or_tn/1pe/01/13.md

3.2 KiB

So gird

ଏହି କାରଣରୁ, କଟିବନ୍ଧନ କର I ପିତର ଏଠାରେ “ଅତଏବ” ଶବ୍ଦ ବ୍ୟବହାର କରି ପରିତ୍ରାଣ, ସେମାନଙ୍କ ବିଶ୍ବାସ ଓ ଭାବବାଦୀମାନଙ୍କୁ ଖ୍ରୀଷ୍ଟଙ୍କର ଆତ୍ମା ପ୍ରକାଶନ ଦେଇଥିବା ସମ୍ବନ୍ଧରେ ପୂର୍ବେ କହିଥିବା ବିଷୟକୁ ଉଲ୍ଲେଖ କରୁଛନ୍ତି I

gird up the loins of your mind

କଟି ବାନ୍ଧିବା ବିଷୟ କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ହେବା ବିଷୟକୁ ବୁଝାଏ I ଏହା ଉତ୍ତରୀୟ ବସ୍ତ୍ରର ତଳ ଅଂଶକୁ ଗୋଟିଏ ବନ୍ଧନୀରେ କଟିର ଚାରିପଟେ ବାନ୍ଧିବାର ପ୍ରଥାରୁ ଆସିଛି, ଯଦ୍ଦ୍ବାରା ଜଣେ ସହଜରେ ଚଳପ୍ରଚଳ ହୋଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନକୁ ପ୍ରସ୍ତୁତ କର” (ଦେଖ: rc://*/ta/man/translate/figs-idiom)

Be sober

ଏଠାରେ “ସଚେତନ” ଶବ୍ଦଟି ମାନସିକ ସ୍ବଚ୍ଛତା ଓ ଜାଗ୍ରତ ରହିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଭାବନାକୁ ନିୟନ୍ତ୍ରଣ କର” କିମ୍ବା “ତୁମ୍ଭେମାନେ କଅଣ ଭାବୁଅଛ, ସେ ବିଷୟରେ ସାବଧାନ ହୁଅ” (ଦେଖ: rc://*/ta/man/translate/figs-idiom)

the grace that will be brought to you

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯେଉଁ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ବର୍ତ୍ତାଇବେ” (ଦେଖ: rc://*/ta/man/translate/figs-activepassive)

the grace that will be brought to you

ଏଠାରେ ଈଶ୍ବର ବିଶ୍ବାସୀମାନଙ୍କ ପ୍ରତି ଦୟାର ସହିତ ବ୍ୟବହାର କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ସେ ସେମାନଙ୍କ ନିକଟକୁ ଆଣିବେ I (ଦେଖ: rc://*/ta/man/translate/figs-metaphor)

when Jesus Christ is revealed

ଏହା ଖ୍ରୀଷ୍ଟଙ୍କ ପୁନରାଗମନ ସମୟକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ ମଧ୍ୟ ପ୍ରକାଶ କରାଯାଇପାରିବ I ଦେଖ ତୁମେ ଏହାକୁ କିପରି ୧ ପିତର ୧:୭ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଯେତେବେଳେ ଯୀଶୁଖ୍ରୀଷ୍ଟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେବେ” (ଦେଖ: rc://*/ta/man/translate/figs-activepassive)