ୍କ ନିକଟରେ ଗୁରୁତ୍ବପୂର୍ଣ୍ଣ ଅଟେ I

ଏକତା

ପିତର ଚାହୁଁଥିଲେ ଯେ ତାହାଙ୍କ ପାଠକମାନେ ପରସ୍ପର ଏକମନା ହୁଅନ୍ତୁ I ଅଧିକ ଗୁରୁତ୍ବପୂର୍ଣ୍ଣ ଭାବରେ ସେ ଚାହୁଁଥିଲେ ଯେ ସେମାନେ ପରସ୍ପରକୁ ପ୍ରେମ କରନ୍ତୁ ଓ ପରସ୍ପର ପ୍ରତି ସହନଶୀଳ ହୁଅନ୍ତୁ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ରୂପକ

ପିତର ଈଶ୍ବରଙ୍କ ବିଷୟରେ ବର୍ଣ୍ଣନା କରୁଥିବା ଗୋଟିଏ ଗୀତରୁ କିଛି ଉଦ୍ଧୃତ କରୁଛନ୍ତି ଯେ ସତେ ଯେପରି ସେ ଆଖି, କାନ ଓ ମୁଖଥିବା ଜଣେ ବ୍ୟକ୍ତି ଅଟନ୍ତି I ତଥାପି ଈଶ୍ବର ଆତ୍ମା ଅଟନ୍ତି, ସେଥିପାଇଁ ତାହାଙ୍କର ଶାରୀରିକ ଆଖି କି କାନ କି ଶାରୀରିକ ମୁଖ ନାହିଁ I କିନ୍ତୁ, ଲୋକମାନେ କଅଣ କରନ୍ତି, ସେ ତାହା ଜାଣନ୍ତି ଓ ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରନ୍ତି I (ଦେଖ: rc://*/ta/man/translate/figs-metaphor)