or_tn/1co/11/intro.md

5.1 KiB

୧କରିନ୍ଥୀୟ ୧୧ ପର୍ବ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଏବଂ ରୂପରେଖା

ଏହା ପତ୍ରର ଏକ ନୂତନ ଭାଗର ଆରମ୍ଭ (ଅଧ୍ୟାୟ ୧୧-୧୪) । ପାଉଲ ବର୍ତ୍ତମାନ ମଣ୍ଡଳୀରେ ଉପଯୁକ୍ତ ଉପାସନା ବିଷୟରେ କହୁଛନ୍ତି । ଏହି ଅଧ୍ୟାୟରେ, ସେ ଦୁଇଟି ଅଲଗା ଅଲଗା ସମସ୍ୟା ବିଷୟରେ ଆଲୋଚନା କରୁଛନ୍ତି: ମଣ୍ଡଳୀର ଉପାସନାରେ ମହିଳାମାନଙ୍କର ଅଂଶ ଗ୍ରହଣ ( ପଦ ୧-୧୬) ଏବଂ ପ୍ରଭୁଭୋଜ (ପଦ ୧୭-୩୪) I

ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ

ମଣ୍ଡଳୀର ଉପାସନାରେ ଉପଯୁକ୍ତ ଆଚରଣ

ବିଶୃଙ୍ଖଳିତ ମହିଳାମାନେ

ଏଠାରେ ପାଉଲ ଦେଇଥିବା ଶିକ୍ଷାକୁ ନେଇ ବିଦ୍ବାନମାନଙ୍କ ମଧ୍ୟରେ ତର୍କ ହୋଇଥାଏ । ଏପରି କେତେକ ମହିଳା ଥାଇପାରନ୍ତି ଯେଉଁମାନେ ତାଙ୍କର ଖ୍ରୀଷ୍ଟିୟାନ ସ୍ବାଧୀନତାର ଅପବ୍ୟବହାର କରୁଥିଲେ ଏବଂ ପ୍ରଚଳିତ ସାଂସ୍କୃତିକ ପ୍ରଥା ବିରୁଦ୍ଧରେ ଯାଇ ମଣ୍ଡଳୀରେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ । ସେମାନଙ୍କର କାର୍ଯ୍ୟ ଯେଉଁ ବିଶୃଙ୍ଖଳା ସୃଷ୍ଟି କରିଥିଲା ତାହା ତାଙ୍କ ନିମନ୍ତେ ଚିନ୍ତାର କାରଣ ହୋଇଥିଲା ।

ପ୍ରଭୁଭୋଜ

କରିନ୍ଥୀୟମାନେ କିପରି ପ୍ରଭୁଭୋଜ ବିଧିକୁ ପାଳନ କରୁଥିଲେ ତାହାକୁ ନେଇ ସେଠାରେ ସମସ୍ୟା ଥିଲା । ସେମାନେ ଏକତାର ସହିତ ତାହା କରୁ ନ ଥିଲେ । ପ୍ରଭୁଭୋଜର ସହିତ ସେମାନେ ଯେଉଁ ଉତ୍ସବ ପାଳନ କରୁଥିଲେ, ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଲୋକ ତାଙ୍କର ଖାଦ୍ୟକୁ ପରସ୍ପର ମଧ୍ୟରେ ବଣ୍ଟନ ନ କରି ନିଜେହିଁ ଖାଉଥିଲେ । ଗରୀବ ଲୋକମାନେ ଭୋକରେ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଲୋକ ମଦ ପିଇ ମାତାଲ ହୋଇ ଯାଉଥିଲେ I ପାଉଲ ଏହି ଶିକ୍ଷା ଦେଇଥିଲେ ଯେ ସେମାନେ ଯେତେବେଳେ ପାପରେ ଜୀବନ ଯାପନ କରୁଛନ୍ତି ଏବଂ ଅନ୍ୟମାନଙ୍କ ସହିତ ସେମାନଙ୍କର ସମ୍ବନ୍ଧ ଯେତେବେଳେ ଭଗ୍ନାବସ୍ଥାରେ ଅଛି ସେପରି ଅବସ୍ଥାରେ ସେମାନେ ଯଦି ପ୍ରଭୁଭୋଜ ଗ୍ରହଣ କରନ୍ତି ତେବେ ସେମାନେ ଖ୍ରୀଷ୍ଟଙ୍କ ମୃତ୍ୟୁର ଅପମାନ କରୁଛନ୍ତି I (ଦେଖ:[[rc:///tw/dict/bible/kt/sin]]ଏବଂ[[rc:///tw/dict/bible/kt/reconcile]])

ଏହି ଅଧ୍ୟାୟର ମହତ୍ବପୂର୍ଣ୍ଣ ଅଳଙ୍କାର

ଆଳଙ୍କାରିକ ପ୍ରଶ୍ନ

ପାଉଲ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରି ଉପାସନା ସମ୍ବନ୍ଧୀୟ ବିଧିବିଧାନ ପାଳନ କରିବା ନିମନ୍ତେ ସେ ଦେଇଥିବା ପରାମର୍ଶକୁ ଗ୍ରହଣ କରିବାରେ ସେମାନଙ୍କର ଅନିଛୁକତା ନିମନ୍ତେ ଲୋକମାନଙ୍କୁ ଭର୍ତ୍ସନା କରୁଛନ୍ତି ।(ଦେଖ:rc://*/ta/man/translate/figs-rquestion)

ମସ୍ତକ

ପାଉଲ ୩ ପଦରେ ଅଧିକାରକୁ ଦର୍ଶାଇବା ନିମନ୍ତେ ଏକ ଉପନାମ ଭାବରେ ଓ ୪ ପଦ ତଥା ପରବର୍ତ୍ତୀ ପଦଗୁଡିକରେ ଜଣେ ବ୍ୟକ୍ତିର ବାସ୍ତବ ମସ୍ତକକୁ ବୁଝାଇବା ନିମନ୍ତେ “ମସ୍ତକ” ଶବ୍ଦକୁ ବ୍ୟବହାର କରିଛନ୍ତି । ସେମାନଙ୍କର ନିବିଡ ସମ୍ପର୍କ ଥିବା ସକାଶୁ ସମ୍ଭବତଃ ପାଉଲ ଉଦ୍ଦେଶ୍ୟମୂଳକ ଭାବରେ “ମସ୍ତକ"" ଶବ୍ଦକୁ ଏହି ପ୍ରକାରେ ବ୍ୟବହାର କରିଛନ୍ତି । ଏଥିରୁ ଜଣାପଡେ ଯେ ଏହି ପଦଗୁଡ଼ିକରେ ଥିବା ଚିନ୍ତାଧାରାଗୁଡିକର ପରସ୍ପର ସହିତ ସମ୍ପର୍କ ଅଛି । (ଦେଖ:rc://*/ta/man/translate/figs-metonymy)