or_tn/1pe/02/intro.md

2.6 KiB
Raw Permalink Blame History

୧ ପିତର ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ପୁରାତନ ନିୟମରୁ ଉଦ୍ଧୃତ କରାଯାଇଥିବା କବିତା କ୍ଷେତ୍ରରେ :୬, ୭, ୮, ୧୦ ଓ ପଦରେ ତାହା କରୁଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ପ୍ରସ୍ତର

ବାଇବଲ ବୃହତ୍ ପ୍ରସ୍ତରରେ ନିର୍ମିତ ଗୃହକୁ ମଣ୍ଡଳୀ ନିମନ୍ତେ ରୂପକ ଭାବରେ ବ୍ୟବହାର କରିଥାଏ I ଯୀଶୁ କୋଣର ପ୍ରସ୍ତର ଓ ପ୍ରଧାନ ପ୍ରସ୍ତର ଅଟନ୍ତି I ପ୍ରେରିତ ଓ ଭାବବାଦୀମାନେ ଭିତ୍ତିମୂଳ ଅଟନ୍ତି, ଅର୍ଥାତ୍, ଗୃହର ଯେଉଁ ଅଂଶ ଉପରେ ଅନ୍ୟ ସମସ୍ତ ପ୍ରସ୍ତରର ଭାର ଥାଏ I ଏହି ଅଧ୍ୟାୟରେ, ଖ୍ରୀଷ୍ଟିୟାନମାନେ ଗୃହର କାନ୍ଥ ନିର୍ମାଣ କରୁଥିବା ପ୍ରସ୍ତରସବୁ ଅଟନ୍ତି I (ଦେଖ: [[rc:///ta/man/translate/figs-metaphor]] ଓ [[rc:///tw/dict/bible/kt/cornerstone]] ଓ rc://*/tw/dict/bible/other/foundation)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଦୁଗ୍ଧ ଓ ଶିଶୁ

ଯେତେବେଳେ ପିତର ଆପଣା ପାଠକମାନଙ୍କୁ “ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର” ବୋଲି କହୁଛନ୍ତି, ସେ ଜଣେ ଶିଶୁ ମାତାର ଦୁଗ୍ଧ ନିମନ୍ତେ ଲାଳାୟିତ ହେଉଥିବା ଶିଶୁର ରୂପକ ବ୍ୟବହାର କରୁଛନ୍ତି I ପିତର ଚାହୁଁଛନ୍ତି ଯେ ଜଣେ ଶିଶୁ ଯେପରି ମାତାର ଦୁଗ୍ଧ ନିମନ୍ତେ ଲାଳାୟିତ, ଖ୍ରୀଷ୍ଟିୟାନମାନେ ସେହି ପ୍ରକାରେ ଈଶ୍ବରଙ୍କ ବାକ୍ୟ ନିମନ୍ତେ ଲାଳାୟିତ ହେବା ଆବଶ୍ୟକ I (ଦେଖ: rc://*/ta/man/translate/figs-metaphor)