or_tn/1co/15/intro.md

2.6 KiB

୧କରିନ୍ଥୀୟ ୧୫ ପର୍ବ ସାଧାରଣ ଟିପ୍ପଣୀ

ଗଠନପ୍ରଣାଳୀ ଏବଂ ରୂପରେଖା

ପୁନରୁତ୍ଥାନ

ଏହି ଅଧ୍ୟାୟରେ ଯୀଶୁଙ୍କର ପୁନରୁତ୍ଥାନ ବିଷୟକ ଏକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ଉପରେ ଆଲୋଚନା କରାଯାଇଛି । ମୃତ୍ୟୁ ପରେ ଜଣେ ବ୍ୟକ୍ତି ଯେ ପୁନର୍ଜୀବିତ ହୋଇପାରିବ ଏହା ଗ୍ରୀକ୍ ଲୋକମାନେ ବିଶ୍ବାସ କରୁନଥିଲେ । ପାଉଲ ଯୀଶୁଙ୍କ ପୁନରୁତ୍ଥାନର ସପକ୍ଷରେ କହନ୍ତି । ବିଶ୍ବାସୀମାନଙ୍କ ନିମନ୍ତେ ଏହା କାହିଁକି ଗୁରୁତ୍ବପୂର୍ଣ୍ଣ ତାହା ସେ ଶିକ୍ଷା ଦିଅନ୍ତି । (ଦେଖ:[[rc:///tw/dict/bible/kt/resurrection]] ଏବଂ [[rc:///tw/dict/bible/kt/believe]])

ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ

ପୁନରୁତ୍ଥାନ

ଯୀଶୁ ଯେ ଇଶ୍ବର ଅଟନ୍ତି ତହିଁର ସର୍ବଶ୍ରେଷ୍ଠ ପ୍ରମାଣ ଭାବରେ ପାଉଲ ପୁନରୁତ୍ଥାନକୁ ଉପସ୍ଥାପନ କରନ୍ତି । ଯେଉଁମାନଙ୍କୁ ଇଶ୍ବର ପୁନରୁତ୍ଥିତ କରିବେ ଖ୍ରୀଷ୍ଟ ସେହି ଅନେକଙ୍କ ମଧ୍ୟରେ ପ୍ରଥମ ଅଟନ୍ତି । ପୁନରୁତ୍ଥାନ ସୁସମାଚାରର କେନ୍ଦ୍ର ବିଷୟ ଅଟେ । ଅଳ୍ପ କେତେକ ଧର୍ମତତ୍ତ୍ବ ହିଁ ଏହା ପରି ଗୁରୁତ୍ବପୂର୍ଣ୍ଣ ଅଟେ । (ଦେଖ:[[rc:///tw/dict/bible/kt/goodnews]] ଏବଂ [[rc:///tw/dict/bible/other/raise]])

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଅଳଙ୍କାରଗୁଡିକ

ଏହି ଅଧ୍ୟାୟରେ ପାଉଲ ଅନେକ ବିଭିନ୍ନ ପ୍ରକାରର ଅଳଙ୍କାରଗୁଡିକୁ ବ୍ୟବହାର କରିଅଛନ୍ତି । ଧର୍ମତତ୍ତ୍ବ ସମ୍ବନ୍ଧୀୟ କଠିନ ଶିକ୍ଷାଗୁଡ଼ିକୁ ବ୍ୟକ୍ତ କରିବା ପାଇଁ ସେ ସେଗୁଡ଼ିକୁ ବ୍ୟବହାର କରିଛନ୍ତି ଯେପରି ଲୋକମାନେ ବୁଝିପାରିବେ ।