or_tn/1co/14/intro.md

2.2 KiB

୧କରିନ୍ଥୀୟ ୧୪ ପର୍ବ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଏବଂ ରୂପରେଖା

ଏହି ଅଧ୍ୟାୟରେ ପାଉଲ ପୁନର୍ବାର ଆତ୍ମିକ ଦାନ ବିଷୟରେ ଆଲୋଚନା କରୁଅଛନ୍ତି

କେତେକ ଅନୁବାଦଗୁଡ଼ିକରେ ପୁରାତନ ନିୟମର ଉଦ୍ଧୃତିଗୁଡିକୁ ମୁଖ୍ୟ ଲେଖାଠାରୁ ଅଲଗା ପୃଷ୍ଠାର ଡାହାଣ ପାଖର ଦୂରବର୍ତ୍ତୀ ସ୍ଥାନରେ ରଖାଯାଇଛି । ULT ରେ ୨୧ ପଦକୁ ଏହି ପ୍ରକାରେ ରଖାଯାଇଛି

ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ

ପରଭାଷା

ପରଭାଷାର ଦାନର ସଠିକ୍ ଅର୍ଥ ବିଷୟରେ ବିଦ୍ବାନମାନେ ଅସହମତ ଅଟନ୍ତି । ପାଉଲ ପରଭାଷାର ଦାନକୁ ଅବିଶ୍ବାସୀମାନଙ୍କ ପାଇଁ ଏକ ଚିହ୍ନ ବୋଲି ବର୍ଣ୍ଣନା କରନ୍ତି । କୁହାଯାଇଥିବା ବାକ୍ୟକୁ ଯଦି କେହି ଅନୁବାଦ ନ କରେ ତେବେ ଏହା ସମୁଦାୟ ମଣ୍ଡଳୀ ପାଇଁ ଉପକାରଜନକ ହୋଇନଥାଏ । ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ ଯେ ମଣ୍ଡଳୀ ଏହାକୁ ଉପଯୁକ୍ତ ଭାବରେ ବ୍ୟବହାର କରିବ ।

ଭାବବାଣୀ

ଗୋଟିଏ ଆତ୍ମିକ ଦାନ ଭାବରେ ଭାବବାଣୀର ସଠିକ୍ ଅର୍ଥ ବିଷୟରେ ବିଦ୍ବାନମାନେ ଅସହମତ ଅଟନ୍ତି । ପାଉଲ କହନ୍ତି ଯେ ଭାବବାଦୀମାନେ ସମୁଦାୟ ମଣ୍ଡଳୀକୁ ଗଠନ କରିପାରିବେ । ସେ ଭାବବାଣୀକୁ ବିଶ୍ବାସୀମାନଙ୍କ ନିମନ୍ତେ ଏକ ଦାନ ବୋଲି ବର୍ଣ୍ଣନା କରନ୍ତି । (ଦେଖ:rc://*/ta/man/translate/figs-abstractnouns)